ଆର୍‌ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି

ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍‌ଦାର ଚାଲିଛି ଧରପଗଡ଼।  ମୋଟା ଆର୍ଥିକ ଜରିମାନା ଏବେ ଗାଡ଼ି ଚାଳକ ଏବଂ ମାଲିକଙ୍କ ଆଖିରୁ ନିଦ ହଜାଇ ଦେଇଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଲୋକେ ଏବେ ନୂଆ ଆଇନ ଜାଲରେ ଛନ୍ଦି ହୋଇପଡୁଛନ୍ତି। ତେବେ ୩ମାସ ପାଇଁ ନିୟମ କୋହଳ ହୋଇଥିଲେ ବି ଲୋକେ ଗାଡି କାଗଜପତ୍ର ଠିକ୍‌ କରିବା ଲାଗି ଅଣନିଃଶ୍ୱାସୀ ହୋଇ ବିଭିନ୍ନ କାର୍ଯ୍ୟାଳୟକୁ ଧାଉଁଛନ୍ତି। ବିଶେଷକରି ଆର୍‌ଟିଓରେ ଅଧିକ ଗହଳି ହେଉଛି। ଫିଟ୍‌ନେସ ହେଉ କି ଡ୍ରାଇଭିଂ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓରେ ଲମ୍ବା ଲାଇନ ଲାଗୁଛି। ପୁରୀ ଆର୍‌ଟିଓରେ ସକାଳ ସାଢେ ୮ଟାରୁ ଚାଳକ ଏବଂ ମାଲିକ ଆସି ଧାଡିରେ ଛିଡା ହେଉଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଯୁବତୀ ବି ଆସୁଛନ୍ତି। କିନ୍ତୁ ଏଠାରେ ମହିଳାଙ୍କ ପାଇଁ କୌଣସି ସ୍ବତନ୍ତ୍ର ଧାଡି ବ୍ୟବସ୍ଥାା କରାଯାଉ ନାହିଁ। ଫଳରେ ପୁରୁଷଙ୍କ ମଧ୍ୟରେ ଛିଡା ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ମନରେ ଅସନ୍ତୋଷ ଏବଂ ପୁରୁଷଙ୍କ ଧାଡିରେ ଛିଡା ହେବା ଲାଗି ଅସ୍ବାଭାବିକ ଲାଗୁଥିଲେ ମଧ୍ୟ କିଛି କହିପାରୁ ନାହାନ୍ତି।
ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଗାଡି ଚାଳକ ଏବଂ ମାଲିକ ମଧ୍ୟ ନିଜକୁ ସୁବ୍ୟବସ୍ଥିତ କରିବାରେ ଲାଗି ପଡିଛନ୍ତି। ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ସହ ନୂଆ ମୋଟର ଯାନ ଆଇନକୁ ପାଳନ କରିବା ଲାଗି ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ପୁରୀ ଆର୍‌ଟିଓରେ ପ୍ରତ୍ୟେହ ପ୍ରବଳ ଭିଡ଼ ହେଉଛି। ଆର୍‌ଟିଓ ପରିସର ଏବଂ ଏହା ସମ୍ମୁଖ ରାସ୍ତାର ଦୁଇପାର୍ଶ୍ୱରେ ପ୍ରାୟ ଅଧକିମି ପର୍ଯ୍ୟନ୍ତ ଗାଡି ମୋଟର ପାର୍କିଂ କରାଯାଉଛି। ପୂର୍ବାହ୍ନ ୯ଟା ପରଠାରୁ ଦିନ ତମାମ୍‌ ପ୍ରବଳ ଗହଳି ରହୁଛି। ଗାଡି ଚାଳକ ଏବଂ ମାଲିକ ଲମ୍ବା ଧାଡ଼ିରେ ଠିଆ ହୋଇ ସେମାନଙ୍କ କାଗଜପତ୍ର କାମ କରୁଛନ୍ତି। ତେବେ ଆଗ କରିବାର ମନୋବୃତ୍ତି ଯୋଗୁ ଠେଲାପେଲା ହେଉଥିବା ଏହି ଧାଡି ମଧ୍ୟରେ ମହିଳାମାନେ ବି ଠିଆ ହେଉଛନ୍ତି। ସେମାନେ ବି ଠେଲାପେଲାର ଶିକାର ହେଉଥିଲେ ମଧ୍ୟ କିଛି କହିପାରୁ ନାହାନ୍ତି। ଏହି ଘଟଣା ଶୁକ୍ରବାର ଯୁବ ସ୍ବେଚ୍ଛାସେବୀ ଶଙ୍କର ସର୍କାର କାର୍ଯ୍ୟାଳୟ ଅଧିକାରୀଙ୍କ ନଜରକୁ ଆଣିଥିଲେ। ତେବେ ମହିଳାଙ୍କ ପାଇଁ କାହିଁକି ଅଲଗା ଧାଡ଼ି କରାଯାଉ ନାହିଁ ବୋଲି କହିଥିଲେ। ହେଲେ କେହି କିଛି ଶୁଣି ନ ଥିଲେ। ଏହାକୁ ନେଇ କେତେଜଣ ଲୋକ ବି ହୋ ହଲ୍ଲା କରିଥିଲେ। ବର୍ତ୍ତମାନ ଆର୍‌ଟିଓରେ ଯେଉଁଭଳି ଭାବେ ଭିଡ଼ ହେଉଛି ସେଥିଲାଗି ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯିବା ଦରକାର ବୋଲି ସର୍କାର କହିଛନ୍ତି। ଏ ସମ୍ପର୍କରେ ଆର୍‌ଟିଓ ଦାୟିତ୍ୱରେ ଥିବା ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ମହିଳାମାନେ ଧାଡିରେ ଠିଆ ହେଉଥିବା ନଜରକୁ ଆସିନାହିଁ। ତେବେ ଶନିବାରଠାରୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଧାଡି ସହ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବର୍ତ୍ତମାନ ସୁଦ୍ଧା ୯,୩୧୪ ଜଣ ଡିଏଲ୍‌ ପାଇଁ ଆବେଦନ କରିଛନ୍ତି। ୧ ତରିଖ ସୁଦ୍ଧା ସମୟ ଥିବାରୁ ଶନିବାର, ରବିବାର ଛୁଟିଦିନରେ କାର୍ଯ୍ୟାଳୟ ଖୋଲା ରହି କାମ କରାଯିବ। ଦିନକୁ ୭୦ଟି ସ୍ଲଟ ଟେଷ୍ଟ ପାଇଁ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୨୦୦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

କେନ୍ଦୁଝର,୧୯।୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ: ୫ହଜାର ସୁଭଦ୍ରା ଟଙ୍କା ଖର୍ଚ୍ଚ କଲେ ମିଳିବ…

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri