Posted inରାଜ୍ୟ

ଆଜିଠୁ ଆରମ୍ଭ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥା: ସବୁ ପିଡିଏସ୍‌ କେନ୍ଦ୍ରରୁ ହିତାଧିକାରୀ ନେଇପାରିବେ ରାଶନ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଆଧାରକାର୍ଡ ନ ଥିଲେ ମିଳିବନି ରାଶନ। ଓ୍ବାନ ନେଶନ ଓ୍ବାନ ରାଶନ ବ୍ୟବସ୍ଥା ରବିବାରଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗୁ ହେବ। ସେପ୍ଟେମ୍ବର ୧ ରୁ ୨୫ ତାରିଖ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ହିତାଧିକାରୀ ଏକକାଳୀନ ଦୁଇମାସର ରାଶନ ନେଇପାରିବେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହୁଥିବା ୨ ଲକ୍ଷ ହିତାଧିକାରୀ ସହରର ଯେକୌଣସି ସାଧାରଣ ଖାଉଟି ବଣ୍ଟନ ଡିଲରଙ୍କ ପାଖରୁ ରାଶନ ନେଇପାରିବେ। ନିଜ ଅଞ୍ଚଳର ଡିଲର ନିକଟରେ ଆଉ ସେମାନେ ବନ୍ଧା ହୋଇ ରହିବେ ନାହିଁ। ଏଥିପାଇଁ ରାଶନ କାର୍ଡଧାରୀଙ୍କୁ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି। ଆଧାର ନ ଥିଲେ ଖାଦ୍ୟ ସାମଗ୍ରୀ ମିଳିବ ନାହିଁ। ବିଏମସି ଅଞ୍ଚଳର ୧୨୭ଟି ସରକାରୀ ପାଇକାରି ଦୋକାନରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍‌ଲାଇନ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିୟମିତ ମନିଟରିଂ କରିବ। ଏହି ସହରାଞ୍ଚଳରେ ଇଣ୍ଟରନେଟ ସୁବିଧା ଥିବାରୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଠାରୁ ଆରମ୍ଭ କରାଯାଇଛି। ଅଙ୍ଗୁଳିଛାପ କିମ୍ବା ଆଖି ସଙ୍କେତ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ରାଶନ ଦିଆଯିବ। ପ୍ରତ୍ୟେକ ପାଇକାରି ବିକ୍ରେତାଙ୍କୁ ଆଖି ଚିହ୍ନ ନେବାକୁ ଆଇଆରଆଇଏସ୍‌ ମେଶିନ ଯୋଗାଇ ଦିଆଯାଇଛି। ତେବେ ଯେଉଁମାନଙ୍କର ଆଙ୍କୁଠି ଚିହ୍ନ ନେଉ ନ ଥିବ କିମ୍ବା ହିତାଧିକାରୀ ବୟସ୍କ, ଦୁରାରୋଗରେ ପୀଡ଼ିତ, କୁଷ୍ଠରୋଗୀମାନଙ୍କୁ ବିନା ଆଧାରକାର୍ଡରେ ଚାଉଳ ଯୋଗାଇ ଦିଆଯିବ। ମାର୍କେଟ ଇଣ୍ଟେଲିଜେନ୍ସ ଅଧିକାରୀ ସେହି ହିତାଧିକାରୀଙ୍କ ତାଲିକା ଯୋଗାଣ ବିଭାଗକୁ ପ୍ରଦାନ କରିବେ। ବିଭାଗ ଏହାକୁ ସନ୍ଦେହ ତାଲିକାରେ ରଖିବ। ମିଥ୍ୟା ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ୧୧୪ଟି ସହରାଞ୍ଚଳରେ ଲାଗୁ କରାଯିବ। ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ ସେଠାରେ ପୂର୍ବ ଭଳି କାର୍ଡ ଦେଖାଇ ରାଶନ ନେଇ ପାରିବେ। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୭ ପ୍ରତିଶତ ପରିବାର ଏବଂ ୯୩ ପ୍ରତିଶତ ଏନ୍‌ଏସ୍‌ଏସ୍‌ଏ ହିତାଧିକାରୀଙ୍କର ଆଧାର ସଂଯୋଗ କରାଯାଇଛି। ବାଟମାରଣା ରୋକିବାକୁ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା ଅନ୍‌ଲାଇନ୍‌ କରାଯିବ। ପର୍ଯ୍ୟାୟ କ୍ରମେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ନୂତନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା...

ଆହାର କେନ୍ଦ୍ରକୁ ନେଇ ଆସିଲା ମନ୍ତ୍ରୀଙ୍କ ବଡ଼ ବୟାନ

ସମ୍ବଲପୁର,୩।୧୦ (ଭବାନୀଶଙ୍କର ଭୋଇ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଜେଲ୍‌ ଛକ ସ୍ଥିତ ସାର୍ବଜନୀନ ଆହାର କେନ୍ଦ୍ର...

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ...

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri