ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଆଳୁ ରସ

ଆଜିକାଲି ଅନେକ ଲୋକଙ୍କଠାରେ ଆଣ୍ଠୁଗଣ୍ଠି ରୋଗ ସମସ୍ୟା ଦେଖାଯାଉଛି। ଯେପରି କ୍ରମେ କ୍ରମେ ଏ ରୋଗ ବଢ଼ିଚାଲେ, ମଣିଷ ପକ୍ଷେ ଚାଲିବା ବୁଲିବା କଷ୍ଟକର ହୋଇପଡ଼େ। ଗଣ୍ଠି ରୋଗର ସବୁଠୁ ଅଧିକ ପ୍ରଭାବ ଆଣ୍ଠୁ, ଅଣ୍ଟା, ମେରୁଦଣ୍ଡ ଉପରେ ପଡ଼ିଥାଏ। ଏହାଛଡ଼ା ହାତ ଆଙ୍ଗୁଠି, କହୁଣୀ, ଜଙ୍ଘ ଏବଂ ପାଦ ମଧ୍ୟ ପ୍ରଭାବିତ ହୋଇଥାଏ। ବିଶେଷଜ୍ଞଙ୍କ ମତରେ, ଦେଶର ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏବେ ଏହି ରୋଗରେ ପୀଡ଼ିତ। ଯେଭଳି ଭାବେ ରୋଗ ବଢ଼ିଚାଲିଛି, ଅନୁମାନ ହେଉଛି ଆସନ୍ତା କିଛି ବର୍ଷରେ ଆର୍ଥ୍ରାଇଟ୍ସ ଲୋକଙ୍କୁ ଶାରୀରିକ ରୂପେ ଅପଙ୍ଗ କରିବାର ଚତୁର୍ଥ ପ୍ରମୁଖ କାରଣ ପାଲଟିବ। ଏଥିରୁ ରକ୍ଷା ପାଇବାକୁ ଅନେକ ପ୍ରକାରର ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। କେଉଁଥିରୁ ଆରାମ ମିଳୁଥିବା ବେଳେ କେଉଁଥିରୁ ଆଦୌ ଉପଶମ ହେଉନାହଁି। କିନ୍ତୁ ଜାଣନ୍ତି, ଏ ରୋଗର ଯନ୍ତ୍ରଣା ଲାଘବ କରିବାରେ ଆଳୁ ବେଶ୍‌ ଲାଭପ୍ରଦ। କଞ୍ଚା ଆଳୁ ରସକୁ ଆର୍ଥ୍ରାଇଟ୍ସ ଚିକିତ୍ସା କ୍ଷେତ୍ରରେ ବେଶ୍‌ ଉତ୍ତମ ବୋଲି କୁହାଯାଇଛି। ଏଥିରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ଥିବା ହେତୁ ବେକ, କହୁଣୀ, କାନ୍ଧ ଏବଂ ଆଣ୍ଠୁ ଯନ୍ତ୍ରଣା ଖୁବ୍‌ ଶୀଘ୍ର ଲାଘବ ହୋଇଥାଏ। କଞ୍ଚା ଆଳୁ ରସ ପିଇବା ଦ୍ୱାରା ଏହି ଯନ୍ତ୍ରଣାରୁ ଖୁବ୍‌ ଶୀଘ୍ର ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri