ଖପ୍ରାଖୋଲ, ୧ା୪(ଡି.ଏନ.ଏ.): ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଆଠ ଦିନ ହେଲା ଲକ ଡାଉନ। ଏହି ସମୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୩୩ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ କାମ କରୁଛନ୍ତି। ଇଟାଭାଟି ମାଲିକ ସେମାନଙ୍କୁ ଯୋରଜବରଦସ୍ତ କାମ କରାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ତେଲେଙ୍ଗାନା ରାଜ୍ୟ କାମାରେଡି ଜିଲା ଆଲ୍ଲାରେଡିର ଏକ ଇଟା ଭାଟିରେ ବେନ୍ଦେର ଏବଂ ଯମୁନାପାଲିର କୃଷ୍ଣ ଭୋଇ, ଗୋବର୍ଦ୍ଧନ ମାଝୀ, କମଳ ବାଗ ପ୍ରମୁଖ ୧୩ ଜଣ ଶ୍ରମିକ ଥିବାବେଳେ ଆନ୍ଧ୍ରପ୍ରଦେଶର ତିରୁପତିର କୋପ୍ରାଲପୁଲମ୍ର ଏକ ଇଟାଭାଟିରେ ବେନ୍ଦେର ଏବଂ ଗମ୍ଭାରୀ ଗାଁର ପର୍ଶୁରାମ ଭୋଇ, ସୁରେନ୍ଦ୍ର ସୁନା, ଗୁରିଆ ବାଗ, ରାମଲାଲ ତାଣ୍ଡି, କୁମର ମାଝୀ ପ୍ରମୁଖ ୨୦ଜଣ କାମ କରଛନ୍ତି। ସେମାନଙ୍କୁ ସହାୟତା ପାଇଁ ଫୋନରେ ଅଭିଯୋଗ କରିବା ସହ କାର୍ଯ୍ୟସ୍ଥଳୀର ଫଟୋ ପଠାଇ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି। ଏ ନେଇ ଜିଲା ଶ୍ରମ ଅଧିକାରୀ ସୁରେଶ ବେହେରାଙ୍କୁ ପଚାରିବାରୁ ଏ ନେଇ ଆମ ପାଖରେ ସୂଚନା ନାହିଁ। ଠିକ୍ ସୂଚନା ମିଳିଲେ ସେମାନଙ୍କୁ ସହାୟତା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ବଲାଙ୍ଗୀର, ରାଜ୍ୟ