ଆଜିର ଅର୍ଥନୀତି/ୟେସ୍‌ ବିପର୍ଯ୍ୟୟ

ୟେସ୍‌ ବ୍ୟାଙ୍କ ହେଉଛି ଏକ ବୃହତ୍‌ ଆଧୁନିକ ଘରୋଇ ବ୍ୟାଙ୍କ। ୨୦୦୪ରେ ରାଣା କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବା ପରଠାରୁ ଏକ ସଫଳ ଉଦ୍ୟୋଗରେ ପରିଣତ ହେବା ଲାଗି ଯାହା ଯାହା ଲକ୍ଷଣ ଦରକାର ସେସବୁ ଏଥିରେ ଦେଖିବାକୁ ମିଳୁଥିଲା। ପ୍ରାୟ ଦୁଇବର୍ଷ ପୂର୍ବ ପର୍ଯ୍ୟନ୍ତ ଏହା ଉଭୟ ନିବେଶକ ଓ ଗ୍ରାହକଙ୍କ ପ୍ରିୟ ଥିଲା। ଆଜି ବି ଏଥିରେ ଦୁଇଲକ୍ଷ କୋଟିରୁ ଅଧିକ ଟଙ୍କା ଜନସାଧାରଣ ଜମା ରଖିଛନ୍ତି। ବ୍ୟବସାୟର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଏହା ସଞ୍ଚୟ ବ୍ୟାଙ୍କ ଜମା ଉପରେ ଅଧିକ ସୁଧ ଦେବା ସହ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିଲା। ତେବେ ଏହାର ପତନ ଆରମ୍ଭ ହେଲା ସେତେବେଳେ, ଯେତେବେଳେ ଏହାର ଖାତାରେ ଖରାପ ଋଣର ପରିମାଣ ବଢ଼ି ବଢ଼ି ଚାଲିଲା। ବ୍ୟାଙ୍କ ଏହାର ଖରାପ ଋଣଜନିତ କ୍ଷତି ପରିଚାଳନା କରିବା ପାଇଁ ନଗଦ ପୁଞ୍ଜି ସଂଗ୍ରହ କରିବାରେ ବିଫଳ ହେଲା। ଏହାର ବର୍ତ୍ତମାନ ନିବେଶକ କିମ୍ବା ଅନ୍ୟ ସମ୍ଭାବ୍ୟ ବ୍ୟକ୍ତି ଏଥିରେ ଆଉ ଟଙ୍କା ନିବେଶ କରିବାକୁ ଆଗ୍ରହ ଦେଖାଇଲେ ନାହିଁ। ଏଣିକି ନିବେଶକମାନେ ସେମାନଙ୍କ ଆର୍ଥିକ କ୍ଷତି ସମ୍ଭାବନା ଦୂରକରିବା ପାଇଁ ବଣ୍ଡ୍‌ ଚୁକ୍ତିନାମା ଭଙ୍ଗେଇବାକୁ ଆରମ୍ଭ କଲେ। ତାଜା ପୁଞ୍ଜି ସୃଷ୍ଟି କରିବା ପାଇଁ ବ୍ୟାଙ୍କର ଉଦ୍ୟମ ଗତବର୍ଷ ମଧ୍ୟଭାଗରେ ବିଫଳ ହୋଇ ସତର୍କ ଘଣ୍ଟି ବଜାଇଥିଲା। ମୁଡିର ନିବେଶକ ସେବା ଡିସେମ୍ବର ୨୦୧୯ରେ ୟେସ୍‌ ବ୍ୟାଙ୍କର କ୍ରେଡିଟ୍‌ ରେଟିଂ ହ୍ରାସ କରି କହିଛି ଯେ, ନୂତନ ପୁଞ୍ଜି ସଂଗ୍ରହରେ ମନ୍ଥରତା ହେତୁ ଏହାର କାର୍ଯ୍ୟକ୍ଷମତା ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଟାକ ମହୀନ୍ଦ୍ରା, ଲକ୍ଷ୍ମୀ ବିଳାସ ଆଦି ଅନ୍ୟ ଘରୋଇ ବ୍ୟାଙ୍କ ପ୍ରତିଯୋଗିତାମୂଳକ ସୁଧହାର ଓ ସେବା ପ୍ରଦାନ ଆରମ୍ଭ କରିଥିବାରୁ ୟେସ୍‌ ବ୍ୟାଙ୍କର ଅନେକ ଗ୍ରାହକ ଏହି ବ୍ୟାଙ୍କ ଛାଡ଼ି ଅନ୍ୟ ବ୍ୟାଙ୍କର ଗ୍ରାହକ ବନିଗଲେ। ୟେସ୍‌ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରିମାସୀରେ ୧୫୦୦ କୋଟି ଟଙ୍କାର କ୍ଷତି କରିବା ପରେ ଆର୍‌ବିଆଇକୁ ତତ୍ପରତା ପ୍ରକାଶ କରି ଏହାର ବୋର୍ଡରେ ଜଣେ ପଏଣ୍ଟ ମ୍ୟାନ୍‌ଙ୍କୁ ନିଯୁକ୍ତ କରିବାକୁ ପଡ଼ିଲା। ଜାନୁୟାରୀ ୨୦୧୯ରେ ରାଣା କପୁରଙ୍କୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ବିଦାହେବାକୁ ପଡ଼ିଲା କାରଣ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ଲାଗି ବୋର୍ଡର ସୁପାରିସକୁ ଆର୍‌ବିଆଇ ପ୍ରତ୍ୟାଖ୍ୟାନ କରିଦେଲା। କପୁର ବିଦାହେବା ପରେ ବୋର୍ଡରେ ବିବାଦ ଦେଖାଦେଲା ଏବଂ ଏହାର ସଦସ୍ୟମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଗଲେ: ଗୋଟିଏ କପୁରଙ୍କ ସପକ୍ଷ ଓ ଆଉ ଗୋଟିଏ ବିପକ୍ଷ ଗୋଷ୍ଠୀ। ଫଳରେ ରଣବୀର ସିଂ ଗିଲ୍‌ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ନେବା ପରେ ମଧ୍ୟ ବ୍ୟାଙ୍କରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଲା। ତେବେ ଏହି ଅଚଳାବସ୍ଥା ଗତ ସପ୍ତାହ ବେଳକୁ ତୀବ୍ରତର ହୋଇଥିଲା, ଯାହାଫଳରେ ଆର୍‌ବିଆଇ ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ସୀମା ମାସିକ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ କରିଦେଲା। ଏକ ବିବାଦୀୟ ପଦକ୍ଷେପ ସ୍ବରୂପ ଏସ୍‌ବିଆଇ ଏହି ବ୍ୟାଙ୍କକୁ ୧୦,୦୦୦ କୋଟି ଟଙ୍କା ଦେଇ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ରାଜି ହୋଇଛି। ଉକ୍ତ ଟଙ୍କା ଉଠା କଟକଣା ମାସକ ଭିତରେ ଉଠାଇ ଦିଆଯିବ ବୋଲି ଆର୍‌ବିଆଇ ଓ ଏସ୍‌ବିଆଇ ଘୋଷଣା କରିଛନ୍ତି।
ଭାରତରେ ବ୍ୟାଙ୍କଗୁଡ଼ିକର ବିଫଳତା ନୂଆ ନୁହେଁ। ଅତୀତରେ ଏମିତି ଅନେକ ଘଟଣା ଘଟିଛି। ମାତ୍ର କେଇ ମାସ ତଳେ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରାଯାଇଥିଲା। ଏହାର କେତେ ବର୍ଷ ପୂର୍ବରୁ ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କ ବିଶ୍ୱାସ ହରାଇଥିଲା। ତେବେ ବର୍ତ୍ତମାନ ଘଟଣାର ଏକ ଗୁରୁତ୍ୱ ରହିଛି କାରଣ ୟେସ୍‌ ବ୍ୟାଙ୍କ ଏକ ବୃହତ୍‌ ବ୍ୟାଙ୍କ ଯାହାର ସାରା ଭାରତରେ ଉପସ୍ଥିତି ରହିଛି। ଘରୋଇ ବ୍ୟାଙ୍କଗୁଡ଼ିକ ଭିତରେ ଏହା ହେଉଛି ପଞ୍ଚମ ବୃହତ୍ତମ ଋଣପ୍ରଦାନକାରୀ ବ୍ୟାଙ୍କ। ୟେସ୍‌ ବ୍ୟାଙ୍କର ବିଫଳତା ଘରୋଇ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ଉପରେ ସନ୍ଦେହ ସୃଷ୍ଟି କରିବା ସହ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଉପରୁ ଜନସାଧାରଣଙ୍କ ବିଶ୍ୱାସ ନଷ୍ଟ କରୁଛି। ଆମ ଦେଶରେ ବ୍ୟାଙ୍କିଙ୍ଗ୍‌ ସଂସ୍କାର କ୍ଷେତ୍ରରେ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଉଛି। ଆର୍‌ବିଆଇ ଦ୍ୱାରା ଘରୋଇ ବ୍ୟାଙ୍କଗୁଡ଼ିକର ଠିକ୍‌ ଭାବେ ନିୟନ୍ତ୍ରଣ କରାଯାଉ ନାହିଁ। ୟେସ୍‌ ବ୍ୟାଙ୍କର କର୍ପୋରେଟ୍‌ ଗଭର୍ନାନ୍ସରେ ସାଂଘାତିକ ବିଫଳତା ରହିଥିଲା। ନିର୍ଦ୍ଦେଶକମାନେ ଆସୁଥିଲେ ଓ ଯାଉଥିଲେ। କିନ୍ତୁ ବ୍ୟାଙ୍କର ଦୋଷଦୁର୍ବଳତା ଯେମିତିକୁ ସେମିତି ରହିଥିଲା। ସ୍ବଚ୍ଛତାର ଘୋର ଅଭାବ ରହିଥିଲା। ନିର୍ଦ୍ଦେଶକମାନଙ୍କଠାରୁ ସତ୍ୟ ଓ ତଥ୍ୟ ଲୁଚାଯାଉଥିଲା। ନିର୍ଦ୍ଦେଶକମାନେ ବି ସେମାନଙ୍କୁ ଦିଆଯାଉଥିବା ତଥ୍ୟ ଠିକ୍‌ କି ଭୁଲ୍‌ ପରଖିବାକୁ ଚେଷ୍ଟା କରୁ ନ ଥିଲେ। ରାଣା କପୁର ବ୍ୟାଙ୍କକୁ ନିଜ ଜମିଦାରି ଭାବୁଥିଲେ। ଡିଏଚ୍‌ଏଫ୍‌ଏଲ୍‌, ଅନିଲ ଅମ୍ବାନୀ ଗ୍ରୁପ୍‌ କମ୍ପାନିଜ୍‌, ସୁଭାଷ ଚନ୍ଦ୍ରଙ୍କ ଏସେଲ ଗ୍ରୁପ୍‌ ପରି ସନ୍ଦେହପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ଋଣ ଦେଇଥିଲେ। ଲାଞ୍ଚ କାରବାର ହେଉଥିବାର ମଧ୍ୟ ଖବର ରହିଛି। ଗ୍ରାହକମାନେ ଚାହୁଁଛନ୍ତି, ବ୍ୟାଙ୍କ ଖାତାଗୁଡ଼ିକର ଠିକ୍‌ ଭାବେ ତଦନ୍ତ କରାଯାଉ ଏବଂ ଏଥିରେ କାହାରି ହସ୍ତକ୍ଷେପ ନ ରହୁ। ବ୍ୟାଙ୍କଗୁଡ଼ିକରେ ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ହେବା ନୂଆ କଥା ନୁହେଁ। ଗତବର୍ଷ ଆମେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ଚନ୍ଦା କୋଚରଙ୍କ ବଦମାସି ଦେଖିଛୁ। ତେଣୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପରି ଘରୋଇ ବ୍ୟାଙ୍କଗୁଡ଼ିକର ମଧ୍ୟ ଠିକ୍‌ ଭାବେ ମନିଟର କରାଯିବା ଦରକାର, ଯାହାଫଳରେ ସେମାନଙ୍କର ଅସାଧୁ କାରବାରକୁ ରୋକାଯାଇପାରିବ ଏବଂ ସେମାନଙ୍କୁ ନିୟମିତ ଭାବେ ସେମାନଙ୍କର ସମ୍ପତ୍ତି, ଦେଣା, ବିପଦର ମୂଲ୍ୟାଙ୍କନ ଓ ଭବିଷ୍ୟତ ଆକଳନ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିବାକୁ କୁହାଯିବା ଦରକାର। ଘରୋଇ ବ୍ୟାଙ୍କଗୁଡ଼ିକର କର୍ପୋରେଟ୍‌ ଗଭର୍ନାନ୍ସ ଯେପରି ଠିକ୍‌ ଭାବରେ ଚାଲେ ଆର୍‌ବିଆଇ ତାହା ସୁନିଶ୍ଚିତ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri