କାବୁଲ,୧୬।୭: ପୂର୍ବ ଆଫଗାନିସ୍ତାନର ଘଜନି ସହରରେ ଥିବା ସାମା ରେଡିଓ ଷ୍ଟେଶନ ଏବେ ବନ୍ଦ ହୋଇଯାଇଥିବା ସୂଚନା ଦେଇଛନ୍ତି ଷ୍ଟେଶନର ନିର୍ଦ୍ଦେଶକ ରମେଜ ଆଜମି। ସେ କହିଛନ୍ତି ତାଲିବାନ ପକ୍ଷରୁ ବାରମ୍ବାର ତାଙ୍କୁ ଫୋନ୍ ଓ ଚିଠି ମାଧ୍ୟମରେ ଧମକ ମିଳିବାରୁ ସେ ଏହି ରେଡିଓ ଷ୍ଟେଶନକୁ ବନ୍ଦ କରି ଦେଇଛନ୍ତି। ଏଠାରେ ଅଧିକାଂଶ ଅଞ୍ଚଳ ତାଲିବାନ କବଜାରେ ଥିବାରୁ ଓ ରେଡିଓ ଷ୍ଟେଶନରେ ପାଖାପାଖି ୧୬ ଜଣ ମହିଳା କର୍ମଚାରୀ ଥିବାରୁ ଏହାକୁ ନେଇ ତାଙ୍କୁ ବରମ୍ବାର ଧମକ ଦିଆଯାଉଥିଲା। କାରଣ ତାଲିବାନ ମହିଳା ଶିକ୍ଷା ଓ ଅଧିକାରକୁ ବିରୋଧ କରେ। ଏହାକୁ ଦେଖି ଶେଷରେ ରେଡିଓ ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିବା ସେ କହିଛନ୍ତି।