ଆଶାରେ ସଞ୍ଜୀବନୀ

ଡ. ଅଜୟ କୁମାର ନନ୍ଦ

ବିଜ୍ଞାନ ଯୁଗରେ ଆଜିର ଯନ୍ତ୍ରମାନବ ମଧ୍ୟ ଭୟ ଓ ଆଶଙ୍କାଜନିତ ଦୋଛକି ଗ୍ଲାନିରୁ ବର୍ତ୍ତି ପାରୁନାହାନ୍ତି। କେଉଁ ଗୋଟିକର ଉଚିତ ମୁକାବିଲା କରି ନ ପାରିବା, ଉଭୟ ଜ୍ଞାନ ଆହରଣ ଓ ବିଜ୍ଞାନ ପ୍ରୟୋଗର ପରିପକ୍ୱତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶ୍ୱର କୋଣ ଅନୁକୋଣ,ଏପରି କି ଦେଶ ବିଦେଶରୁ ଟପି ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରୁଛନ୍ତି ସଂକ୍ରମଣଜନିତ ଏକ ଅଜଣା ରୋଗର ଭୟ। ବୈଶ୍ବିକ ମହାମାରୀକୁ ରୋକିବା ବା ନିଦାନ କରିବାର ଯୋଜନା ଦିନକୁ ଦିନ ଗଡ଼ିବାରେ ଲାଗିଛି। ବିଶ୍ୱର ଅନେକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ମଧ୍ୟ ଏ ଅଦୃଶ୍ୟ ଯୁଦ୍ଧର ରଣନୀତି ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ଉପନୀତ ହୋଇପାରୁନାହାନ୍ତି।
ଭୂତାଣୁ ସଂକ୍ରମଣ ତାଲିକାରେ ଉଭୟ ଦେଶ ଓ ରାଜ୍ୟ ସକ୍ରିୟ ହେବା ଇତିମଧ୍ୟରେ ଆଠମାସ ଅତିବାହିତ ହୋଇଗଲାଣି। ସଂକ୍ରମଣ ରୋକିବା ନେଇ ସରକାରଙ୍କର ସମସ୍ତ ପ୍ରାଥମିକ ପ୍ରକ୍ରିୟା ଯଥା ଲକ୍‌ଡାଉନ, ଶଟ୍‌ଡାଉନ ଓ ଅନ୍‌ଲକର ପଞ୍ଚମ ପର୍ଯ୍ୟାୟ ଇତିମଧ୍ୟରେ ଶେଷ ହୋଇଥିଲା ବେଳେ ସାମାଜିକ ଦୂରତା, ମାସ୍କ ପରିଧାନ, ବାରମ୍ବାର ହାତ ସଫା ଆଦି କୋଭିଡ୍‌ ନିୟମ ଉଭୟ ସଂକ୍ରମଣ ରୋକିବା ଓ ଆରୋଗ୍ୟ ହାର ବଢ଼ାଇବା ନିମନ୍ତେ ଅନେକାଂଶରେ ସଫଳ ହୋଇଛି। ପୁନଶ୍ଚ କେଉଁଠାରେ ପୁନଃ ସଂକ୍ରମଣର ଭୟ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଉଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜଳବାୟୁର ଅହେତୁକ ପରିବର୍ତ୍ତନ ଏଲନିନୋ ପ୍ରବାହରେ ଚଳିତବର୍ଷ ଶୀତର ପ୍ରକୋପ ପୂର୍ବ ବର୍ଷ ତୁଳନାରେ ଅଧିକ ଅନୁଭୂତ ହେବ, ଯାହା ମହାମାରୀ ସଂକ୍ରମଣକୁ ଖୋରାକ ଯୋଗାଇବ। ଅନ୍ୟପକ୍ଷରେ ଉଭୟ ଜୀବନ ଓ ଜୀବିକାକୁ ବାଦ୍‌ ନ ଦେଇ ସଂକ୍ରମଣର ଦୃଢ଼ ମୁକାବିଲା କରିବାରେ ଜନସାଧାରଣଙ୍କର ଅହେତୁକ ସମର୍ଥନ ଓ ଶୃଙ୍ଖଳିତ ଆଚରଣ ସ୍ପଷ୍ଟ ପ୍ରମାଣିତ ହୋଇଛି। ମହାମାରୀ ପ୍ରବାହଜନିତ ଅର୍ଥନୀତି ସୁଧୁରିବାରେ ସବୁଜ ସଙ୍କେତ ପ୍ରତୀୟମାନ ହେଉ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ପିଢ଼ି ଓ ଦୀର୍ଘଦିନ ବନ୍ଦହୋଇ ରହିଥିବା ମଣିଷଗଢ଼ା କାରଖାନା ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପୁନଃ ସଞ୍ଚାଳନ ସହିତ ଛାତ୍ରୀଛାତ୍ରଙ୍କ ପାଠ ପଢା ଏବେ ପ୍ରମୁଖ ଆହ୍ବାନ ହୋଇ ଛିଡାହୋଇଛି। ସରକାର ଏ ଦିଗରେ ଅଧିକ ସମ୍ବେଦନଶୀଳ ଥିଲେ ମଧ୍ୟ ଅଭିଭାବକ, ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ହିଁ ଆଣିଦେବ ଅସୁସ୍ଥ ଶିକ୍ଷା ବ୍ୟବସ୍ଥାରେ ସୁସ୍ଥ ମଲମ। ଜନସ୍ବାସ୍ଥ୍ୟ ସହିତ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସପକ୍ଷରେ ଅନେକ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନେ ମତ ସାବ୍ୟସ୍ତ କରୁଛନ୍ତି। ଶିକ୍ଷା ବର୍ଷର ଅର୍ଦ୍ଧାଧିକ ସମୟ ଅତିକ୍ରମ କରିବାକୁ ବସିଥିବାବେଳେ, ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ଭବିଷ୍ୟତର ଅଗ୍ନିପରୀକ୍ଷା ଯଥା ଦଶମ ଓ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ପରିଚାଳନା ନେଇ ସମସ୍ୟା ଠିଆ ହୋଇଛି। ବାକି ସମୟର ସଦୁପଯୋଗ କରି ପାଠ୍ୟକ୍ରମ ସାରିବା ନେଇ କେଉଁ ରଣନୀତି ଆପଣେଇବାକୁ ପଡିବ ଉଭୟ ସରକାର ଓ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ। ଅନ୍‌ଲାଇନ ଶିକ୍ଷା କ୍ଷେତ୍ରରେ ବୈଷୟିକ ଭିତ୍ତିଭୂମି, ଅଭିଭାବକଙ୍କ ଆର୍ଥିକ ସଙ୍କଟ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ଏ ଦିଗରେ ବାଧକ ସୃଷ୍ଟି କରୁଛି। ଯଦିଓ ଏକତୃତୀୟାଂଶ ଛାତ୍ରୀଛାତ୍ର ସୁଫଳ ପାଇଛନ୍ତି ବାକି ସମସ୍ତେ ଏଥିରୁ ବଞ୍ଚିତ ହୋଇ ମାନସିକ ଅବସାଦରେ ଛନ୍ଦି ହୋଇପଡିଛନ୍ତି। ଅନ୍ୟପକ୍ଷରେ ସ୍କୁଲରେ ପିଲାଙ୍କ ଶାରୀରିକ ଉପସ୍ଥିତି କୋଭିଡ୍‌ ସଂକ୍ରମଣକୁ ଭୟାନକ କରିପାରେ ବୋଲି ଆନ୍ଧ୍ରପ୍ରଦେଶର ଏକ ସ୍କୁଲ ଖୋଲିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ପିଲାମାନଙ୍କ ଯାତାୟାତ ଠାରୁ ଆରମ୍ଭ କରି କୋଭିଡ୍‌ ନିୟମ ଅନୁପାଳନ କରିବା ସହିତ ଶ୍ରେଣୀ ଗୃହରେ ଶୃଙ୍ଖଳିତ ଶିକ୍ଷାଦାନ କରିବା ନେଇ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏସବୁ ସାବଧାନତା ଅବଲମ୍ବନ ଏକ ସାମୟିକ ପଦକ୍ଷେପ ହେଲେ ମଧ୍ୟ ଏହା ଦୀର୍ଘକାଳୀନ ସମାଧାନ ହୋଇ ନ ପାରେ। ଏବେ ସମସ୍ତଙ୍କ ଆଖି ଗୋଟିଏ ଜିନିଷ ଉପରେ କେନ୍ଦ୍ରୀଭୂତ ହୋଇଛି ତାହା ହେଲା କୋଭିଡ୍‌ ଭ୍ୟାକ୍ସିନ୍‌ ବା ଟିକା। କେବଳ ଭ୍ୟାକ୍ସିନ୍‌ ହିଁ ଆଣିପାରିବ ମହାମାରୀର ଅନ୍ତ, ଏହା ନିଃସନ୍ଦେହ।
ବିଶ୍ୱରେ ଟିକା ପ୍ରସ୍ତୁତିରେ ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭର୍ସିଟି ସମେତ ରୁଷିଆ, ଜର୍ମାନୀ, ଭାରତ, ଚାଇନା, ଆମେରିକା ପ୍ରଭୃତି ଦେଶ ଅହରହ ସଂଗ୍ରାମ ଚାଲୁ ରଖି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା କୁହାଯାଉଛି। ସୂଚନାନୁଯାୟୀ ୧୪୧ଟି ଟିକାର ପରୀକ୍ଷଣ ମଧ୍ୟରୁ ବିଭିନ୍ନ ଦେଶରେ ୪୧ଟି ଟିକାର ମାନବ ପରୀକ୍ଷଣ ଚାଲୁ ରହିଛି। ଚଳିତବର୍ଷର ଶେଷ ଓ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଏହା ଅସିବ ବୋଲି କେତେକ ଦେଶର ବୈଜ୍ଞାନିକମାନେ ଆଶାବ୍ୟକ୍ତ କରୁଛନ୍ତି। ଏହାର ନିରାପତ୍ତା, ଗୁଣବତ୍ତା ଓ ପରିପକ୍ୱତା ଆଦିର ସଫଳ ରୂପାୟନ ହୋଇ ନ ଥିଲା ବେଳେ ଟିକା ଯୋଗାଣ ରାଜନୀତି ଏବେ ଜୋର ଧରିଛି। ଏପରି କି ବିଶ୍ୱର ବିକଶିତ ରାଷ୍ଟ୍ର ଆମେରିକା ତା’ର ରାଷ୍ଟ୍ରପତି ନିର୍ବାଚନର ଇସ୍ତାହାରରେ ମୁଖ୍ୟ ପ୍ରସଙ୍ଗ ବୋଲି ଅଭିହିତ କରିଥିଲା। ଅନ୍ୟପଟେ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ମଧ୍ୟ ଏ ଦୌଡ଼ରୁ ପଛେଇ ଯାଇ ନ ଥିଲା। ବିଭିନ୍ନ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଓ ଉପନିର୍ବାଚନରେ ଏପରି ଏକ ଅପରାଜେୟ ବା ସହଜ ଅସ୍ତ୍ରକୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ରଣାଙ୍ଗନରେ ସାମିଲ କରାଇବାରେ ହାତଛଡ଼ା କରିବାକୁ ପଛାଇ ନ ଥିଲେ। ସମ୍ଭାବନାରେ ଥିବା ବିଶଲ୍ୟକରଣୀ ବା ମହାମାରୀ ପ୍ରତିଷେଧକ ଟିକା ଭାରତର ସବୁ ଲୋକଙ୍କୁ ଏକା ସମୟରେ ଦିଆଯିବା ପାଇଁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ କରିବା ଆବଶ୍ୟକ। ଟିକା ଯୋଗାଣ ମିଶନ ଭଳି ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଜରିଆରେ ସ୍ବାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ସମସ୍ତଙ୍କୁ ଟିକା ଦେବା ହିଁ ମୁକ୍ଷ୍ୟ ଲକ୍ଷ୍ୟ ହେବା ଉଚିତ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumananda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri