ଆନ୍ତର୍ଜାତୀୟ ଫୁଟବଲ ରେଫରି କୃଷ୍ଣଚନ୍ଦ୍ରଙ୍କ ହୃଦୟ କଥା: ପ୍ରତିଭା ଅଛନ୍ତି, ସୁଯୋଗ ମିଳୁନି

କେନ୍ଦୁଝର, ୧୫ା୮(ସ୍ବ.ପ୍ର.)ଗତ ୩ରୁ ୬ ତାରିଖ ଯାଏ ଚେନ୍ନାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଫୁଟବଲ ଚାମ୍ପିୟନଶିପ୍‌ ସ୍ପେଶାଲ ଅଲିମ୍ପିକରେ କେନ୍ଦୁଝର ଜିଲାର ୨ ଜଣ କ୍ରୀଡାବିତ୍‌ଙ୍କୁ ରେଫରି ଭାବେ ଚୟନ କରାଯାଇଥିଲା ା ସେମାନେ ହେଲେ ସଦର ବ୍ଲକ ରାଇକଳା ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତ (୩୫) ଓ ମଧୁପୁର ଗ୍ରାମର ଦୀପକ ମହାନ୍ତ। ମୁଖ୍ୟ ରେଫରୀ ଭାବେ କୃଷ୍ଣଚନ୍ଦ୍ର ଖେଳ ପରିଚାଳନା କରିବାର ଗୌରବ ଅର୍ଜନ କରିଥିଲେ ା ଏହି ଟୁର୍ନାମେଣ୍ଟ ପାଇଁ ସମୁଦାୟ ୬ ଜଣ ରେଫରିଙ୍କୁ ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ କେନ୍ଦୁଝର ଜିଲା (ଓଡିଶା)ରୁ ସୁଯୋଗ ପାଇଥିଲେ। କୃଷ୍ଣଚନ୍ଦ୍ରଙ୍କ କହିବା ଅନୁଯାୟୀ, ଉକ୍ତ ଟୁର୍ନାମେଣ୍ଟରେ ଭାରତ, ବାଙ୍ଗଲାଦେଶ, ମ୍ୟାଲେସିଆ, କୋରିଆ, ଇଜିପ୍ଟ, ଫିଲିପାଇନ୍ସ ସମେତ ୧୫ଟି ଦେଶ ଭାଗ ନେଇଥିଲେ। ମାଲେସିଆ ଚାମ୍ପିୟନ, କୋରିଆ ରନର୍ସ ଅପ୍‌ ହୋଇଥିଲା ା ଭାରତ ତୃତୀୟ ଅଧିକାର କରିଥିଲା ା ସମସ୍ତ ମ୍ୟାଚର ମୁଖ୍ୟ ରେଫରି ଥିଲେ କୃଷ୍ଣଚନ୍ଦ୍ର ା ଏପରି କି ଫାଇନାଲ ମ୍ୟାଚ ପରିଚାଳନା କରିବାର ସୁଯୋଗ ତାଙ୍କୁ ମିଳିଥିଲା ା ଏହି ସଫଳତା ପରେ କୃଷ୍ଣଚନ୍ଦ୍ର ବିଶ୍ୱସ୍ତରରେ ହେବାକୁ ଥିବା ସ୍ପେଶାଲ ଅଲିମ୍ପିକ୍ସରେ ଖେଳ ପରିଚାଳନା କରିବା ପାଇଁ ଆଶା ବାନ୍ଧିଛନ୍ତି ା କୃଷ୍ଣଚନ୍ଦ୍ର ପୂର୍ବରୁ କୋରିଆ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଆଦି ଦେଶରେ ଆୟୋଜିତ ମ୍ୟାଚ ପରିଚାଳନା କରିଛନ୍ତି। ୨୦୧୪ରୁ ସେ ସ୍ପେଶାଲ ଅଲିମ୍ପିକ୍ସରେ ଖେଳ ପରିଚାଳନା କରିଆସୁଥିବା କହିଛନ୍ତି।
ପିଲାଦିନରୁ ଫୁଟବଲ ଖେଳ ପ୍ରତି ତାଙ୍କର ଦୁର୍ବଳତା ଥିଲା ା ଭବାନୀପାଟଣାସ୍ଥିତ କଳାହାଣ୍ଡି ସ୍ପୋର୍ଟସ ହଷ୍ଟେଲରୁ କଟକ ସାଇ ହଷ୍ଟେଲରେ ତାଙ୍କର ଛାତ୍ର ଜୀବନ କଟିଥିଲା। ବିଏ ପରେ ସେ ଫୁଟବଲ ଖେଳକୁ ଗୁରୁତ୍ୱ ଦେଇଥିଲେ ା ଓଡ଼ିଶାର ବଡ ବଡ କ୍ଲବ ଯଥା କଟକ ଜୋବ୍ରା ଦୁର୍ଗା, ରାଇଜିଙ୍ଗ ଷ୍ଟାର ଆଦିରୁ ଖେଳିବାର ତାଙ୍କୁ ସୁଯୋଗ ମିଳିଥିଲା ା ୨୦୦୨ରେ ସେ ଓଡ଼ିଶା ଫୁଟବଲ ଟିମର କ୍ୟାପଟେନ ଥିଲେ। ସେଥିପାଇଁ କଟକରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି। ଶ୍ରଦ୍ଧାରେ ଲୋକେ ତାଙ୍କୁ ଦାଦା ବୋଲି ଡାକନ୍ତି। ଏପରି ସେ ଜାତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇଥିଲେ ା କିନ୍ତୁ କୌଣସି ପ୍ରୋତ୍ସାହନ ବା ଚାକିରି ନ ମିଳିବାରୁ ବାଧ୍ୟ ହୋଇ ଖେଳ ଛାଡି ଘରକୁ ଫେରିଥିଲେ ା ୨୦୧୨ରେ ରେଫରୀ ହେବା ପାଇଁ ସେ ମନୋନୀତ ହୋଇଥିଲେ ା ୨୦୧୩ ରେ ରାଜ୍ୟର ଏକମାତ୍ର ଖେଳାଳି ଭାବେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋର୍ଟସ (ଏନଆଇଏସ) ରେ ତାଲିମ ଗ୍ରହଣ କରିଥିଲେ ା ଓଡ଼ିଶା ଫୁଟବଲରେ ବହୁ ଟ୍ୟାଲେଣ୍ଟ ଅଛନ୍ତି, କିନ୍ତୁ ସେମାନଙ୍କୁ ସୁଯୋଗ ମିଳୁନାହିଁ ା ସେଥିପାଇଁ ବହୁ ଖେଳାଳି ଫୁଟବଳରୁ ମୁହଁ ଫେରାଉଛନ୍ତି ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି ା ଥରେ କନ୍‌ଷ୍ଟେବଳ ଚାକିରିଟିଏ ପାଇଁ ସେ ତତ୍କାଳୀନ ଡିଜିଙ୍କ ସାକ୍ଷାତ କରିଥିଲେ ା ନିଜର ସମସ୍ୟା ଓ ଖେଳ ସାର୍ଟିଫିକେଟ୍‌ ଦେଖାଇ ଚାକିରି ପାଇଁ ଅନୁରୋଧ କରିଥିଲେ ା ତଥାପି ତାଙ୍କୁ ଚାକିରୀଟିଏ ମିଳି ନ ଥିଲା ା ସରକାରୀ,ବେସରକାରୀସ୍ତରରେ ସହାୟତା ମିଳିଲେ ରାଜ୍ୟ ଖେଳାଳିମାନେ ଅଧିକ ଉତ୍ସାହିତ ହେବେ ବୋଲି ସେ କହିଛନ୍ତି ା ସ୍ତ୍ରୀ ଏବଂ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର ା ପୁଅ ଏବେ ଝୁମ୍ପୁରା ସରସ୍ବତୀ ବିଦ୍ୟା ମନ୍ଦିରରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଛି। ସେ ବଡ ହେଲେ ଜଣେ ଭଲ ଖେଳାଳି ହେବ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି ା ଖେଳ ନ ଥିଲେ ଗାଁରେ ଚାଷ କରୁଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri