ପୁଣି ଜଣେ ବଲିଉଡ୍ କଳାକାରଙ୍କ ପରଲୋକ ଘଟିଛି। ବଲିଉଡର ବରିଷ୍ଠ ଅଭିନେତା ରତନ ଚୋପ୍ରା ୭୦ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ରତନ ବହୁଦିନ ଧରି କ୍ୟାନସରରେ ପୀଡିତ ଥିଲେ। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ନ ଥିବାରୁ ସେ ବଲିଉଡ ଅଭିନେତା ଧର୍ମେନ୍ଦ୍ର, ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ରତନ ଚୋପ୍ରାଙ୍କ ତାଙ୍କର ପ୍ରକୃତ ନାମ ଅବଦୁଲ ଜବ୍ବର ଖାନ। ସେ ସାରା ଜୀବନ ଅବିବାହିତ ଥିଲେ। ସେ ଅନିତା ନାମରେ ଜଣେ ଝିଅକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ। ୧୯୭୨ରେ ହୋଇଥିବା ଫିଲ୍ମ ‘ମୋମ କି ଗୁଡିୟା’ ରତନ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ତନୁଜା। କିନ୍ତୁ ଅଭିନୟରୁ ସେ ଦୂରେଇ ଶିକ୍ଷକତା କରୁଥିଲେ।