ଯାଜପୁର ଅଫିସ,୩ା୧- କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ କାରଖାନା ଜିଲାରେ ପ୍ରତିଷ୍ଠିତ ଆଶ୍ ଇଟା ଫ୍ରାକ୍ଟ୍ରିକୁ ଆବଶ୍ୟକ ମୁତାବକ ପାଉଁଶ ଯୋଗାଇ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥବା ପ୍ରତିବାଦରେ ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବିି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରେ ଆଶ୍ ଇଟା ମାଲିକ ସଂଘର କର୍ମକର୍ତ୍ତା, ଜିନ୍ଦଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାର ଆଶ୍ ଇଟା ଫ୍ୟାକ୍ଟ୍ରିଗୁଡ଼ିକୁ ଉପଯୁକ୍ତ ଭାବେ ପାଉଁଶ ଯୋଗାଇ ଦେବାପାଇଁ ୭ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଶୁକ୍ରବାରଠାରୁ ଦିଆଯାଇଥିବା ଧାରଣା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ତେବେ ସପ୍ତାହକ ମଧ୍ୟରେ ଜିନ୍ଦଲ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ ଇଟା ଫ୍ୟାକ୍ଟ୍ରିଗୁଡ଼ିକୁ ପାଉଁଶ ଯୋଗାଇ ନ ଦିଅନ୍ତି ତେବେ ଧାରଣା ଦେବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆଶ୍ ଇଟା ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ା
Posted inଆମ ଜିଲା ଖବର, ଯାଜପୁର