ମୁମ୍ବାଇ: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆର୍ଟିକିଲ୍ ୧୫’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା। ଏହାର କାହାଣୀ ବାସ୍ତବ ଦେଶପ୍ରେମ ଉପରେ ଗଢ଼ିଉଠିଛି। ତାଙ୍କ କହିବାନୁଯାୟୀ, ଦେଶକୁ ପ୍ରକୃତରେ ଭଲ ପାଉଥିବା ବ୍ୟକ୍ତି ସଚ୍ଚା ଦେଶପ୍ରେମୀ ଭାବେ ହିଁ ବିବେଚିତ ହୁଏ। ଭାରତୀୟ ସମ୍ବିଧାନର ‘ଆର୍ଟିକିଲ୍ ୧୫’ରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହିତ କାହା ପ୍ରତି ପାତରଅନ୍ତର ମନୋଭାବ ପୋଷଣ ନ କରିବାକୁ ଉଲ୍ଲେଖ ରହିଛି।
୨୦୧୨ରୁ ଅଭିନୟ ଜଗତରେ ପାଦ ଦେଇଥିବା ଖୁରାନା ବର୍ତ୍ତମାନ ଦୁଇଟି ସନ୍ତାନର ଜନକ। ୭ ବର୍ଷର ପୁଅ ବର୍ତ୍ତମାନ ଫିଲ୍ମର କାହାଣୀ ବୁଝୁ କି ନ ବୁଝୁ ବରୁଣ ଧାଓ୍ବନ ଏବଂ ଟାଇଗର ଶ୍ରଫ୍ଙ୍କ ଭଳି ଫାଣ୍ଟାଷ୍ଟିକାଲ୍ ହିରୋଙ୍କୁ ପସନ୍ଦ କରେ। ତେବେ ବଡ଼ ହେଲେ ମୋ ଅଭିନୀତ ଫିଲ୍ମ ପାଇଁ ସେ ଗର୍ବ ଅନୁଭବ କରିବ ବୋଲି ଆୟୁଷ୍ମାନ୍ ମତ ଦେଇଛନ୍ତି। ଆୟୁଷ୍ମାନ୍ଙ୍କ ଅଭିନୀତ ଫିଲ୍ମଗୁଡିକ ହେଉଛି ‘ଭିକି ଡୋନର’, ‘ଶୁଭ ମଙ୍ଗଲ୍ ସାବଧାନ୍’, ଏବଂ ‘ବଧାଇ ହୋ’। ଅନ୍ୟତମ ଫିଲ୍ମ୍ ‘ଆର୍ଟିକିଲ୍ ୧୫’ ଜୁନ୍ ୨୮ରେ ରିଲିଜ ହେବାକୁ ଯାଉଛି।