ଭୋପାଳ,୨୨।୮: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ମଧ୍ୟପ୍ରଦେଶ ସତନାରେ ଏଟିଏସ୍ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କର ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ରେ ୧୩ ପାକିସ୍ତାନ ନମ୍ବର ଥିବା ଏଟିଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏସବୁ ନମ୍ବରକୁ ଭିଡ଼ିଓ କଲିଂ ତଥା ହ୍ବାଟସ୍ଆପ୍ରେ ତଥ୍ୟ ଯୋଗାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।