ଆମ୍ବୁଲାନ୍ସ ଗଲାନି, ବୁହାହେଲେ ଗର୍ଭବତୀ

ଫୁଲବାଣୀ ଅଫିସ, ୧୫ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତା ଅବରୋଧକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜସ୍ବ ସ୍ଥାନରେ ରାସ୍ତା ଅଛି ବୋଲି ପଟ୍ଟାଧାରୀ କହୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ରାସ୍ତା ଅବରୋଧ ପାଇଁ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବା ବେଳେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା ଅବରୋଧ ଯୋଗୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇ ପାରିନହିଁ। ଫଳରେ ଗ୍ରାମବାସୀ ମହିଳାଙ୍କୁ ଷ୍ଟ୍ରେଚରରେ ପ୍ରାୟ ଦେଢ଼ କିମି ବୋହି ଆଣି ଆମ୍ବୁଲାନ୍ସରେ ଫୁଲବାଣୀ ମେଡିକାଲ ପଠାଇଛନ୍ତି।
ସୂଚନା ଅନୁଯାୟୀ, ବେଣାକେରା ଗ୍ରାମର ଇସ୍‌ପିତା ବେହେରା ୮ ମାସର ଗର୍ଭବତୀ ଅଛନ୍ତି। ଶନିବାର ଦେହ ଖରାପ ହେବାରୁ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଗ୍ରାମକୁ ଗଲାବେଳକୁ ସେଠାରେ ରାସ୍ତା ଅବରୋଧ ଯୋଗୁ ଅଟକି ରହିଥିଲା। ଉପାୟ ନ ପାଇ ଆମ୍ବୁଲାନ୍ସ ଅନ୍ୟଏକ ରାସ୍ତା ଗାଗଡପଦର ଦେଇ ଗ୍ରାମର ଅନ୍ୟ ପଟକୁ ଯାଇଥିଲା। ଗ୍ରାମବାସୀ ଷ୍ଟ୍ରେଚର ନେଇ ପ୍ରାୟ ଦେଢ଼ କିମି ବିଲ ହିଡ ଏବଂ ପାହାଡ ରାସ୍ତାରେ ଗର୍ଭବତୀଙ୍କୁ ଆଣିଥିଲେ। ଯାହାକୁ ନେଇ ଏବେ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ୩ ଏକର ଜାଗା ରହିଛି। ଏହି ଜାଗାକୁ ଲାଗି ଏକ ସରକାରୀ ଜାଗା ଅଛି। ସେହି ସ୍ଥାନରେ ସେ ଗଛ ଲଗାଇବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ତାହା ସରକାରୀ ଜାଗା ଓ ସେଠାରେ ପିଲାମାନେ ଖେଳନ୍ତି। ଏହି ବିବାଦକୁ ନେଇ ଗ୍ରାମବାସୀ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ତହସିଲଦାର ଆରଆଇଙ୍କୁ ପଠାଇ ସରକାରୀ ସ୍ଥାନ ଚିହ୍ନଟ କରିଥିଲେ। ହେଲେ ପୁଣି ତାହାକୁ ଜବରଦଖଲ କରାଯାଇଛି। ଧ୍ୱଜଙ୍କ କହିବା ଅନୁସାରେ ରାସ୍ତା ପଟ୍ଟା ଜମିର ଅଂଶ। ଅନ୍ୟପକ୍ଷରେ ଉପ ଜିଲାପାଳ ବୀରେନ୍ଦ୍ର କୁମାର ଦାସ ଗ୍ରାମବାସୀ ସେହି ରାସ୍ତା ବ୍ୟବହାର କରି ଆସୁଛନ୍ତି। ଅନ୍ୟ କୌଣସି ବିକଳ୍ପ ରାସ୍ତା ନାହିଁ। ତେଣୁ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ। ତହସିଲଦାରଙ୍କୁ ଉକ୍ତ ରାସ୍ତା ଅବରୋଧ ହଟାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ହେଲେ ୨୪ ଘଣ୍ଟା ବିତି ଯାଇଥିଲେ ହେଁ କିଛ ପଦକ୍ଷେପ ନିଆଯାଇ ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ,...

ଶୀତରେ ଥରୁଛି ଦାରିଙ୍ଗବାଡି: ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୨୩ ।୧୧(ଅରୁଣ ସାହୁ):ସମଗ୍ର କନ୍ଧମାଳ ଜିଲାରେ ଏବେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଜିଲାର ଦାରିଙ୍ଗବାଡି ବ୍ଲକ ରେ ମଧ୍ୟ ଏହାର ଅଧିକା ପ୍ରଭାବ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ଝୁଲିପଡ଼ିଲେ ସ୍ବାମୀ, ମୋବାଇଲ ବନ୍ଧା ରଖିବା ନେଇ…

ବାଲିଗୁଡ଼ା,୨୧ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମୂଲ୍ୟବାନ ଜୀବନ। ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀଙ୍କ...

ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ…

ରାଇକିଆ,୨୦ା୧୧(ପ୍ରଦୀପ ବେହେରା): ଆଉ କିଛି ଦିନ ପରେ ପ୍ରଥମାଷ୍ଟମୀ। ଉପକୂଳ ଅଞ୍ଚଳଗୁଡ଼ିକରେ ସୁସ୍ବାଦୁ ପିଠା ପ୍ରସ୍ତୁତି ପାଇଁ ହଳଦୀପତ୍ରର ଆବଶ୍ୟକତା ରହୁଛି। ଏଥିପାଇଁ ହଳଦୀ ପତ୍ରର...

ବଢୁଛି ଶୀତ, ମଣ୍ଡାସରୁକୁ ପର୍ଯ୍ୟଟକଙ୍କ ଆଗମନ

ରାଇକିଆ, ୧୯।୧୧-(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ହୋଇଥିବାବେଳେ ପ୍ରବଳ...

ମାଣ୍ଡିପଙ୍କା ଆମ୍ଭଟାକୁଆ ଖାଇବା ଘଟଣା: ଆଉ ଜଣେ ଆଖିବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ବାସୀ ଖାଇ ୨ ମୃତ୍ୟୁ...

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୧୮ା୧୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ଜି.ଉଦୟଗିରି ସହରରେ ସୋମବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲ୍‌ସିୟସ୍‌ ଅଛି ବୋଲି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri