ଆର୍ତ୍ତନାଦ ଦିବସରେ ଶୋଭାଯାତ୍ରା, ଦଳିତ ଖ୍ରୀଷ୍ଟିଆନ୍‌ଙ୍କୁ ମିଳୁ ଅନୁସୂଚିତ ଜାତି ମାନ୍ୟତା

ବ୍ରହ୍ମପୁର ଅଫିସ୍‌,୧୧ା୮- ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍‌ ଧର୍ମରେ ଥିବା ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ଶନିବାର ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ଦଳିତ ଖ୍ରୀଷ୍ଟିଆନ୍‌ ପରିଷଦର ଓଡ଼ିଶା ଶାଖା ପକ୍ଷରୁ ଆର୍ତ୍ତନାଦ ଦିବସ ପାଳନ ଅବସରରେ ବିକ୍ଷୋଭ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ, ଦେଶ ସ୍ବାଧୀନ ହେବାର କିଛି ଦିନ ପରେ ହିନ୍ଦୁ ଧର୍ମାବଲମ୍ବୀ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯାଇଛି । ଅନ୍ୟ ଧର୍ମାବଲମ୍ବୀର ଦଳିତମାନଙ୍କୁ ବଞ୍ଚିତ କରାଯାଇ ଜାତିଗତ ସଂରକ୍ଷଣ, ସୁରକ୍ଷା ଓ ଅଭିବୃଦ୍ଧିରୁ ଉଚ୍ଛେଦ କରାଗଲା । ପରବର୍ତ୍ତୀ ସମୟରେ ୧୯୫୬ ମସିହାରେ ଶିଖ୍‌ ଧର୍ମାବଲମ୍ବୀ ଏବଂ ୧୯୯୦ ମସିହାରେ ବୌଦ୍ଧ ଧର୍ମାବଲମ୍ବୀ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଗଲା। ଖ୍ରୀଷ୍ଟିଆନ୍‌ ଧର୍ମରେ ଏହାକୁ ଲାଗୁ ନ କରିବା ବା ସାମାଜିକ ତଥା ଆର୍ଥିକ ସ୍ଥିତିକୁ ବିଚାରକୁ ନ ନେବା ସେମାନଙ୍କ ପ୍ରତି ଅନ୍ୟାୟ । ଧର୍ମ ପରିବର୍ତ୍ତନ ହେତୁ ଜାତିର ପରିବର୍ତ୍ତନ ହୋଇ ନ ଥାଏ । ଜଣେ ଧର୍ମ ପରିବର୍ତ୍ତନ କରିପାରେ। କିନ୍ତୁ ଜାତି ପରିବର୍ତ୍ତନ କରିବା ଅସମ୍ଭବ । ୧୯୫୦ ମସିହାରୁ ଖ୍ରୀଷ୍ଟିଆନ୍‌ ଦଳିତମାନେ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି । ସୁପ୍ରିମ୍‌କୋର୍ଟ ଦ୍ୱାରା ଗଠିତ ମିଶ୍ର କମିଶନ୍‌ଙ୍କ ରିପୋର୍ଟ ଅନୁସାରେ ସମ୍ବିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ-୩ ହେଉଛି ଅଣସାମ୍ବିଧାନିକ। ଅପରପକ୍ଷେ ଖ୍ରୀଷ୍ଟିଆନ୍‌ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ୨୦୦୪ ଏପ୍ରିଲ୍‌ ୧୨ତାରିଖରେ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା । ଆସନ୍ତା ସେପ୍ଟେମ୍ବରରେ ଏହାର ଶୁଣାଣି ହେବ ।
ଅନୁସୂଚିତ ଜାତିର ମାନ୍ୟତା ନ ଥିବା ଯୋଗୁ ଖ୍ରୀଷ୍ଟିଆନ୍‌ ଦଳିତମାନେ କୌଣସି ପ୍ରକାର ସଂରକ୍ଷଣଜନିତ ସୁବିଧା ପାଇପାରୁନାହାନ୍ତି। ଗତ ୨୦ତାରିଖରେ ମୋହନାରେ ରାଜ୍ୟସ୍ତରୀୟ ବୈଠକରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଶନିବାର ଜାତୀୟ କଳା ଦିବସ ବା ଆର୍ତ୍ତନାଦ ଦିବସ ପାଳନ ଅବସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜିପୁର ଚର୍ଚ୍ଚଠାରୁ ବାହାରିଥିବା ଏକ ବିରାଟ ପଟୁଆର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ସୁପ୍ରିମ୍‌କୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସଭାପତି ପ୍ରଫୁଲ୍ଲ କୁମାର ଲିମା, ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ, ରାଜ୍ୟ ସହସଂପାଦକ ସାଗର ବଲ୍ୟାରସିଂ, କିଶୋର ବଲ୍ୟାରସିଂ, ସନ୍ତୋଷ ଜୟପତି, ପ୍ରମୋଦ ନିଶାନ୍ତ, ଥମାସ ମାଇକେଲ୍‌, ରବି ରତନ, ଜି.ସୁବା ରାଓ, ଉବେଦ ସାଲସିଂ, କୁମାର ପ୍ରଶାନ୍ତ, ଶରତ ସୁକାନ୍ତ ପାଣି, ଶରତ ଚନ୍ଦ୍ର ନାୟକ, ଆଚାର୍ଯ୍ୟ ଡେଭିଡ୍‌ ଏଡିସନ୍‌, ରବିନ୍‌ କରାଡ଼, ସୁପ୍ରିଆନ୍‌ ନାୟକ, ରଂଜନ ମାଳି, ପ୍ରଶ୍ନ ମାଳି, ବାଲମିନା ଅଧିକାରୀ, ମିରା ମନ୍ତ୍ରୀ, ରମାକାନ୍ତ ବଲ୍ୟାର୍‌ସିଂ ଓ ବିଜୟାନନ୍ଦ ସିଂ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକଙ୍କ ବୈଠକ

ଜି.ଉଦୟଗିରି,୧୯ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ୍‌ କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପ୍ରଥମ ଶିକ୍ଷକ ଏବଂ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୁମିତାରାଣୀ...

ଦାରିଙ୍ଗବାଡି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଖବର ଧରିତ୍ରୀରେ...

ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଚୋରିଯାଇଥିବା ଏକ ଜେସିବିକୁ ପୋଲିସ ଉଦ୍ଧାର କରିବା ସହ ଚୋରି କରିଥିବା...

ଦାରିଙ୍ଗବାଡ଼ି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନବିଭାଗର ନିଦ ଭାଙ୍ଗିଲା

ଦାରିଙ୍ଗବାଡ଼ି,୧୯ା୪(ଅରୁଣ ସାହୁ): ଗଞ୍ଜାମ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନ ବୁରାଙ୍ଗିଆଠାରୁ ବୁଡ଼ାଗୁଡ଼ାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତାରେ...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ପୁଣି ଦାରିଙ୍ଗବାଡ଼ି-ଫୁଲବାଣୀକୁ ଚଳାଚଳ କରିବ ଲକ୍ଷ୍ମୀ ବସ୍‌, ଜିଲା ପ୍ରଶାସନକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ...

ବାଡ଼ାବାଙ୍ଗା ସେବାଶ୍ରମରେ ମହୁମାଛି ଆକ୍ରମଣ ଘଟଣା: ବସା ନଷ୍ଟ କଲା ବନ ବିଭାଗ, ସ୍ଥିତି ପରଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣାରେ ସ୍ଥାନୀୟ୨ ପ୍ରଶାସନର ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବନ...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image