ଆଦିମ ଜନଜାତି ମହିଳାଙ୍କ ପାଇଁ ‘ମମତା ଯୋଜନା’ ନିୟମ କୋହଳ: ଅବଧି ୫ ବର୍ଷ ବୃଦ୍ଧି

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୧ ମସିହାରୁ ଆରମ୍ଭ କରାଯାଇଥିବା ‘ମମତା ଯୋଜନା’ରେ ଆଦିମ ଜନଜାତି ବର୍ଗ(ପିଭିଟିଜି)ର ମହିଳାମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ କ୍ଷେତ୍ରରେ ୨୦୧୪ ରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏହି ଯୋଜନାର ଅବଧିକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏଥି ସହିତ ସେମାନଙ୍କ ପାଇଁ ଏହି ନିୟମକୁ କୋହଳ କରାଯାଇ ୨ରୁ ଅଧିକ ସନ୍ତାନ ଜନ୍ମ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ୨୦୨୪ ଯାଏ ମମତା ଯୋଜନା ଅଧୀନରେ ଅଣୁ ପ୍ରକଳ୍ପ ବ୍ୟତୀତ ଯେକୌଣସି ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିମ ଜନଜାତି ମହିଳା ଏହି ଯୋଜନାରେ ଉପକୃତ ହେବେ । ଏହି ପ୍ରକ୍ରିୟା ପାଇଁ ଆବଶ୍ୟକ ସରକାରୀ ଆଦେଶନାମା ଜାରି କରାଯାଇଛି ।

ବିଶେଷ କରି ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ସହିତ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ପୁଷ୍ଟିସମ୍ପନ୍ନ ଶିଶୁ ଜନ୍ମଦେବା ଏବଂ ନିରାପଦ ମାତୃତ୍ୱକୁ ଆଖି ଆଗରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ମମତା ଯୋଜନାରେ ୨ଟି କିସ୍ତିରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦୁଇଟି ଜନ୍ମ ହୋଇଥିବା ସନ୍ତାନଙ୍କ ପାଇଁ ସିଧାସଳଖ ପ୍ରସୂତି ମହିଳାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୩୮.୮୯ ଲକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ୧୮୧୦.୭୬ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରାଯାଇଛି ।
ମମତା ଯୋଜନାରେ ଉପକୃତ ହେଉଥିବା ଆଦିମ ଜନଜାତି ମହିଳାମାନଙ୍କ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବୁଦାଇ ଧାଙ୍ଗଡ଼ାମାଝି । ମାଲକାନଗିରି ଜିଲାର ଖଇରିପୁଟ ବ୍ଲକ୍‌ର ବନ୍ଧଗୁଡ଼ା ଆଦିବାସୀ ଗ୍ରାମର ଆଦିମ ଜନଜାତି ମହିଳା (ପିଭିଟିଜି) ବୁଦାଇ ୨୦୧୧ ମସିହାରେ ଏହି ଯୋଜନା ପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମାଧ୍ୟମରେ ନାମ ପଞ୍ଜୀକରଣ କରିଥିଲେ । ତାଙ୍କ ଗ୍ରାମରୁ ୫୨ କିମି ଦୂରରେ ବ୍ୟାଙ୍କ ଥିବାରୁ ତାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମସ୍ୟା ହୋଇଥିଲେ ମଧ୍ୟ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହାୟତାରେ ସମ୍ଭବ ହୋଇପାରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମିଳିଥିବା ଅର୍ଥରାଶିରେ ସେ ସୁଷମ ଖାଦ୍ୟ ଏବଂ ଚିକିତ୍ସା ଖର୍ଚ୍ଚ ତୁଲାଇ ପାରିଥିଲେ । ୨୦୧୪ରେ ୩ ବର୍ଷ ପରେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ସମୟରେ ପୁଣିଥରେ ସେ ଏହି ଅର୍ଥରାଶି ସହାୟତା ଆକାରରେ ପାଇଥିଲେ । ସେହିପରି ୨୦୧୭ରେ ବୁଦାଇଙ୍କ ତୃତୀୟ ସନ୍ତାନ ଜନ୍ମ ହୋଇଥିଲା । ଜଣେ ଆଦିମ ଜନଜାତି ମା’ ହିସାବରେ ସରକାରଙ୍କ ମମତା ଯୋଜନାର ସୁଫଳ ପାଇ ସେ ଡାକ୍ତରଖାନାରେ ସନ୍ତାନ ପ୍ରସବ କରାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର ବବି ଦାସଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବୟାନ ଶୁଣି ରାଜ୍ୟ ରାଜନୀତି ଆହୁରି...

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ...

ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଟିସିଏ...

ଏମିତି କେବେ କହି ନ ଥିଲେ ମୁନା ଖାନ୍‌, ବିଜେଡି ଆଗକୁ…

ଭୁବନେଶ୍ୱର,୩।୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ଟାର୍ଗେଟ କରିଥିଲେ। ଯାହାକୁ ଆଜି କାୁଣ୍ଟ କରିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର ଓ ରାଜ୍ୟ...

ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ…

ଭୁବନେଶ୍ୱର,୩ା୧୦: ବିଜେଡିକୁ ନେଇ ଭାଜପା ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ...

ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ…

ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍‌...

ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବଦ୍ରି ପାତ୍ର, କହିଲେ…

ଭୁବନେଶ୍ୱର,୩ା୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଥିବାବେଳେ ବଦ୍ରି ଆଜି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବଦ୍ରି କହିଛନ୍ତି, ଯଦି...

ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…

ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri