ଦୁବାଇ,୯ା୬: ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ଟାଇଟଲ ହାତେଇଥିବା ପ୍ରଥମ ଅଷ୍ଟ୍ରେଲିଆନ ଆସ୍ଲ ବାର୍ଟିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି। ତୁମେ କ୍ରିକେଟରୁ ଆଥ୍ଲେଟଙ୍କୁ ନେଇପାରିବ। ହେଲେ ଉକ୍ତ ଆଥ୍ଲେଟଙ୍କଠାରୁ କ୍ରିକେଟ ଦୂରେଇ ପାରିବ ନାହିଁ। ଫ୍ରେଞ୍ଚ ଓପନ ଜିତିବା ପାଇଁ ବାର୍ଟିଙ୍କୁ ଅନେକ ଅନେକ ଶୁଭେଚ୍ଛା ବୋଲି ଆଇସିସି ପକ୍ଷରୁ ଟୁଇଟ୍ କରାଯାଇଛି। ଉଲ୍ଲେଖଥାଉ କି, ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ମହିଳା ବିଗ୍ ବାଶ ଲିଗ୍ (ବିବିଏଲ)ରେ ଖେଳିଥିଲେ। ସେ ବ୍ରିସ ବେନ ହିଟ୍ ପାଇଁ ୯ ମ୍ୟାଚ୍ ଖେଳି ୬୮ ରନ୍ କରିଥିଲେ। ବିବିଏଲ ବ୍ୟତୀତ କୁଇନ୍ସଲାଣ୍ଡ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ମଧ୍ୟ ଖେଳିଥିଲେ। କିନ୍ତୁ ୨୦୧୬ରେ ସେ ପୁଣି ଟେନିସକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।