ଆତଙ୍କର ସହର ଭୁବନେଶ୍ୱର

କମିଶନରେଟ ପୋଲିସ ଇଲାକାରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଠି ସୁରକ୍ଷା ଅପହଞ୍ଚ, ଅପରାଧୀଙ୍କୁ ଛାଡ଼ି ପୋଲିସ ହେଲ୍‌ମେଟ୍‌ରେ ବ୍ୟସ୍ତ। ଉନ୍ନତ ଟେକ୍ନୋଲୋଜି, ଦକ୍ଷ ଅଧିକାରୀ ରହିଥିବା ସତ୍ତ୍ୱେ ସହରରେ ବଢ଼ି ଚାଲିଛି ହତ୍ୟା, ଲୁଟ୍‌ ପରି ଅପରାଧ। ବିଶେଷକରି ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ପ୍ରତିଦିନ ପ୍ରତି ଥାନାଞ୍ଚଳରେ ଘଟୁଛି ଲୁଟ୍‌, ଚୋରି, ଡକାୟତି ଆଦି ଘଟଣା। ରାଜରାସ୍ତାଠାରୁ ଆରମ୍ଭ କରି କଲୋନୀ ଓ ଘରେ ଘଶି ଆତଙ୍କ ଖେଳାଉଛନ୍ତି ଲୁଟେରା। ପରିସ୍ଥିତି ଏପରି ହୋଇଛି ସତେଯେମିତି ଭୁବନେଶ୍ୱର ପାଲଟି ଯାଇଛି ଆତଙ୍କର ସହର। ମଙ୍ଗଳବାର ୨୧ ଘଣ୍ଟା ମଧ୍ୟରେ ୪ଟି ବଡ଼ ବଡ଼ ଲୁଟ୍‌ ଓ ଡକାୟତି ସହ ଏକାଧିକ ଛୋଟ ଘଟଣା ଘଟିବା ପରେ ସହରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଉତ୍ତ୍ୟକ୍ତ ଲୋକେ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ବୁଧବାର ରସୁଲଗଡ଼ ଛକରେ ଧାରଣା, ପୋଡ଼ାଜଳା ଓ ପୋଲିସ ବିରୋଧରେ ନାରାବାଜି ସହରର ଆଇନଶୃଙ୍ଖଳାକୁ ପଦାକୁ ପକାଇ ଦେଇଥିବାବେଳେ ଏହି ବାଟଦେଇ ଯାଉଥିବା ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ଏଣିକି ସତର୍କ ରହିବେ ବୋଲି କହୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୬।୧: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ ହୋଇଛି। ମାରିଜୁଆନା ଆଣିଥିବା ୨ ମହିଳା ଯାତ୍ରୀ ଗିରଫ କରିଛି ଭୁବନେଶ୍ବର କଷ୍ଟମ କମିଶନରେଟ।...

ଓଡ଼ିଶାରେ ୪୪ ହଜାର ୭୯୩ କୋଟି ଟଙ୍କା ଟଙ୍କାର ନିବେଶକୁ ଗ୍ରୀନ ସିଗନାଲ ଦେଲେ ସରକାର

ଭୁବନେଶ୍ୱର,୬।୧: ରାଜ୍ୟରେ ନିବେଶ ବଢାଇବା ଲାଗି ସରକାର ଜୋରଦାର ଉଦ୍ୟମ କରୁଥିବା ବେଳେ ସୋମବାର ସରକାର ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ...

ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

କଟକ,୬।୧: ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍‌। ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌ କରାଯିବ। ନୂଆ ପରୀକ୍ଷା ଜୋନ୍ କରାଯିବା...

ନାବାଳିକା ଝିଅଙ୍କୁ ବଳାତ୍କାର, ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୬ା୧(ସୂର୍ଯ୍ୟକାନ୍ତ ବେହେରା): ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ବାପାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ-୧)...

ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୧: ରାଜ୍ୟକୁ ଭାରତରେ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ...

୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ…

ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ...

ଏଚଏମପିଭି ଭୁତାଣୁ ନେଇ ପରାମର୍ଶ ଜାରି କଲେ ଓଡିଶା ସରକାର

ଭୁବନେଶ୍ୱର,୬।୧: ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme – National Centre for Disease Cantrol) (IDSP – NCDC) ଦ୍ୱାରା ଏଚଏମପିଭି...

ଓଡ଼ିଶାକୁ ଫେରିଲା ବାର୍ଡ ଫ୍ଲୁ! ଖୋଲା ଖୋଲି ଚାଲିଛି ଚିକେନ୍ ବିକ୍ରି

କୃଷ୍ଣପ୍ରସାଦ,୬।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri