ରାଉରକେଲା ଅଫିସ, ୨୯। ୧୨-ରାଉରକେଲା ଇସ୍ପାତ କାରଖାନା ଭିତରକୁ ଶନିବାର ସନ୍ଦେହଜନକ ଭାବେ ପଶିଥିବା ଦୁଇଟି ଭାରିଯାନକୁ ଅଟକ ରଖାଯାଇଛି। ଏହା ସହ କାରଖାନା ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଗାଡ଼ି ନଂ. ଏନ୍ଏମ୍ ୦୨କ୍ୟୁ ୧୩୩୬ ଟ୍ରକ ଓ ସିଜି ୦୪ଜେଡି ୭୨୮୫ଟ୍ରଲରକୁ ଜବତ କରାଯାଇଛି। ଗାଡି ଡ୍ରାଇଭର ଓ ଖଲାସୀ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି। ନିଉ ପ୍ଲେଟ ମିଲ ପଛରେ ଉଭୟ ଗାଡିକୁ ସୁରକ୍ଷା କର୍ମୀ ଅଟକ ରଖିଛନ୍ତି। ଏହି ଦୁଇଟି ଗାଡି ଗେଟ ଡେଇଁ କିଭଳି ଆର୍ଏସ୍ପି ପରିସରକୁ ଓ କାହିଁକି ପ୍ରବେଶ କରିଥିଲା ସେନେଇ ଉଚ୍ଚ କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦାୟିତ୍ୱରେ ଥିବା ୫ଜଣ ସୁରକ୍ଷା କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହାର ସତ୍ୟାସତ୍ୟ ନେଇ କେହି କିଛି କହିବାକୁ ମନା କରି ଦେଇଛନ୍ତି। ଟାଙ୍ଗରପାଲ୍ଲୀ ଥାନା କର୍ତ୍ତୃପକ୍ଷ ଘଟଣାକୁ ସ୍ବୀକାର କରିଥିଲେ ବି ଠିକ ତଥ୍ୟ ଦେଇପାରି ନାହାନ୍ତି।
ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…
ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...
ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…
ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...
ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!
ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...
ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ
ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...
ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ
ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ...
ମିଳିଲା ଜିଆରପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା,୧।୧୨(ସଂଗୀତା ଜେନା): ରାଉରକେଲା ରେଳବାଇ ପୋଲିସ ଅଧୀକ୍ଷକ (ଏସଏସପି) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଜିଆରପି କନଷ୍ଟେବଳ ରବିବାର ରାତିରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା...
ସକାଳୁ ସକାଳୁ ଏନ୍କାଉଣ୍ଟର: ଜଣେ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି
ରାଉରକେଲା,୨୩।୧୧(ସଂଗୀତା ଜେନା): ସକାଳୁ ସକାଳୁ ବଡ଼ ଧରଣର ଏନ୍କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି...
ରାଉରକେଲା NIT’ର କୃତିତ୍ୱ: ଲ୍ୟାଣ୍ଡ୍ ମ୍ୟାପିଂ ପାଇଁ ସ୍ବୟଂଚାଳିତ ଡ୍ରୋନ୍
ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ...
Archives


