ରାୟଗଡା ଅଫିସ,୪।୪: ଜିଲାପାଳ ପ୍ରମୋଦ କୁମାର ବେହେରା ଶନିବାର ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଗ୍ରାମରେ ଥିବା ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ପରଖିଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ଏଠାରେ ଅଟକି ରହିଥିବା ଶ୍ରମିକଙ୍କୁ ଖାଦ୍ୟ, ବସ୍ତ୍ର ଓ ଅନ୍ୟ ସାମଗ୍ରୀ ବଣ୍ଟାଯାଇଥିଲା। ଲକ୍ ଡାଉନ ଯୋଗୁ ବାହାର ରାଜ୍ୟରୁ ଆସିଥିବା କେତେକ ଶ୍ରମିକ ଗାଡି ନା ପାଇ ଏଠାରେ ରହିଯାଇଛନ୍ତି। ଅନ୍ୟପକ୍ଷରେ କେରେଡାରେ ଥିବା ଶ୍ରମିକ ଆଶ୍ରୟସ୍ଥଳୀରେ ମଧ୍ୟ ରାୟଗଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଶାଢ଼ି, ଟାୱେଲ, ଟି-ଶାର୍ଟ, ଖାଦ୍ୟ, ପିଲାଙ୍କ ପାଇଁ ଡ୍ରେସ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବିଡିଓ ରାଜେନ୍ଦ୍ର ମାଝୀ, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ, ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ସାମିଲ ଥିଲେ।