Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡିଶା ଏଫ୍‌ସିର ପ୍ରଥମ ବିଜୟ

ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି)-ଚଳିତ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ଓଡ଼ିଶା ଏଫସି ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ମୁମ୍ବାଇ ଫୁଟବଲ ଏରେନାରେ ଅନୁଷ୍ଠିତ ଲିଗର ଦ୍ୱାଦଶ ମ୍ୟାଚରେ ଘରୋଇ ମୁମ୍ବାଇ ସିଟି ଏଫସିକୁ ୪-୨ ଗୋଲରେ ହରାଇ ନବାଗତ ଓଡ଼ିଶା ଏଫସି ଚମକ ସୃଷ୍ଟି କରିଛି। କ୍ରମାଗତ ଦୁଇଟି ପରାଜୟ ପରେ ଓଡିଶା ଏଫସିର ଏହା ପ୍ରଥମ ବିଜୟ l ଅନ୍ୟ ପକ୍ଷରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଏବଂ ଚେନ୍ନାଇନ ଏଫସି ବିପକ୍ଷରେ କ୍ରମାଗତ ଦୁଇଟି ବାହାର ମ୍ୟାଚ ଖେଳି ସିଜନ ଆରମ୍ଭ କରିଥିବା ମୁମ୍ବାଇ ସିଟିର ଏହା ପ୍ରଥମ ପରାଜୟ। କୋଚିଠାରେ ସେମାନେ ପୁରା ତିନି ପଏଣ୍ଟ ପାଇଥିବା ବେଳେ ଚେନ୍ନାଇ ଠାରେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲେ l
ଗୁରୁବାର ମ୍ୟାଚରେ ଦୁଇଟି ଗୋଲ ଦେଇ ଓଡିଶା ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆରିଡେନ ସାଣ୍ଟାନା l ଓଡିଶା ଏଫସି ସମ୍ପୁର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ମଧ୍ୟାନ୍ତର ସୁଦ୍ଧା ୩-୦ ଗୋଲରେ ଆଗୁଆ ରହିଥିଲା l ଦଳ ପକ୍ଷରୁ ପ୍ରଥମ ଗୋଲ ସିସ୍କୋ ହର୍ନାଣ୍ଡେଜ ଷଷ୍ଠ ମିନିଟରେ ସ୍କୋର କରିଥିଲେ l ଏହି ଗୋଲ ପାଇଁ ତାଙ୍କୁ ପାସ ଦେଇଥିଲେ ସାଣ୍ଟାନା l ଖେଳର ୨୧ତମ ମିନିଟରେ ସାଣ୍ଟାନା ତାଙ୍କର ପ୍ରଥମ ଗୋଲ ଦେଇ ଓଡିଶା ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ l ଦଳ ପକ୍ଷରୁ ତୃତୀୟ ଗୋଲ ୪୧ତମ ମିନିଟରେ ସ୍କୋର କରିଥିଲେ ଜେରୀ ମାଅମିଙ୍ଗଥାଙ୍ଗା l ପ୍ରଥମାର୍ଦ୍ଧରେ ସମ୍ପୁର୍ଣ୍ଣ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିବା ମୁମ୍ବାଇ ସିଟି ଦଳ ଦ୍ୱିତୀୟାର୍ଦ୍ଧରେ ମହମଦ ଲାର୍ବିଙ୍କ ଗୋଲ ବଳରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା l ୫୧ତମ ମିନିଟରେ ପେନାଲଟି କିକ ଯୋଗେ ଏହି ଗୋଲ ସ୍କୋର କରିଥିଲେ ଲାର୍ବି l ତେବେ ୭୩ତମ ମିନିଟରେ ସାଣ୍ଟାନାଙ୍କ ଦ୍ୱିତୀୟ ଗୋଲ ବଳରେ ଓଡିଶା ଏଫସି ଅଗ୍ରଣୀ ବ୍ୟବଧାନ ୪-୧କୁ ବୃଦ୍ଧି କରିଥିଲା l ମ୍ୟାଚର ଅନ୍ତିମ ମିନିଟରେ ମୁମ୍ବାଇ ସିଟି ପକ୍ଷରୁ ବିପିନ ସିଂ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନ ୨-୪କୁ ହ୍ରାସ କରିଥିଲେ। ଏହି ମ୍ୟାଚରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଓଡିଶା ଏଫସିର ଡିଫେଣ୍ଡର ଶୁଭମ ଷଢଙ୍ଗିଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ତାଙ୍କ ଦଳର ଜେରୀ ମାଓ୍ବିମିଙ୍ଗଥାଙ୍ଗାଙ୍କୁ ପ୍ରଦାନ କରାଯାଇଥିଲା l ଆଇସଏଲ ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ଓଡିଶା ଦଳକୁ ଯାଇଥିଲା ଏବଂ ଏହା ଗ୍ରହଣ କରିଥିଲେ ନନ୍ଦକୁମାର ସେକର l

ପୁରସ୍କାର
ଲିମିଟଲେସ ପ୍ଲେୟର ଅଫ ଦି ମ୍ୟାଚ: ଶୁଭମ ଷଢଙ୍ଗି
ହିରୋ ଅଫ ଦି ମ୍ୟାଚ: ଜେରୀ ମାଓ୍ବିମିଙ୍ଗଥାଙ୍ଗା
ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ : ନନ୍ଦକୁମାର ସେକର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri