ଆଣ୍ଡାମାନ ନିକଟରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-କରୋନା ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ସଙ୍କଟ ଦେଇ ଗତି କରୁଛି। ଏଭଳି ଘଡିସନ୍ଧି ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ମେ ୩ ତାରିଖ ବେଳକୁ ଓଡିଶା ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ଦେଖାଦେଇଛି। ତେବେ ଏହା ଓଡ଼ିଶା ଆସିବ କି ନାହିଁ ସେ ନେଇ ଅଦ୍ୟାବଧି ସ୍ପଷ୍ଟ ହେଇନାହିଁ। ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ବାତ୍ୟା ରୂପରେଖ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।
ଚଳିତ ମାସ ୨୮ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟର ରୂପ ନେବ। ୩୦ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟା ରୂପନେବ। ମେ ୨ରୁ ୩ ତାରିଖ ମଧ୍ୟରେ ଏହା ମ୍ୟାନ୍‌ମାର ଅତିକ୍ରମ କରିବ। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌) ଏବଂ ଆମେରିକା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍‌ଏସ୍‌) ଏଭଳି ପୂର୍ବାନୁମାନ କରିଛି।
ସୂଚନା ଅନୁଯାୟୀ, ଆଣ୍ଡାମାନ ନିକୋବର ଦ୍ୱୀପ ନିକଟରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ଭାରତୀୟ ଉପକୂଳ ଆଡକୁ ମୁହଁାଇ ମ୍ୟାନ୍‌ମାର ଏବଂ ବାଂଲାଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ଓଡିଶାକୁ ମୁହଁାଇବ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ପୁଣେସ୍ଥିତ ଆଇଆଇଟିଏମ୍‌ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ମେ ୧ ବେଳକୁ ଲଘୁଚାପ ବାତ୍ୟାର ରୂପ ନେଇ ମ୍ୟାନ୍‌ମାର ଏବଂ ବାଂଲାଦେଶ ଆଡକୁ ମୁହଁାଇବା ସମ୍ଭାବନା ରହିଛି। ତେବେ ଏହାର ଗତି ପଥ ମଧ୍ୟ ବଦଳି ପାରେ ବୋଲି କୁହାଯାଇଛି। ସେହିପରି ଆମେରିକା ନ୍ୟାଶନାଲ ଓସେନିକ ଆଣ୍ଡ ଆଟମୋସ୍ପିୟରିକ୍‌ ଆଡ଼ମିନିଷ୍ଟ୍ରେସନ(ଏନ୍‌ଓଏଏ‌) ଏବଂ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍‌ଏସ୍‌) ତଥ୍ୟ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ ନିକଟରେ ଏପ୍ରିିଲ ୩୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ମେ ୧ ରେ ଏହା ବାତ୍ୟା ରୂପ ନେଇ ଆଣ୍ଡାମାନ ଓ ନିକୋବରକୁ ଅତିକ୍ରମ କରିବ। ଏହା ଉତ୍ତର ଦିଗକୁ ଗତି କରି ମ୍ୟାନ୍‌ମାରରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ବିଭିନ୍ନ ପାଣିପାଗ ମଡେଲ ଜଣାଇଛି। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। ତେବେ ଏହାର ଗତିବିଧି କେଉଁ ଆଡକୁ ହେବ ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଆସନ୍ତା ୨୭/୨୮ ତାରିଖ ବେଳକୁ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତିି।
ସୂଚନାଯୋଗ୍ୟ, ୨୦୧୯ ମେ ୩ରେ ଅଦିନିଆ ବାତ୍ୟା ‘ଫନୀ’ ଓଡିଶା ଉପକୂଳବର୍ତ୍ତୀ ଜିଲାକୁ ଛାରଖାର କରି ଦେଇଥିଲା। ଫନୀକୁ ବର୍ଷେ ପୂରିବାକୁ ଯାଉଛି। ଏହାର କ୍ଷତି ଭରଣା ହୋଇ ନ ଥିବା ବେଳେ ଆଉ ଏକ ବାତ୍ୟା ଆଣ୍ଡାମାନ ନିକୋବର ଦୀପପୁଞ୍ଜ ନିକଟରେ ଦାନା ବାନ୍ଧବା ଆରମ୍ଭ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ପରିଚୟପତ୍ର ସଂଶୋଧନ ପାଇଁ ଶିକ୍ଷକ ନେଲେ ହଜାରେ, ‘ଭୁଲ୍‌’ ପଚାରିବାରୁ ମହିଳାଙ୍କୁ ମାଡ଼

ମହାକାଳପଡ଼ା,୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହିଳାଙ୍କ ଭୋଟ ପରିଚୟପତ୍ର ସଂଶୋଧନ କରିବାକୁ ଜଣେ ଶିକ୍ଷକ ହଜାରେ ଟଙ୍କା ନେଇଥିଲେ। ଏହା ଠିକ୍‌ ଭାବେ ସଂଶୋଧନ ନ ହେବାରୁ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri