ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ

ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍‌୍‌ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛନ୍ତି। ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ ବୁଝୁନାହାନ୍ତି ଉକ୍ତ କମ୍ପାନୀ। ଲକ୍‌ଡାଉନ୍‌ ପାଇଁ ରୋଜଗାର ବନ୍ଦ ହୋଇଥିବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଗତ ଶୁକ୍ରବାର ଏନେଇ ବାଲେଶ୍ୱର ଜିଲା ନୀଳଗିରି ଗରଡ଼ି ଅଞ୍ଚଳର ମହିଳାମାନେ ଏକାଠି ହୋଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଋଣ ଦେବା ସମୟରେ ଫାଇନାନ୍ସ କମ୍ପାନୀ ଆଦର ସମ୍ମାନରେ ମହିଳାଙ୍କୁ ଋଣ ଦେଇଥିଲେ। ମହିଳାମାନେ ଉକ୍ତ ଟଙ୍କାକୁ ନେଇ ବ୍ୟବସାୟରେ ଲଗାଇଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ହେଲେ କମ୍ପାନୀର କର୍ମଚାରୀମାନେ ଟଙ୍କା ଅସୁଲ କରିବା ପାଇଁ ଜିଦ୍‌ ଧରିବସିଛନ୍ତି। ସେମାନଙ୍କୁ ଲକ୍‌ଡାଉନ୍‌ ଖୋଲିବା ପର୍ଯ୍ୟନ୍ତ ସମୟ ଦେଉନାହାନ୍ତି। ତେଣୁ ଏ ଦିଗରେ ସ୍ଥାନୀୟ ବିଧାୟକଙ୍କ ମାଧ୍ୟମରେ ପ୍ରଶାସନକୁ ହସ୍ତକ୍ଷେପ କରି କମ୍ପାନୀଗୁଡ଼ିକର ଋଣ ଅସୁଲ ବନ୍ଦ କରିବା ଏବଂ ସୁଧ ଛାଡ଼ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ କହିଥିଲେ। ଉକ୍ତଦିନ ବିଧାୟକ କିଛି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ ଏବଂ ମଙ୍ଗଳବାର ଏନେଇ ଫାଇନାନ୍ସ କମ୍ପାନୀ ଓ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଆଲୋଚନା କରାଯିବାର ସୂଚନା ଦେଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ବିଧାୟକ ଇଂ. ନାୟକ ଆଲୋଚନା ପାଇଁ ପହଞ୍ଚିଥିଲେ ସୁଦ୍ଧା ଦୀର୍ଘ ୧ଘଣ୍ଟା ଅପେକ୍ଷା ପରେ ମଧ୍ୟ ଫାଇନାନ୍ସ କମ୍ପାନୀର କର୍ମଚାରୀ ଆସି ନ ଥିଲେ। ପରେ ବିଧାୟକ ସେମାନଙ୍କୁ ଫୋନ୍‌ କରିବାରୁ ସେମାନେ ଅଧିକ ସମୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri