Posted inଖେଳ

ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ

ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ ରହିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୮୭.୧ ଓଭରରେ ୨୯୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ୬୮.୫ ଓଭରରେ ୨୨୫ ରନ କରି ଅଲଆଉଟ ହୋଇଛି। ଫଳରେ ଇଂଲଣ୍ଡ ୬୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଓଭରରେ କୌଣସି ଉଇକେଟ ନ ହରାଇ ୯ ରନ ସଂଗ୍ରହ କରିଛି। ଇଂଲଣ୍ଡ ଏବେ ୧୦ ଉଇକେଟ ବାକି ରଖି ମୋଟ ଉପରେ ୭୮ ରନରେ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ରୋରି ବନର୍‌ସ ୪ ଓ ଜୋ ଡେନଲି ୧ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ତରଫରୁ ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୮୦, ମର୍ନସ ଲାବୁସ୍କାନ ୪୮, ନାଥନ ଲିୟନ ୨୫, ମାଥ୍ୟୁ ଓ୍ବେଡ ୧୯, ପିଟର ସିଡଲ ୧୮, ମିଚେଲ ମାର୍ଶ ୧୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୬, ସାମ କୁରାନ ୩ ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୭୧/୮ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଜୋସ ବଟଲର ୬୪ରୁ ଖେଳ ଆରମ୍ଭ କରି ୭୦ ରନ କରି ଆଉଟ ହୋଇଥିଲେ। ସେହିପରି ଜ୍ୟାକ ଲିଚ୍‌ ୧୦ରୁ ଖେଳ ଆରମ୍ଭ କରି ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଇଂଲଣ୍ଡ ତରଫରୁ ବଟଲର ସର୍ବାଧିକ ୭୦, ଅଧିନାୟକ ଜୋ ରୁଟ୍‌ ୫୭, ଓପନର ରୋରି ବନର୍‌ସ ୪୭ ରନ ସଂଗ୍ରହ କରିଥିଲେ ଓ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୫, ପ୍ୟାଟ୍‌ କୁମିନ୍ସ ୩, ଜୋଶ ହାଜଲେଉଡ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୮୭.୧ ଓଭରରେ ୨୯୪ ଅଲଆଉଟ୍‌।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୬୮.୫ ଓଭରରେ ୨୨୫ ଅଲଆଉଟ୍‌
(ଷ୍ଟିଭ୍‌ ସ୍ମିଥ୍‌- ୮୦, ମର୍ନସ ଲାବୁସ୍କାନ- ୪୮, ନାଥନ ଲିୟନ- ୨୫, ଜୋଫ୍ରା ଆର୍ଚର- ୬/୬୨, ସାମ କୁରାନ- ୩/ ୪୬)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୪ ଓଭରରେ ୯/୦।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ହେବ ଟଙ୍କା ବର୍ଷା! ଆଇପିଏଲ୍‌ ପୂର୍ବରୁ କଲେ ଚମତ୍କାର…

ନୂଆଦିଲ୍ଲୀ,୧୪।୧୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ଆଇପିଏଲରେ କିଛି ବିଶେଷ କରିପାରି ନାହାଁନ୍ତି। ତାଙ୍କୁ ମଧ୍ୟ କମ ସୁଯୋଗ ମିଳିଛି। ଅର୍ଜୁନ...

ସେ ମୋ ରୁମ୍‌କୁ ଆସି ଏମିତି ଅନୁରୋଧ କରିଥିଲେ, ମ୍ୟାଚ୍‌ ପରେ ତିଳକ ବର୍ମାଙ୍କ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର

ସେଞ୍ଚୁରିୟନ୍‌,୧୪।୧୧: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ଥିଲେ ତିଲକ...

ଅନ୍ୟ ଦେଶ ପାଇଁ ଖେଳିବେ ଶିଖର ଧାଓ୍ବନ୍‌! ପୁଣି ମଇଦାନ ବର୍ଷିବ ଚୌକା-ଛକା

ନୂଆଦିଲ୍ଲୀ,୧୪।୧୧: କ୍ରିକେଟ ଛାଡିବାକୁ ଗବର୍‌ ଅର୍ଥାତ୍‌ ଶିଖର ଧାୱନଙ୍କର ଇଚ୍ଛା ନାହିଁ। ଚଳିତ ବର୍ଷ ସେ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ,...

ତିଳକ ବର୍ମାଙ୍କ ଆଇପିଏଲ୍‌ ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୪।୧୧:ଅଗଷ୍ଟ ୨୦୨୩ରେ ତିଲକ ବର୍ମା ଭାରତ ପାଇଁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଡେବ୍ୟୁ କରିବାର ଏକ ବର୍ଷ ପରେ ମଧ୍ୟ ସେ ଦୀର୍ଘ...

ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୨୧୯ ରନ୍‌

ସେଞ୍ଚୁରିଅନ୍‌,୧୨ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ତିଳକ ବର୍ମା। ତାଙ୍କ ଶତକ ବଳରେ ଭାରତ ପ୍ରଥମେ...

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ...

ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏଚଆଇଏଲ ୨୦୨୪ ରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,୧୩।୧୧: ସାତ ବର୍ଷର ବ୍ୟବଧାନ ପରେ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ ଶୁଭାରମ୍ଭ ଅବଶରରେ ବେଦାନ୍ତର କଳିଙ୍ଗ ଲାନ୍ସର୍ସ ଏକ ଶକ୍ତିଶାଳୀ ଲାଇନ୍ଅପ୍ ତଥା...

କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ

ଇସଲାମାବାଦ,୧୩।୧୧: ପାକିସ୍ତାନ କ୍ରିକେଟର ଶାହୀନ ଶାହା ଆଫ୍ରିଦିଙ୍କ ଲାଗି ଭଲ ଦିନ ଫେରିଛି। ଏହି ଦ୍ରୁତ ବୋଲର ପୁଣି ଥରେ ଦିନିକିଆ ର଼୍ୟାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri