Posted inଜାତୀୟ

ଆମେରିକା ପଳାୟନ କରିଛନ୍ତି ଗୁଲାଲାଇ

ଇସ୍‌ଲାମାବାଦ,୨୧ା୯: ପାକିସ୍ତାନୀ ସେନାର ବର୍ବରତାକୁ ସାମ୍ନାକୁ ଆଣିଥିବା ଅଧିକାର କର୍ମୀ ଗୁଲାଲାଇ ଇସ୍‌ମାଇଲ୍‌ ଗତମାସରେ ଇସ୍‌ଲାମାବାଦରୁ ନ୍ୟୁୟର୍କକୁ ଖସି ପଳାଇଛନ୍ତି। ସେ ଆମେରିକାର ରାଜନୈତିକ ଶରଣ ଲୋଡ଼ିଥିଲେ। ୩୨ ବର୍ଷୀୟା ଗୁଲାଲାଇ ନ୍ୟୁୟର୍କସ୍ଥିତ ବ୍ରୁକ୍‌ଲିନ୍‌ରେ ଥିବା ତାଙ୍କ ଭଉଣୀଙ୍କ ସହ ରହୁଛନ୍ତି। ଦେଶ ଛାଡ଼ି ପଳାୟନ କରିବାରେ କିପରି ସଫଳ ହେଲେ ସେନେଇ ସେ ମୁହଁ ଖୋଲିନାହାନ୍ତି। ଏନେଇ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। କଶ୍ମୀର ଉପତ୍ୟକାରେ ମାନବାଧିକାର ଉଲ୍ଲଂଘନ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରଚାର ଚଳାଇଥିବାବେଳେ ନିଜ ଦେଶର ମାନବାଧିକାର ରେକର୍ଡ ଏହା ପାଇଁ ଶକ୍ତ ଧକ୍କା ହୋଇଛି। ଆମେରିକାରେ ରାଜନୈତିକ ଶରଣ ଲୋଡିଥିବା ଗୁଲାଲାଇ ଇସ୍‌ଲାମାବାଦର ଅସଲ ମୁଖା ଖୋଲିଛନ୍ତି। କେବଳ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣ ଉପତ୍ୟକାର ସ୍ଥିତିକୁ ଖରାପ କରିବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଭାରତର ଅଭିଯୋଗ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ପାକ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେ ଶରଦ ପାଓ୍ବାର, କହିଲେ ହଁ ଆମେ ଅମିତ ଶାହାଙ୍କୁ ଭେଟିଥିଲୁ…

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ର ନିର୍ବାଚନ ସମୟରେ ଅଜିତ ପାୱାର ଏଭଳି ସୂଚନା ଦେଇଛନ୍ତି, ଯାହା ପରେ ଶରଦ ପାୱାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ଅଜିତ ପାୱାରଙ୍କ ଦାବି...

ଟ୍ରେଣ୍ଡ୍‌ରେ ମୋଦି: ଏହି ଦେଶ ଦେବ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ୧୫।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାରବିଆନ୍‌ ଦେଶ ଡୋମିନିକା ନିଜର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବ ବୋଲି ଗୁରୁବାର ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ...

କାହିଁକି କପିଲ ଶର୍ମାଙ୍କ ଶୋ’ ଛାଡିଥିଲେ ସିଦ୍ଧୁ? ୫ ବର୍ଷ ପରେ କହିଲେ…

ମୁମ୍ବାଇ,୧୫।୧୧: ଦି କପିଲ ଶର୍ମା ଶୋ’ରେ ଜୋରରେ କରତାଳି ଦେବା ସହ ‘ଚକ ଦେ ଫଟ୍ଟେ’, ‘ଗୁରୁ’ ଭଳି ଶବ୍ଦ ସହିତ ଲୋକଙ୍କୁ ଖୁବ୍‌ ହସାଉଥିବା...

ଆର୍‌ଏସ୍‌ଏସ୍‌ ଏକ ଆତଙ୍କବାଦୀ ସଂଗଠନ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ

ପୁଣେ,୧୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪କୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ଭାଜପାି ଏବଂ...

ଏଣିକି ବିନା ନେଟ୍‌ଓ୍ବାର୍କରେ ହେବ କଲ୍‌: ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ

ନୂଆଦିଲ୍ଲୀ,୧୫।୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିଛି, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ...

ରାଶନ କାର୍ଡରୁ କଟିଲେ ଏମାନେ, ନାଁ ଅଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୫।୧୧: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଆନ୍ତି।...

ଏଥର ଭୟରେ କମ୍ପିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୫।୧୧: ଭାରତ ଗୁରୁବାର ପୁଣି ଥରେ ସଫଳତାର ସହ ବିମାନ ପିନାକ ଅସ୍ତ୍ର ପ୍ରଣାଳୀକୁ ପରୀକ୍ଷଣ କରି ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ...

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri