ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ ସୃଷ୍ଟି ହୋଇଥିବା ବିଭ୍ରାଟରୁ ପ୍ରମାଣିତ ହେଉଛି। ବର୍ତ୍ତମାନ ଯୁକ୍ତ ୨ ଖାତା ମୂଲ୍ୟାୟନ ଚାଲିଛି। ମାନୁଆଲ୍‌ ବା ଅଫ୍‌ଲାଇନ୍‌ ଏବଂ ଇ-ମୂଲ୍ୟାୟାନ ବା ଅନ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯାଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା ଇ-ମୂଲ୍ୟାୟାନ କେନ୍ଦ୍ରରେ ଖାତା ମୂଲ୍ୟାୟନ କାର୍ଯ୍ୟ ଅନ୍‌ଲାଇନ୍‌ରେ ହେଉଥିବା ବେଳେ ବ୍ରହ୍ମପୁରରେ ଥିବା କେନ୍ଦ୍ରରେ ଇଣ୍ଟର୍‌ନେଟ ସଂଯୋଗ ରହୁନି। ପ୍ରାୟତଃ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ ରହୁଛି। ଫଳରେ ଖାତା ଦେଖା ଗୁରୁତର ପ୍ରଭାବିତ ହେଉଛି। ଅଧ୍ୟାପିକା ଅଧ୍ୟାପକମାନେ କେନ୍ଦ୍ରରେ ବସି ବସି ଫେରିଯାଉଛନ୍ତି।  ତଥାପି ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।  ଯେ, ଏପ୍ରିଲ୍‌ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଖାତାଦେଖା ବର୍ତ୍ତମାନ ସୁଦ୍ଧା ଚାଲିଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ନିମନ୍ତେ ଦକ୍ଷିଣାଞ୍ଚଳର ୮ଟି ଜିଲାରେ ୯୯ଟି ଟେବୁଲ୍‌ରେ ମୋଟ ୬୯୨ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ମାନୁଆଲ ମୂଲ୍ୟାୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଇ-ମୂଲ୍ୟାୟନ ସରୁନି। ଆସନ୍ତା ୩୦ତାରିଖ ସୁଦ୍ଧା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଇ-ମୂଲ୍ୟାୟନ କେନ୍ଦ୍ରରେ ଇଣ୍ଟର୍‌ନେଟ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଉଛି। ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ନିମନ୍ତେ ୫ କେନ୍ଦ୍ରରେ ୪୦ଟି ଟେବୁଲରେ ୩୦୮ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ବ୍ରହ୍ମପୁରରେ ଗିରି ରୋଡ୍‌ ସ୍ଥିତ ଏକ ଘରୋଇ ପ୍ରତିଯୋଗିତାମୂଳକ ଶିକ୍ଷାନୁଷ୍ଠାନରେ ଇ-ମୂଲ୍ୟାୟାନ କରାଯାଉଛି। ଏହି କେନ୍ଦ୍ରରେ ୩୦ କମ୍ପ୍ୟୁଟର୍‌(ପିସି) ଏବଂ ୧୦ଟି ଲ୍ୟାପଟପ୍‌ ରଖାଯାଇଛି। ଦୁଇଟି ସିଟିଂରେ ଖାତା ଦେଖାଯାଉଛି। ସକାଳ ୮ଟାରୁ ଦିନ ୧ଟା ଏବଂ ଦିନ ୧ଟାରୁ ଅପରାହ୍ନ ୪ଟା। ମୋଟ ୬୨ଜଣ ଅଧାପିକା ଏବଂ ଅଧ୍ୟାପକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଏହି ଇ-ମୂଲ୍ୟାୟନ କେନ୍ଦ୍ରରେ ସମସ୍ୟା ହେଲା ଇଣ୍ଟର୍‌ନେଟ୍‌। ପ୍ରଥମ ତିନି ଦିନ ଅର୍ଥାତ୍‌ ଏପ୍ରିଲ୍‌ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଆଦୌ ଇଣ୍ଟରନେଟ୍‌ ସଂଯୋଗ ରହିଲାନି।

ଆରମ୍ଭରୁ ହିଁ ଗୁରୁତର ବିଭ୍ରାଟ ଦେଖିବାକୁ ମିଳିଲା। ଅଧ୍ୟାପିକା ଅଧ୍ୟାପକମାନେ କେନ୍ଦ୍ରକୁ ଆସି ଇଣ୍ଟରନେଟ୍‌କୁ ଅପେକ୍ଷା କରି କରି ଶେଷରେ ନିରାଶ ହେଲେ। ଏଣୁ ଏହି ତିନି ଦିନ ପ୍ରାୟତଃ ଖାତା ଦେଖା ହୋଇପାରିଲା ନାହିଁ। ପରବର୍ତ୍ତୀ ଦିନଗୁଡ଼ିକରେ ଇଣ୍ଟର୍‌ନେଟ୍‌ ସଂଯୋଗ ରହୁଥିଲେ ମଧ୍ୟ ତାହା କଟିଯାଉଥିଲା। ଫଳରେ ସ୍ବାଭାବିକ ଭାବେ ଖାତା ଦେଖା ହୋଇପାରିଲାନି। ଏବେ ପୁଣି ଥରେ ଗତ କିଛି ଦିନ ହେଲା ଇଣ୍ଟର୍‌ନେଟ୍‌ ସଂଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି। ଖାତା ଦେଖା ଅଧା ହୋଇଥିବ, ସଂଯୋଗ କଟିଯାଉଛି, ଯାହାକୁ ନେଇ ଅଧ୍ୟାପିକା ଅଧ୍ୟାପକମାନେ ହଇରାଣ ହେଉଛନ୍ତି। ସକାଳ ୮ଟା ସୁଦ୍ଧା ସେମାନେ କେନ୍ଦ୍ରରେ ପହଞ୍ଚି ଯାଉଛନ୍ତି। କିନ୍ତୁ ଇଣ୍ଟର୍‌ନେଟ୍‌  ସଂଯୋଗ  ରହୁନାହିଁ। ଗୁରୁବାର ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆଦୌ ଇଣ୍ଟର୍‌ନେଟ୍‌ ନ ଥିଲା। ପ୍ରଥମ ସିଟିଂ ଖାତା ଦେଖା ହୋଇପାରିଲା ନାହିଁ। ଦ୍ୱିତୀୟ ସିଟିଂ ମଧ୍ୟ ଇଣ୍ଟର୍‌ନେଟ୍‌ ସମସ୍ୟା ଯୋଗୁ ପ୍ରଭାବିତ ହେଲା। ତେବେ କେତେକ ଅଧ୍ୟାପିକା ଅଧ୍ୟାପକ ଏକ କାମଚଳା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଲ୍ୟାପଟପ୍‌ରେ ହଟ୍‌ସ୍ପଟ୍‌(ୱାଇ-ଫାଇ) ସୁବିଧା ଥାଏ। ଏଣୁ ସେମାନେ ମୋବାଇଲ୍‌ର ଇଣ୍ଟର୍‌ନେଟ୍‌କୁ ହଟ୍‌ସ୍ପଟ୍‌ ଜରିଆରେ ଲ୍ୟାପଟପ୍‌ରେ ସଂଯୋଗ କରି ଖାତା ମୂଲ୍ୟାୟନ କରୁଛନ୍ତି। କିନ୍ତୁ କମ୍ପ୍ୟୁଟର୍‌(ପିସି)ରେ ଏ ସୁବିଧା ନ ଥିବା ଯୋଗୁ ମୂଲ୍ୟାୟାନ ବନ୍ଦ ହୋଇଯାଉଛି। ନିୟମିତ ମୂଲ୍ୟାୟନକାରୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ବିଭାଗ ତରଫରୁ ଇ-ମୂଲ୍ୟାାନ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ଶେଷ ହୋଇ ନ ଥିବା ବେଳେ ମେ’ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏଣୁ ଖାତା ମୂଲ୍ୟାୟନ କାର୍ଯ୍ୟ ନିର୍ଦ୍ଦାରିତ ସମୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ବୁଲାଣି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…

ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଉଦ୍‌ଯାପିତ: ଏବେଠୁ ଲଢ଼େଇ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଯୁକ୍ତ ୩ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ...

ନଦୀରେ ନାହିଁ ବାଲି, ଗଛଲତାରେ ଭରିଗଲାଣି

ଭଞ୍ଜନଗର,୧୮ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣଯନ୍ତ୍ରୀଙ୍କ ଅଧୀନରେ ଥିବା ଅନେକ ନଦୀରେ ଗଛ ପୂର୍ଣ୍ଣ ହୋଇଯାଉଛି। ବର୍ଷବର୍ଷ ଧରି କାଶତଣ୍ଡୀ ଫୁଲର...

ଘର ପୋଡି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଧରାକୋଟ,୧୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମରେ ଶଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image