ହାଇଦ୍ରାବାଦ,୭।୧୦: ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଆନମ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବେ। ଏ ନେଇ ସ୍ପଟ କରିଛନ୍ତି ସାନିଆ। ଆନମ ବ୍ୟାଚଲର ପାର୍ଟି ମଧ୍ୟ ଦେଇସାରିଛନ୍ତି। ଏହି ବିବାହ ନେଇ ସମସ୍ତେ ଉତ୍ସୁକ ବୋଲି ସାନିଆ କହିଛନ୍ତି। ତାଙ୍କ ବିବାହ ଡିସେମ୍ବରରେ ହେବ। ଭଉଣୀ ଅମାନ ଓ ଅସାଦଙ୍କ ସହ ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନରେ ‘ଫ୍ୟାମିଲି’ ଲେଖିଥିଲେ ସାନିଆ।