ଆନ୍ଧ୍ରର ବିରାଟ ଚକ୍ରାନ୍ତ: ମହେନ୍ଦ୍ରତନୟା ପାଣି ଓଡିଶାରେ କମୁଛି, ଆନ୍ଧ୍ରରେ ବଢୁଛି

ପାରଳାଖେମୁଣ୍ଡି, ୧୨ା୭(ସ୍ବ.ପ୍ର.) – ବିଭିନ୍ନ ସମୟରେ ଓଡିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ନଜର ପକାଇଛନ୍ତି। ଗଜପତି ଜିଲା ଓ ଆନ୍ଧ୍ର ପ୍ରଦେଶର ସୀମାନ୍ତବର୍ତ୍ତୀ ରେଗିଲିପାଡୁ ନିକଟରେ ମହେନ୍ଦ୍ରତନୟା ନଦୀ ଜଳକୁ ଅଟକାଇ ଆନ୍ଧ୍ର ସରକାର ନିଜ ରାଜ୍ୟମୁହାଁ କରାଇବାରେ ଲାଗିପଡିଛନ୍ତି। ଏହି ଚକ୍ରାନ୍ତ ସାମ୍‌ନାକୁ ଆସିବାପରେ ଗଜପତି ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ମହେନ୍ଦ୍ରତନୟା ନଦୀର ଜଳସ୍ତରକୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଅଟକାଇ ମେଳିଆପୁଟ୍ଟି ଠାରେ ପ୍ରାୟ ୫୦ଫୁଟ ଖୋଳାଯାଇ ୨୦୦୮ ରୁ ଏକ ଅଫ୍‌ସୋର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ଏବେ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳୁଛି ା ଏହାଦ୍ୱାରା ମହେନ୍ଦ୍ରତନୟାର ଜଳସ୍ରୋତ ଆନ୍ଧ୍ର ଆଡ଼କୁ ମୁହାଁଇବ ଏବଂ ଗଜପତି ଜିଲାରେ ଜଳସ୍ତର କମିଯିବ। ଯଦ୍ଦ୍ବାରା ଆଗାମୀ ଦିନରେ ଗଜପତି ଜିଲାର ବହୁ ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଯିବ। ଏଥିସହ ଚାଷକ୍ଷେତ୍ର ମଧ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ଏବେଠୁ ଆଶଙ୍କା ପ୍ରକାଶ ପାଇଲାଣି ା ଯାହାକୁ ନେଇ ସହରବାସୀଙ୍କୁ ଏବେ ଚିନ୍ତା ଘାରିଛି। ମହେନ୍ଦ୍ରତନୟା ତଳି ଅଞ୍ଚଳ ତଥା ଆନ୍ଧ୍ରର ମେଳିଆପୁଟ୍ଟିରେ ଆନ୍ଧ୍ର ସରକାରଙ୍କ ବ୍ୟାରେଜ୍‌ ନିର୍ମାଣର କଡ଼ା ଜବାବ ଦେବାକୁଯାଇ ଓଡିଶା ସରକାର ଡମ୍ବାପୁର ଓ ଚମ୍ପାପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୮ ଏପ୍ରିଲ ୩୦ରେ ଡମ୍ବାପୁର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ା ଯଥାଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା ହୋଇଥିଲା। ହେଲେ ଇତିମଧ୍ୟରେ ୧୧ବର୍ଷ ବିତିଯାଇଥିଲେ ମଧ୍ୟ ଏ ଯାଏ କାମ ସମ୍ପୂର୍ଣ୍ଣ ହୋଇପାରନି। ଅନ୍ୟପକ୍ଷରେ ଚମ୍ପାପୁର ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ହିଁ ରହିଯାଇଛି ା ଏଥିରୁ ସରକାରଙ୍କ ଜଳସେଚନ କ୍ଷେତ୍ରରେ କେତେ ଆନ୍ତରିକତା ତାହା ସହଜରେ ଅନୁମାନ କରିହୁଏ। ଏହାକୁ ନେଇ ସହରର ବୁଦ୍ଧିଜୀବୀମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଏହି ଚକ୍ରାନ୍ତ ଯୋଗୁ ଓଡିଶାରେ ଜଳସ୍ତର କମୁଛି। ଗତ କିଛିବର୍ଷ ମଧ୍ୟରେ ଗଜପତି ଜିଲାରେ ଜଳସେଚନର ଅଭାବ ଯୋଗୁ ଚାଷର ପରିମାଣ ମଧ୍ୟ ଧିରେ ଧିରେ କମୁଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟଯେ, ମହେନ୍ଦ୍ରତନୟା ଓଡ଼ିଶାରୁ ହିଁ ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାରେ ପ୍ରବେଶ କରିବା ପୂର୍ବରୁ ଏହା ଓଡ଼ିଶାର ୮୦ ପ୍ରତିଶତ ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ତେଣୁ ନଦୀର ଉପର ମୁଣ୍ଡରେ ଏକ ଜଳଭଣ୍ଡାର ନିର୍ମାଣ କରାଗଲେ ଓଡ଼ିଶାର ୭୯୪୦ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇପାରିବ ବୋଲି ତକତ୍ାଳୀନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଥିଲେ। ଆନ୍ଧ୍ର ସରକାର ଓଡ଼ିଶାର ଅନୁମତି ଓ ପରାମର୍ଶ ନ ନେଇ ଜଳସେଚନ ପ୍ରକଳ୍ପ ନିର୍ମାଣର ନିଷ୍ପତ୍ତିନେଇ ଆନ୍ତଃରାଜ୍ୟ ନଦୀ ଚୁକ୍ତି ୧୯୬୨ର ଉଲଂଘନ କରିଥିବା ମଧ୍ୟ ସାମଲ କହିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏପରିକି, ମହେନ୍ଦ୍ରତନୟା ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ତକତ୍ାଳୀନ ବିରୋଧି ଦଳର ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇ ଉଚିତ୍‌ ସମୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ ଆନ୍ଧ୍ରକୁ ଏହାର କଡ଼ା ଜବାବ ମିଳିଥାନ୍ତା। କିନ୍ତୁ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁ ଆନ୍ଧ୍ର ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ତେଣୁ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷରେ ପ୍ରଶାସନ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସହରବାସୀଙ୍କ ମଧ୍ୟରେ ମତପ୍ରକାଶ ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସଚ୍ଚିନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ନୂଆରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଏ ସମ୍ପର୍କରେ ସଂପୂର୍ଣ୍ଣ ଅବଗତ ନୁହନ୍ତି, ତେଣୁ ଏବେ ସେ ନେଇ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri