ଆଜିଠୁ ନୂଆ ମୋଟର ଯାନ ଆଇନ: ବହୁଗୁଣା ହେଲା ଜରିମାନା ରାଶି

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ-୨୦୧୯ ରବିବାରଠାରୁ ଲାଗୁ କରାଯିବ। ମୋଟର ଯାନ ଆଇନ ୧୯୮୮କୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଡ଼କ ପରିବହନ ବିଭାଗ ଦ୍ୱାରା ଲୋକମାନଙ୍କୁ ଉତ୍ତମ ସୁବିଧା ଯୋଗାଇଦେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ଶିକାର ଲୋକଙ୍କୁ ଉଦ୍ଧାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏଥିରେ କେତେକ ସଂଶୋଧନ କରାଯାଇଛି। ଗାଡି ଧକ୍କାରେ ମୃତାହତ ଲୋକଙ୍କ ପାଇଁ ମୋଟର ଯାନ ଦୁର୍ଘଟଣା ସହାୟତା ପାଣ୍ଠି ଗଠନ କରାଯାଇଛି। ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ବୀମାଭୁକ୍ତ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା ହୋଇଛି। ସଡକ ସୁରକ୍ଷାରେ ଉନ୍ନତି, ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା, ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାରେ ଉନ୍ନତି, ଅଟୋମେଶନ ଓ କମ୍ପ୍ୟୁଟରୀକରଣ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ତେବେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଏଥିରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଅପ୍ରାପ୍ତ ବୟସ୍କ ପିଲା ଗାଡି ଚଳାଇଲେ ସେମାନଙ୍କ ମାତାପିତା ଓ ଯାନବାହନ ମାଲିକଙ୍କୁ ଜରିମାନା ଦେବା ସହିତ ଜେଲ ଯିବାକୁ ପଡିବ। ଦ୍ରୁତ ଗତିରେ ଗାଡି ଚଲାଇବା, ବିନା ହେଲ୍‌ମେଟ ଓ ମୋବାଇଲରେ କଥା ହୋଇ ଗାଡି ଚଳାଇଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ସଂଶୋଧିତ ଆଇନରେ ଜରିମାନା ରାଶିକୁ ବହୁଗୁଣା ବୃଦ୍ଧି କରାଯାଇଛି। ସାଧାରଣ ନିୟମ ଉଲ୍ଲଂଘନ କଲେ ପୂର୍ବରୁ ପ୍ରଥମ ଥର ପାଇଁ ୧୦୦ ଟଙ୍କା ଜରିମାନା କରାଯାଉଥିବା ବେଳେ ଦ୍ୱିତୀୟ ଥର ପାଇଁ ୩୦୦ ଟଙ୍କା ହେଉଥିଲା। ସେପ୍ଟେମ୍ବର ପହିଲାରୁ ଏହା ଯଥାକ୍ରମେ ୫୦୦ ଓ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡ୍ରାଇଭିଂ ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିନା ଟିକେଟରେ ଯାତ୍ରା କଲେ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ପରିବହନ କର୍ତ୍ତୃପକ୍ଷଙ୍କ ନିୟମକୁ ଅବମାନନା କଲେ ୫୦୦ ବଦଳରେ ୨ ହଜାର, ଜାଣିଶୁଣି ସୂଚନା ନ ଦେଲେ ୫୦୦ରୁ ୨ ହଜାର, ଅନ୍ୟକୁ ଗାଡି ଚଳାଇବାକୁ ଦେଲେ ୧ ହଜାରରୁ ୫ ହଜାର, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫୦୦ରୁ ୫ ହଜାର, ଅଯୋଗ୍ୟ ଘୋଷିତ ପରେ ଗାଡି ଚଳାଇଲେ ୫ରୁ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। କଣ୍ଡକ୍ଟର ଲାଇସେନ୍ସ ଅପରାଧ ମାମଲା ପାଇଁ ୧୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏହି ସଂଶୋଧିତ ଆଇନରେ କେତେକ ନୂତନ ଜରିମାନାର ବ୍ୟବସ୍ଥା କରାଯାଇଛି। ମୋଟର ଯାନ ଆଇନ ସପ୍ତମ ପରିଚ୍ଛେଦକୁ ଉଲ୍ଲଂଘନ କରି ଯାନବାହନ ବିକ୍ରି କଲେ ନିର୍ମାତା, ଡିଲରଙ୍କ ଉପରେ ପ୍ରତ୍ୟେକ ଗାଡି ପିଛା ୧ ଲକ୍ଷ ଟଙ୍କାର ଜରିମାନା କରାଯିବ। ସେହିପରି ଯଦି ଗାଡି ନିର୍ମାତା ଆଇନକୁ ଉଲ୍ଲଂଘନ କରିବେ ତେବେ ତାଙ୍କୁ ୧୦୦ କୋଟି ଟଙ୍କା, ବିପଦପୂର୍ଣ୍ଣ ଗାଡିକୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ବିକ୍ରି କଲେ ୧ ଲକ୍ଷ, ଆଇନ ବିରୋଧରେ ଗାଡିର କୌଣସି ଯନ୍ତ୍ରାଂଶକୁ ବଦଳାଇଲେ ପ୍ରତିବଦଳ ଅଂଶ ପାଇଁ ୫ ହଜାର, ଅଣପଞ୍ଜୀକୃତ ଏବଂ ଗାଡିର ଫିଟ୍‌ନେସ ନ ଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ହାଲୁକା ଯାନକୁ ଦ୍ରୁତ ଗତିରେ ଚଳାଇଲେ ୧ ହଜାର ବଦଳରେ ୨ ହଜାର, ଯାତ୍ରୀବାହୀ ଗାଡିକୁ ଅତ୍ୟଧିକ ବେଗରେ ଚଳାଇଲେ ୪ ହଜାର, ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କଲେ ୧ ହଜାର ପରିବର୍ତ୍ତେ ୧୦ ହଜାର, ଟ୍ରାଫିକ୍‌ରେ ନାଲିବତି ଉଲ୍ଲଂଘନ, ବନ୍ଦ ଥିବା ବେଳେ ଯିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର, ନୋ ଓଭର ଟେକିଂ ଜୋନରେ ଓଭରଟେକ କରିବା, ଯାନବାହନର ବିପରୀତ ଦିଗରୁ ଗାଡି ଚଳାଇବା, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ପ୍ରଥମ ଥର ପାଇଁ ୫ ହଜାର ଓ ଦ୍ୱିତୀୟ ଥର ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ମଦ୍ୟପାନ କରି ଗାଡି ଚଳାଇଲେ ୩ ହଜାର ବଦଳରେ ୧୫ ହଜାର, ମାନସିକ ଓ ଶାରୀରିକ ଅସୁସ୍ଥ ବ୍ୟକ୍ତି ଗାଡି ଚଳାଇବା ପାଇଁ ୫୦୦ରୁ ୨ ହଜାର, ଦୁର୍ଘଟଣା ଘଟାଇବା ପାଇଁ ୧ ହଜାରରୁ ୧୦ ହଜାର, ରେସିଂ ସ୍ପିଡ୍‌ରେ ଗାଡି ଚଳାଇଲେ ୫୦୦ରୁ ୧୦ ହଜାର, ଅସୁରକ୍ଷିତ ଯାନକୁ ଚଳାଇବା ପାଇଁ ୧ ହଜାରରୁ ୧୫୦୦, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ୨ ହଜାରରୁ ୧୦ ହଜାର, ଶରୀର କିମ୍ବା ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ ୧ ହଜାରରୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଯାନବାହନରେ ବିସ୍ଫୋରକ ସାମଗ୍ରୀ ନେବା ପାଇଁ ୫ ହଜାରରୁ ୧୦ ହଜାର, ବିନା ସିଟ୍‌ ବେଲ୍‌ଟରେ ଗାଡି ଚଳାଇଲେ ୧ ହଜାର, ଦୁଇଚକିଆ ଯାନରେ ଦୁଇଜଣରୁ ଅଧିକ ଗଲେ ୧ ହଜାର, ବିନା ହେଲ୍‌ମେଟରେ ଗାଡି ଚଳାଇଲେ ୧ ହଜାର, ବିନା ପଞ୍ଜୀକରଣରେ ଗାଡି ଚଳାଇଲେ ୧୦ ହଜାର, ବିନା ଅନୁମତିରେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ। ସେହିପରି ଗାଡି ପଞ୍ଜୀକରଣ ପାଇଁ ଆବେଦନ ନ କରି କିମ୍ବା ଜାଲ କାଗଜପତ୍ର କରି ଗାଡି ବିକିଲେ ଡିଲରଙ୍କୁ ୧୫ଗୁଣା ଟିକସ ଆକାରରେ ଜରିମାନା ଦେବାକୁ ହେବ। ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ପ୍ରତି ଟନ ପିଛା ୨ ହଜାର, ଅଧିକ ଯାତ୍ରୀ ନେଲେ ପ୍ରତି ଯାତ୍ରୀ ପିଛା ୨୦୦ ଟଙ୍କା ଜରିମାନା ଆକାରରେ ଦେବାକୁ ପଡିବ। ଏହିପରି ଆହୁରି ଅନେକ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ମୋଟର ଯାନ ଆଇନ ସେପ୍ଟେମ୍ବର ପହିଲାରୁ କଡାକଡି ଭାବେ ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଶନିବାର ସଚିବାଳୟଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri