ଆୟକର ସ୍ଲାବ୍‌ରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପ୍ରସ୍ତାବ

ନୂଆଦିଲ୍ଲୀ,୧୨-୧୧: ଆୟକର ସ୍ଲାବ୍‌ ଏବଂ କ୍ୟାପିଟାଲ ଗେନ୍ସ ଟାକ୍ସ କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ନେଇ ଟାସ୍କଫୋର୍ସ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏହା ଲାଗୁ ହେଲେ ରାଜକୋଷକୁ ଅଧିକ ୫୦,୦୦୦ କୋଟି ଟଙ୍କାର ରାଜସ୍ବ ଆସିବା ନେଇ ସମ୍ଭାବନା ରହିଛି। ପ୍ରକ୍ରିୟା ସହ ଜଡିତ ସରକାରଙ୍କ ୨ ଉଚ୍ଚ ପଦସ୍ତ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତ୍ୟକ୍ଷ ଟିକସ ଟାସ୍କଫୋର୍ସ କମିଟିର ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ବିଚାର ବିମର୍ଷ କରୁଛନ୍ତି। ଏହାର ଚୂଡାନ୍ତ ପ୍ରସ୍ତାବ ଆଗାମୀ ବଜେଟ୍‌ରେ ସ୍ଥାନ ପାଇବା ନେଇ ଆଶାକରାଯାଉଛି। ସମ୍ପତ୍ତି ଘୋଷଣା, ଉଚ୍ଚ ହାରରେ ଟିକସ ପ୍ରଦାନ କରିଥିବା ମାମଲାଗୁଡିକରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ପୁଣି ଥରେ ଆସେସ୍‌ମେଣ୍ଟ ନ କରାଇବା ଲାଗି ଭଳି ବିଭିନ୍ନ ପ୍ରସ୍ତାବ ଦିଆଦିଆଇଛି। ଗତ ୬ ବର୍ଷ ପର୍ଯ୍ୟନ୍ତ ମାମଲା, ସୁଧ ଏବଂ ୫୦% ଜରିମାନା ଦେଇଥିବା ଟିକସ ମାମଲାଗୁଡିକ ଲାଗି ଏଭଳି ପ୍ରସ୍ତାବ ରହିଛି। ମାତ୍ର ପ୍ରସ୍ତାବଗୁଡିକୁ ଏବେ ଯାଏ ସାର୍ବଜନୀନ କରାଯାଇ ନ ଥିବା ଜଣାପଡ଼ିଛି।
ଏଭଳି ବିଭିନ୍ନ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଏବଂ ନୀତି ଆୟୋଗ ସହ ଆଲୋଚନା କରୁଛି। ଲଙ୍ଗ୍‌ଟର୍ମ କ୍ୟାପିଟାଲ ଗେନ୍ସ(ଏଲ୍‌ଟିସିଜି)ର ବର୍ତ୍ତମାନ ଟିକସ ଢାଞ୍ଚା ଉପରେ ମଧ୍ୟ ବିଚାର କରାଯାଉଥିବା ଏକ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ରହିଛି। ପୁଞ୍ଜି ବଜାର ଲାଗି ଏକ ନିବେଶକ ଅନୁକୂଳ ବାତାବରଣ ସୃଷ୍ଟି ଲାଗି ସରକାର ଏବେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ସପ୍ତାହରେ ଏହି ବର୍ଗର ଟିକସ ଉପରେ ବିଭିନ୍ନ ପରିବର୍ତ୍ତନ କରିବାର ବିଶେଷ ସମ୍ଭାବନା ରହିଛି। ପୁଞ୍ଜି ବଜାରରେ ଅନୁକୂଳ ବାତାବରଣ ଦ୍ୱାରା ରାଜକୋଷକୁ ଟିକସ ଆଣିବା ଦିଗରେ ବିଭିନ୍ନ ଯୋଜନା ରହିଥିବା ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏକ ଟିଭି ସାକ୍ଷତକାରରେ ନିକଟରେ ସୂଚନା ଦେଇଥିଲେ।
ଟାସ୍କଫୋର୍ସ ଆୟକର ସ୍ଲାବ ନେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ବାର୍ଷିକ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ୧୦% ଟିକସ, ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୨୦% ଟିକସ ଲାଗୁ ନେଇ ପ୍ରସ୍ତାବ ରହିଛି। ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୦% ଏବଂ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟ କ୍ଷେତ୍ରରେ ୩୫% ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ଲାଗୁ କରାଇବା ପାଇଁ ଟାସ୍କଫୋର୍ସ ପ୍ରସ୍ତାବ ରଖିଛି। ବର୍ତ୍ତମାନ ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାର ଆୟ ଉପରେ ୫% ଆୟକର ଏବଂ ୪% ସେସ୍‌ ଦେବାକୁ ପଡୁଛି। ୫ଲକ୍ଷରୁ ଉର୍ଦ୍ଧ୍ୱ ଏବଂ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୨୦% ଟିକସ ସହ ୪% ସେସ୍‌ ଲାଗୁ ହେଉଛି। ଏହାବାଦ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆୟ ଉପରେ ୩୦% ଆୟକର ସହ ୪% ସେସ୍‌ ଲାଗୁ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri