ନୂଆଦିଲ୍ଲୀ,୨୬।୪: ଆମାଜନ୍ ଇନ୍ ପକ୍ଷରୁ ଭାରତରେ ଲୋକାଲ ଶପ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି। ଗ୍ରାହକଙ୍କୁ ବର୍ତ୍ତମାନର ସମୟରେ ଜରୁରୀ ସାମଗ୍ରୀ ଯୋଗାଇବା ନେଇ ଏହାଦ୍ୱାରା ଯୋଜନା ହାତକୁ ନିଆଯାଇଛି। ଗ୍ରାହକ ଘରେ ଆରାମରେ ବସି ସ୍ଥାନୀୟ ଦୋକାନରୁ କ୍ରୟ କରିବାର ସୁବିଧା ପାଇପାରିବେ। ଦ୍ରୁତ ଡେଲିଭରି, ବ୍ୟାପକ ଚୟନ ଏବଂ ମୂଲ୍ୟଯୁକ୍ତ ସେବା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ମେଟ୍ରୋ ଏବଂ ଟାୟାର ୨ ସହରଗୁଡିକରେ ଏହି ସେବାକୁ ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।