ଆଧାର ନ ଥିଲେ ଚାଉଳ ନାହିଁ

ଭୁବନେଶ୍ୱର,୯ା୭(ବ୍ୟୁରୋ): ବ୍ୟକ୍ତିର ସମସ୍ତ ବ୍ୟକ୍ତିଗତ ପଞ୍ଜିକା ଆଧାର କାର୍ଡରେ ଲିପିବଦ୍ଧ ହୋଇ ରହିଛି। ଏହାକୁ କୌଣସି ପରିସ୍ଥିତିରେ କୌଣସି ଜନକଲ୍ୟାଣକାରୀ ଯୋଜନାରେ ଦେବାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। ଏ କଥା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ଆଧାର କାର୍ଡକୁ ପରୋକ୍ଷରେ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଏକପ୍ରକାର ଜିଦ୍‌ରେ ଅଟଳ ରହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ପାନ୍‌ ଭଳି ଆଧାର ମାଧ୍ୟମରେ ଆୟକର ରିଟର୍ନ ଦେବା ବ୍ୟବସ୍ଥାକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ସମସ୍ତ ଯୋଜନାରେ ମଧ୍ୟ ଆଧାରକୁ ବାଧ୍ୟତାମୂଳକ କରିବାକୁ ଚେଷ୍ଟା ଚାଲିଛି। ଏପରିକି ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ସମ୍ପର୍କିତ ଯୋଜନାରେ ଆଧାର କାର୍ଡକୁ କଡ଼ାକଡ଼ି ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଲ୍‌ ରାଶନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇ ଯୋଜନାରେ ସ୍ବଚ୍ଛତା ବଜାୟ ରଖିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ମଧ୍ୟ ଏଥିଯୋଗୁ ବ୍ୟକ୍ତିଗତ ନିରାପତ୍ତା ବିପନ୍ନ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏରେ ୧୦୦ ପ୍ରତିଶତ ଆଧାର ସଂଯୋଗ ହୋଇ ନ ଥିଲେ କେନ୍ଦ୍ର ସରକାର ଏଣିକି କଡା ଆଭିମୁଖ୍ୟ ଗ୍ରହଣ କରିବେ। ଖୋଲାଖୋଲି କିଛି କୁହାଯାଇ ନ ଥିଲେ ମଧ୍ୟ ଏ ବାବଦରେ ରାଜ୍ୟକୁ ମିଳୁଥିବା ଅନୁଦାନକୁ ମଧ୍ୟ ବନ୍ଦ କରିବାକୁ ଆଶଙ୍କା ରହିଛି। ଗତ ୪ ବର୍ଷ ଧରି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଶତ ପ୍ରତିଶତ ରାଶନ କାର୍ଡଧାରୀଙ୍କୁ ଆଧାର ସଂଯୋଗ କରାଯାଇ ପାରିନାହିଁ। ଆସନ୍ତା ଦୁଇ ମାସ ମଧ୍ୟରେ ଏନ୍‌ଏଫ୍‌ଏସ୍‌ଏରେ ସାମିଲ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ଆଧାର ସହ ସଂଯୋଗ କରାଯିବ। କେନ୍ଦ୍ର ସରକାରଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ମଧ୍ୟ ଆଣ୍ଠୁଗଣ୍ଠି ଛିଣ୍ଡାଇ ଅଗଷ୍ଟ ୩୧ ସୁଦ୍ଧା ରାଶନ କାର୍ଡଧାରୀଙ୍କୁ ଆଧାର ସହ ଯୋଡିବାକୁ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସମସ୍ତ ଜିଲାର ଯୋଗାଣ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଟାର୍ଗେଟ ପୂରଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ନେଇ ବାରମ୍ବାର ସମୀକ୍ଷା କରୁଛନ୍ତି। ୨୦୧୯ ଜୁନ୍‌ ୬ ପୂର୍ବରୁ ଏହି ଯୋଜନାରେ ୭୯ ପ୍ରତିଶତ ହିତାଧିକାରୀଙ୍କ ଆଧାର ସଂଯୋଗ ଥିବା ବେଳେ ୨୪ ଦିନ ମଧ୍ୟରେ ଅର୍ଥାତ୍‌ ଜୁଲାଇ ପହିଲା ସୁଦ୍ଧା ୮୨.୪ ପ୍ରତିଶତ ଏନ୍‌ଏଫ୍‌ଏସ୍‌ଏ କାର୍ଡ ଧାରୀଙ୍କୁ ଆଧାର ସହ ଯୋଡା ଯାଇଛି। ଅଗଷ୍ଟ ୩୧ ସୁଦ୍ଧା ଆହୁରି ୪ ଲକ୍ଷ ୨୦ ହଜାର ପରିବାର ଅର୍ଥାତ ୫୬ ଲକ୍ଷ ଲୋକଙ୍କୁ ଆଧାର ସହ ଲିଙ୍କ୍‌ କରିବାକୁ ଯୋଗାଣ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ଟାର୍ଗେଟ ହାସଲ ନ କଲେ ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏପରିକି କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଯୋଗାଣ ବିଭାଗ ୬ ଜଣ ଯୋଗାଣ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଯାଜପୁର ଜିଲାର ବଡଚଣା, ଗଜପତି ଜିଲାର ନୂଆଗଡ଼, ରାୟଗଡ଼ା ଜିଲାର ଚନ୍ଦ୍ରପୁର, କୋରାପୁଟ ଜିଲାର ନନ୍ଦପୁର, ବୈପାରୀଗୁଡ଼ା ଏବଂ ପୁରୀ ଜିଲାର ପୁରୀ ମ୍ୟୁନିସିପାଲିଟି ଯୋଗାଣ ଅଧିକାରୀ। ଡିଲରମାନେ ଆଧାର କାର୍ଡ ତାଲିକା ନ ଦେଲେ ଚାଉଳ ଉଠାଇ ପାରିବେ ନାହିଁ ବୋଲି କୁହାଯାଇଛି।
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୮୬ ଲକ୍ଷ ୮୧ ହଜାର ୧୬୬ ପରିବାରର ୩ କୋଟି ୨୨ ଲକ୍ଷ ୧୬ ହଜାର ୨୯୫ ଜଣ ଲୋକଙ୍କୁ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୧,୨୬,୨୫୮୨ ପରିବାର, ପ୍ରାୟରିଟି ହାଉସହୋଲ୍ଡରେ ୭୪,୧୮,୫୮୪ ପରିବାରଙ୍କୁ ସାମିଲ କରାଯାଇଛି। ଜୁଲାଇ ପହିଲା ସୁଦ୍ଧା ୮୨.୪ ପ୍ରତିଶତ ଲୋକଙ୍କୁ ରାଶନ କାର୍ଡ ସହିତ ଆଧାର ସଂଯୋଗ କରାଯାଇଛି। ଅବଶିଷ୍ଟ ୫୬ ଲକ୍ଷ ୭୩ ହଜାର ୭୪୪ ଜଣ ଲୋକଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ଏହି ଯୋଜନାରେ ଆଧାର ସଂଯୋଗ କରାଯିବ। ଜାଲ୍‌ ରାଶନ କାର୍ଡଗୁଡ଼ିକୁ ଡାଟା ବେସରୁ ହଟାଇବାରେ ଅଧାର ସହାୟକ ହେବ। ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କୁ ଚାଉଳ ମିଳିବା ସହିତ ଯୋଜନାର ସ୍ବଚ୍ଛତା ରକ୍ଷା କରାଯାଇ ପାରିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri