ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ଅଗଷ୍ଟ ୨୭ରୁ ୩୦ ପର୍ଯ୍ୟନ୍ତ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ତରଫରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ପ୍ରକୃତରେ ଏହି ଇଭେଣ୍ଟ ଜୁଲାଇ ୧୪ରୁ ୧୭ ପର୍ଯ୍ୟନ୍ତ କୋଲକାତାରେ ହୋଇଥାନ୍ତା। ମାତ୍ର କୌଣସି କାରଣରୁ ପଶ୍ଚିମବଙ୍ଗ ଆଥଲେଟିକ୍ସ ଆସୋସିଏଶନ ଏହାର ଆୟୋଜନ ନେଇ ଅକ୍ଷମତା ପ୍ରକାଶ କରିଥିଲା। ଘଟଣାକ୍ରମେ ଉତ୍ତର ପ୍ରଦେଶ ଏହି ଚାମ୍ପିୟନଶିପ୍ର ଆୟୋଜନ ଲାଗି ନିଷ୍ପତ୍ତି ନେଇଥିଲା। ଦୋହାଠାରେ ଆଥଲେଟିକ୍ସରେ ଆଇଏଏଏଫ୍ ଓ୍ବାଲର୍ଡ ଚାମ୍ପିୟନଶିପ୍ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଆୟୋଜିତ ହୋଇଛି। ଏଥିଲାଗି ଯୋଗ୍ୟତା ହାସଲ କରିବା କ୍ଷେତ୍ରରେ ଜାତୀୟ ଚାମ୍ପିୟନଶିପ୍ ଭାରତୀୟ ଆଥଲେଟ୍ମାନଙ୍କ ଲାଗି ଏକ ସୁଯୋଗ। ଜାତୀୟ ଚାମ୍ପିୟନଶିପ ଲାଗି ଅନ୍ଲାଇନ୍ ଆବେଦନ ଶେଷ ତାରିଖ ଅଗଷ୍ଟ ୧୨ ତାରିଖ ରଖାଯାଇଛି।