ଆଜିଠାରୁ ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍‌

ଭୁବନେଶ୍ୱର,୬।୩(ବ୍ୟୁରୋ): ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଓ ଫ୍ରୋନିଅସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ‘ନ୍ୟାଶନାଲ ଓ୍ବେଲ୍ଡିଂ ଲିଗ୍‌ ଅଫ୍‌ ଓ୍ବିମେନ୍‌ ଷ୍ଟୁଡେଣ୍ଟସ’ ବା ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ୩ଦିନିଆ ମେଗା ଇଭେଣ୍ଟ ୟୁନିଭର୍ସିଟିର ଆଡ୍‌ଭାନ୍ସ ଓ୍ବେଲ୍ଡିଂ ସେଣ୍ଟର୍‌ ଅପ୍‌ ଏକ୍ସଲେନ୍ସ ପରିସରରେ ୬ ତାରିଖରୁ ଆରମ୍ଭ ହେବ। ଓ୍ବେଲ୍ଡିଂ ଭଳି ଏକ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ପ୍ରତି ମହିଳାଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ବେଲ୍ଡିଂ ସହଯୋଗରେ ଏହାକୁ ଓ୍ବାର୍ଲଡ ସ୍କିଲ୍‌ ଫର୍ମାଟରେ ଆୟୋଜନ କରାଯିବ। ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଆଦି କ୍ଷେତ୍ରରୁ ମହିଳାମାନେ ଗୋଟିଏ ଛାତତଳେ ଏକାଠି ହେବେ। ଦେଶର ୪୦ ଅଗ୍ରଣୀ ଶିକ୍ଷାନୁଷ୍ଠାନରୁ ୨୦୦ରୁ ଊର୍ଦ୍ଧ୍ୱ ମହିଳା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ମହିଳା ଓ୍ବେଲ୍ଡରଙ୍କ ପ୍ରାକ୍ଟିକାଲ ଦକ୍ଷତାର ପରୀକ୍ଷା କରାଯିବ। ଏହାସହ ଅତ୍ୟାଧୁନିକ ଓ୍ବେଲ୍ଡିଂ ଟେକ୍ନୋଲୋଜି ଏବଂ ଆଡ୍‌ଭାନ୍ସ ଉପକରଣର ବ୍ୟବହାର ପ୍ରମୁଖ ଆକର୍ଷଣ ରହିବ। ବିଶ୍ୱ ସ୍ତରର ଓ୍ବେଲ୍ଡିଂ ବିଶେଷଜ୍ଞମାନେ ପ୍ରତିଯୋଗୀଙ୍କୁ ପ୍ରଶିକ୍ଷଣ ଦେବେ। ଶେଷ ଦିବସରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ସହ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ମେଡାଲ ପ୍ରଦାନ କରାଯିବ। ଏହାସହ ୫ ମେଡାଲିଅନ୍‌ ଅଫ୍‌ ଏକ୍ସଲେନ୍ସ ପ୍ରଦାନ କରାଯିବ। ସେହିଭଳି ଶ୍ରେଷ୍ଠ ବିବେଚିତ ଶିକ୍ଷାନୁଷ୍ଠାନକୁ ଚଳିତବର୍ଷ ଲାଗି ଚାମ୍ପିୟନ ଟ୍ରଫି ପ୍ରଦାନ କରାଯିବ।
ଗୁରୁବାର ସ୍ଥାନୀୟ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ସଭାପତି ସଞ୍ଜୀବ କୁମାର ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତର ମ୍ୟାନୁଫ୍ୟାକ୍‌ଚରିଂ ସେକ୍ଟରରେ ମହିଳାଙ୍କ ଉପସ୍ଥିତି କମ୍‌ ଥିବାବେଳେ ଆମେ ଏଥିପ୍ରତି ଅଧିକରୁ ଅଧିକ ମହିଳା ତଥା ଛାତ୍ରୀଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରୁଛୁ। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ହେଉଥିବା ଏହି ଓ୍ବେଲ୍ଡିଂ ଲିଗ୍‌ରେ ଓଡ଼ିଶାରୁ ସର୍ବାଧିକ ୭୦ଜଣ ଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି। ଫ୍ରୋନିଅସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ବିଶ୍ୱନାଥ କାମତ୍‌ କହିଛନ୍ତି, ଭାରତରେ ଏବେ ପ୍ରତିବର୍ଷ ୨୦ ହଜାର ଓ୍ବେଲ୍ଡରଙ୍କ ଅଭାବ ପରିଲକ୍ଷିତ ହେଉଛି। ମହିଳାଙ୍କ ଯୋଗଦାନ ଦ୍ୱାରା ଏହି ଅଭାବ ପୂରଣ ହେବ। ପ୍ରତି କ୍ଷେତ୍ରରେ ଓ୍ବେଲ୍ଡିଂର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହୁଥିବା ବେଳେ କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆରେ ଓ୍ବେଲ୍ଡିଂ ଏକ ପ୍ରମୁଖ ଅଂଶ। ତେଣୁ ରାଜ୍ୟର ଅଧିକରୁ ଅଧିକ ମହିଳା ଏଥିରେ ନିଜ ଭବିଷ୍ୟତ ଗଢିବା ଆବଶ୍ୟକ ବୋଲି ସେ କହିଥିଲେ। ଖବରଦାତା ସମ୍ମିଳନୀରେ ୟୁନିଭର୍ସିଟି କୁଳପତି ପ୍ରଫେସର ଭବେଶ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri