ଆଧାର-ସୋସିଆଲ ମିଡିଆ ସଂଯୋଗ ମାମଲା;ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୧-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଗୋଟିଏ ମଞ୍ଚରେ ଶୁଣାଣି ଲାଗି ଫେସ୍‌ବୁକ୍‌ ଇଙ୍କ୍‌(ଇନକର୍ପୋରେଟେଡ) ଓ ହ୍ବାଟ୍ସଆପ୍‌ ପକ୍ଷରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ସର୍ବୋଚ୍ଚ ଅଦାଲତ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାର, ଗୁଗଲ, ଟୁଇଟର ଓ ୟୁଟ୍ୟୁବ୍‌କୁ ନୋଟିସ ଜାରି କରିଛନ୍ତି। ନୋଟିସ ପାଇ ନ ଥିବା ପକ୍ଷଙ୍କୁ ଇ-ମେଲ୍‌ ଯୋଗେ ଏହା ପଠାଇବାକୁ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୩ ସୁଦ୍ଧା ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଫେସ୍‌ବୁକ ପକ୍ଷରୁ ଆବେଦନରେ ଦର୍ଶାଯାଇଛି ଯେ, ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଯୋଡିବା ନେଇ ୪ ମାମଲା ବିଭିନ୍ନ ଅଦାଲତରେ ଦାଏର ହୋଇଛି। ସେଥିମଧ୍ୟରୁ ୨ଟି ମାଡ୍ରାସ ହାଇକୋର୍ଟ, ଗୋଟିଏ ବମ୍ବେ ହାଇକୋର୍ଟ ଓ ଅନ୍ୟଟି ମଧ୍ୟପ୍ରଦେଶ ହାଇକୋର୍ଟରେ ଦାଏର କରାଯାଇଛି। ସବୁ ଆବେଦନରେ ପ୍ରାର୍ଥନା ସମାନ ପ୍ରକାରର ହୋଇଥିବାରୁ ଭିନ୍ନ ଭିନ୍ନ ଅଦାଲତରେ ଶୁଣାଣି କରିବା ଅପେକ୍ଷା ଗୋଟିଏ ମଞ୍ଚ ଅର୍ଥାତ ସୁପ୍ରିମକୋର୍ଟରେ ବିଚାର କରାଯାଉ। ଭିନ୍ନ ଭିନ୍ନ ରାୟ ପ୍ରକାଶ ପାଇ ଦ୍ୱନ୍ଦାମତ୍କ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସର୍ବୋଚ୍ଚ ଅଦାଲତ ରାୟକୁ ଗ୍ରହଣ କରାଯିବ। ଖଣ୍ଡପୀଠ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସୋସିଆଲ ମିଡିଆର ପ୍ରୋଫାଇଲକୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ସହ ଯୋଡିବା ନେଇ ମାଡ୍ରାସ ହାଇକୋର୍ଟରେ ଚାଲିଥିବା ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେବା ସହ ଚୂଡ଼ାନ୍ତ ରାୟ ପ୍ରକାଶ ନ କରିବାକୁ କହିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରି ଆଟର୍ନି ଜେନେରାଲ କେ.କେ.ବେଣୁଗୋପାଳ କହିଛନ୍ତି ଯେ, ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ୧୮ଥର ଶୁଣାଣି ଶେଷ ହୋଇଛି। ତେବେ ଫେସ୍‌ବୁକ୍‌ ଇଙ୍କ୍‌ ଓ ହ୍ବାଟ୍ସଆପ୍‌ ପକ୍ଷରୁ ମାମଲା ପରିଚାଳନା କରି ମୁକୁଲ ରୋହତ୍‌ଗୀ ଓ କପିଲ ସିବଲ କହିଛନ୍ତି ଯେ, ଏହି ମାମଲାରେ ରାୟ ପ୍ରକାଶ ପାଇବା ଦ୍ୱାରା ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ରଭାବିତ ହେବ। ତୃତୀୟ ପକ୍ଷକୁ ଆଧାର ତଥ୍ୟ ଜାରି କରିବା କମ୍ପାନୀର ଉପଭୋକ୍ତା ଗୋପନୀୟତା ନୀତି ଉଲ୍ଲଂଘନ କରିବ। ଏହାଛଡ଼ା ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ପ୍ରଦର୍ଶିତ ହେଉଥିବା ମେସେଜ ଏଣ୍ଡ ଟୁ ଏଣ୍ଡ ଏନ୍‌କ୍ରିପ୍ଟେଡ ହୋଇଥିବାରୁ ଆଧାର ନମ୍ବର ତୃତୀୟ ପକ୍ଷକୁ ଦେବା ଅସମ୍ଭବ। ଏପରି କି ସ୍ବୟଂ କମ୍ପାନୀ ମଧ୍ୟ ମେସେଜ ପଠାଇଥିବା ବ୍ୟକ୍ତି ସମ୍ପର୍କରେ ଜାଣିପାରୁ ନାହିଁ। ଅନ୍ୟପକ୍ଷରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଛି ଯେ, ମିଥ୍ୟା ଖବର ପ୍ରଚାର, ମାନହାନୀ ସୂଚକ ମନ୍ତବ୍ୟ, ଅଶ୍ଲୀଳ, ରାଷ୍ଟ୍ରବିରୋଧୀ ଏବଂ ଆତଙ୍କବାଦ ସମ୍ପର୍କିତ ତଥ୍ୟ ପଠାଇବା ଲାଗି ସୋସିଆଲ ମିଡିଆର ଦୁରୁପଯୋଗ ହେଉଛି। ଏହି କାରଣରୁ ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଯୋଡାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri