Posted inଜାତୀୟ

ଆୟକର ବିଭାଗ-ଇଡି ଏବଂ ସିବିଆଇ ଭାଜପାର ଆଇଟି ସେଲ୍‌ ଭାବେ କାର୍ଯ୍ୟ କରୁଛି: ତେଜସ୍ବୀ ଯାଦବ

ପାଟନା,୨୭।୪: ଭାଜପା ସରକାର ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଥା କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ)କୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଛି। ଏସବୁ ବିଭାଗ ଭାଜପାର ଆଇଟି ସେଲ୍‌ ଭାବେ କାର୍ଯ୍ୟ କରୁଛି ବୋଲି ଶନିବାର ଆରଜେଡି ନେତା ତେଜସ୍ବୀ ଯାଦବ ଅଭିଯୋଗ କରିଛନ୍ତି। ଅନ୍ୟ ଦଳର ରାଜନେତାଙ୍କୁ ଏହା ଦ୍ୱାରା ଭାଜପା ଟାର୍ଗେଟ୍‌ କରୁଛି। ମାତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ନାମରେ କେତେକ ଅଭିଯୋଗ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ ମିଳିଲେ ତାଙ୍କ ନିଜ ଘରେ ଚଢ଼ାଉ କରିବା ପାଇଁ କହିଥିଲେ ମଧ୍ୟ ଜୟ ଶାହଙ୍କୁ କିଭଳି ଛାଡି ଦିଆଯାଉଛି ସେ ନେଇ ତେଜସ୍ବୀ କଟାକ୍ଷ କରିଛନ୍ତି। ଉତ୍ତରପ୍ରଦେଶରେ ମାୟାବତୀଙ୍କ ସରକାର ଅମଳରେ ୨୦୧୦-୧୧ରେ ହୋଇଥିବା ସୁଗାର୍‌ ମିଲ୍‌ ଅନିୟମିତତା ମାମଲାକୁ ନିର୍ବାଚନ ସମୟରେ ଜାଣିଶୁଣି ଯାଞ୍ଚ୍‌ କରାଯାଉଥିବା ତେଜସ୍ବୀ କହିଛନ୍ତି। ମାୟାବତୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଷଡ଼ଯନ୍ତ୍ର ହେଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସୁଗାର୍‌ ମିଲ୍‌ ଅନିୟମିତତା ମାମଲାରେ ୧୧ଶହ ୭୯ କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

Mallikarjun Kharge: ଡବଲ ଇଞ୍ଜିନ ନୁହେଁ, ବିହାରକୁ ଦରକାର ସିଙ୍ଗଲ ଇଞ୍ଜିନ ସରକାର, କାହିଁକି ଏମିତି କହିଲେ ଖାର୍ଗେ, ଜାଣନ୍ତୁ…

ପାଟନା,୨୦।୪: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ Mallikarjun Kharge ରବିବାର (୨୦ ଏପ୍ରିଲ, ୨୦୨୫) ବିହାରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ଶାସକ ଭାଜନା ଏବଂ...

ଜଣେ ମନ୍ତ୍ରୀ ୭ ବିଧାୟକ…, ମୋଦିଙ୍କ ମଡେଲ ଲାଗୁକଲେ Rekha Gupta

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ଦ୍ରୁତ ବିକାଶ ପାଇଁ, Rekha Gupta ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଡେଲକୁ କାର୍ଯ୍ୟକାରୀ କରଛନ୍ତି। କେନ୍ଦ୍ରର ମୋଦି ସରକାରଙ୍କ ‘ସଂସଦ ଆଦର୍ଶ ଗ୍ରାମ...

Supreme Courtଙ୍କ ଉପରେ ବୟାନ ଦେଇ ଫସିଗଲେ ଭାଜପା ନେତା? ଆଟର୍ଣ୍ଣି ଜେନରାଲଙ୍କ ପାଖେ ପହଞ୍ଚି ଗଲା ଚିଠି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ପର୍କରେ ଏମପି ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ଅବମାନନା ମାମଲା ରୁଜୁ ପାଇଁ ଦାବି ଆରମ୍ଭ ହୋଇଛି।...

Landslide: କୁଆପଥର ମାଡ଼ ସହ ଭୂସ୍ଖଳନ, ୩ ମୃତ, ଉଦ୍ଧାର କାର୍ଯ୍ୟ ଜାର

ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରରେ ପାଗ ପୁଣି ଥରେ ତାଣ୍ଡବ ରଚିଛି। ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପ୍ରବଳ ପବନ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ...

ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତି

ନୂଆଦିଲ୍ଲୀ,୨୦।୪: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍‌ ସରକାରଙ୍କୁ ନିନ୍ଦା କରିଛି। ଅନ୍ତରୀଣ ସରକାରଙ୍କ...

ଜମ୍ମୁରେ ଭୟଙ୍କର ଭୂସ୍ଖଳନ: ଚାପି ହୋଇଗଲେ ୩

ଶ୍ରୀନଗର,୨୦ା୪: ଲଗାଣ ବର୍ଷା ଯୋଗୁ ଜମ୍ମୁରେ ରବିବାର ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି। ରାମବନ ଜିଲାର ଜମ୍ମୁ-ଶ୍ରୀନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image