ଇଦ୍‌-ଉଲ୍‌-ଜୁହା : ଜମୁଛି ଖାଦ୍ୟର ଆସର

ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ସୋମବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ କରାଯାଉଥିବା ବେଳେ ଏହାର ପ୍ରାୟ ଦୁଇ ମାସ ପରେ ଇଦ୍‌-ଉଲ-ଜୁହା ପର୍ବ ଆସେ। ଏହି ଦୁଇଟି ଯାକ ପର୍ବରେ ମୁସଲମାନ ଭାଇଭଉଣୀମାନେ ନୂଆ ଡ୍ରେସ ପିନ୍ଧି ସ୍ବତନ୍ତ୍ର ନମାଜ ପାଠ କରିଥାନ୍ତି। କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ହେଲେ ଏହି ଦୁଇ ପର୍ବରେ ପ୍ରତ୍ୟେକ ମୁସଲମାନ ପରିବାରରେ ଖାଇବା ପିଇବାର ଆସର ଜମେ। ତେବେ ଏହି ପର୍ବରେ କେତେକ ଖାସ୍‌ ସୁସ୍ବାଦୁ ଖାଦ୍ୟକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି।

ପ୍ରଥମ ପସନ୍ଦ ବିରିୟାନି
ବିରିୟାନି ଏକ ନିତିଦିନିଆ ଖାଦ୍ୟ ହୋଇଥିଲେ ମଧ୍ୟ ଇଦ୍‌ ଅବସରରେ ଏହା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ। ଏହି ଦିନ କୌଣସି ରେଷ୍ଟୁରାଣ୍ଟ ଉପରେ ଭରସା ନ କରି ନିଜ ଘର ତିଆରି ବିରିୟାନି ଖାଇଥାନ୍ତି ମୁସଲମାନମାନେ। ବନ୍ଧୁବାନ୍ଧବଙ୍କ ମେଳରେ ଏକତ୍ର ବସି ବିରିୟାନି ମୁଖ୍ୟ ଖାଦ୍ୟ ଭାବେ ଖିଆଯାଏ। ଏ ନେଇ ସ୍ବତନ୍ତ୍ର ବିରିୟାନି ଚାଉଳ ଓ ମସଲା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।
ନମାଜ ପାଠ ପରେ ଲଚ୍ଛା
ନମାଜ ପାଠ ଶେଷ କରିବା ପରେ ପ୍ରଥମେ ମିଠା ଖାଇବାକୁ ଭଲ ପାଆନ୍ତି। ଘରର ମହିଳାମାନେ ସକାଳୁ ଉଠି ମିଠାଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହା ମଧ୍ୟରେ ଗୋଟିଏ ଖାଦ୍ୟ ହେଉଛି ଲଚ୍ଛା। ସିମେଇ ଭଳି ଦେଖା ଯାଉଥିଲେ ମଧ୍ୟ ଏହା ସିମେଇ ନୁହେଁ। ମଇଦାରୁ ପ୍ରସ୍ତୁତ ଲଚ୍ଛା ଦୁଇ ପ୍ରକାରର। ଘିଅ ଓ ତେଲରେ ମିଶ୍ରଣକୁ ନେଇ ଲଚ୍ଛା ଭିନ୍ନଭିନ୍ନ। ଲଚ୍ଛା କଟକର କେଶରପୁର ଅଞ୍ଚଳରେ ତିଆରି ହେଉଥିଲେ ମଧ୍ୟ ପ୍ରାୟତଃ ଇଦ୍‌ ସମୟରେ କୋଲକାତା, ହାଇଦ୍ରାବାଦ ଅଞ୍ଚଳରୁ ଲଚ୍ଛା ଅଣାଯାଏ। ଲଚ୍ଛା କେଜି ପିଛା ଦର ୧୦୦ଟଙ୍କାରୁ ଆରମ୍ଭ କରି ୮୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଗରମ କ୍ଷୀରରେ ଲଚ୍ଛାକୁ ପକାଇ କିଛି ସମୟ ଭିଜିବା ପରେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରାଯାଏ। ସିମେଇ ମଧ୍ୟ ବିକ୍ରି ହେଉଛି। ଏହାର ମୂଲ୍ୟ କେଜି ପିଛା ୭୦ଟଙ୍କା ରହିଛି।
ସାମିଲ ହେଲାଣି ଫାଲୁଦା
ପଶ୍ଚିମ ଭାରତର ଖାଦ୍ୟ ଫାଲୁଦାକୁ ଏବେ ମୁସଲମାନମାନେ ଇଦ୍‌ ସମୟରେ ଅଧିକ ଭାବେ ଖାଉଥିବା ଦେଖିବାକୁ ମିଳିଛି। ଏହାର ଚାହିଦା ମଧ୍ୟ ବଜାରରେ ଅଧିକ। ଫାଲୁଦା ପ୍ୟାକେଟ ହୋଇ ବିକ୍ରି କରାଯାଉଛି। ଷ୍ଟ୍ରବେରୀ, ଭାନିଲା, କାଜୁପେସ୍ତା, ବଟରସ୍କଚ ଭଳି ବିଭିନ୍ନ ପ୍ରକାରର ଫାଲୁଦା ପ୍ୟାକେଟ ରହିଛି। ପ୍ୟାକେଟ ଗୁଡ଼ିକ ୭୦ ଟଙ୍କା। ଗୋଟିଏ ପ୍ୟାକେଟକୁ ଗୋଟିଏ ଲିଟର କ୍ଷୀରରେ ପକାଇ ଖାଦ୍ୟ ପ୍ରସ୍ତୁତ କଲେ ୬ଜଣ ଖାଇ ପାରିବେ।
ମିଠା ଖାଦ୍ୟ ଜର୍ଦ୍ଦା
ଏହି ପର୍ବ ଅବସରରେ ମୁସଲମାନ ପରିବାରରେ ଚାଉଳରେ ତିଆରି ଜର୍ଦ୍ଦା ଖାଦ୍ୟ ତିଆରି ହେଉଥିବା ଦେଖିବାକୁ ମିଳେ। ଏହାର ନାଁ ଜର୍ଦ୍ଦା ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ମିଠା ଜାତୀୟ ଖାଦ୍ୟ। କମଳା ରଙ୍ଗର ଭାତରେ ଘିଅ, ନଡ଼ିଆ, ଚେରୀ, କିସ୍‌ମିସ୍‌ ପକାଇ ଜର୍ଦ୍ଦା ତିଆରି କରାଯାଏ।
ଚାହିଦାରେ ଆରବ ଖଜୁରି
ପୁଣ୍ୟର ଫଳ ଭାବେ ଖଜୁରିକୁ ଗ୍ରହଣ କରନ୍ତି ମୁସଲମାନମାନେ। ୧୦ରୁ ୧୫ପ୍ରକାରର ଖଜୁରି ବଜାରରେ ବିକ୍ରି ହେଉଛି। ତେବେ ସବୁଠାରୁ ଅଧିକ ଚାହିଦା ରହିଛି ଆରବ ଖଜୁରୀର। ସୌଦିଆରବର ଅଲ୍‌ମଦିନାରୁ ଆସୁଥିବା ଖଜୁରି ପ୍ୟାକେଟ ଅଧକେଜିକୁ ୨୮୦ଟଙ୍କାରେ ବିକ୍ରି ହେଉଛି। ଇରାନରୁ ମଧ୍ୟ ଖଜୁରି ପ୍ୟାକେଟ ଆସୁଛି। ୬୦୦ଗ୍ରାମର ଇରାନୀ ଖଜୁରି ପ୍ୟାକେଟ୍‌ର ମୂଲ୍ୟ ୨୦୦ଟଙ୍କାରେ ବିକ୍ରି ହେଉଛି।
ପାଣିକଖାରୁ ମୋରବା
ପ୍ୟାକେଟ ଭିତରେ ମିଶ୍ରି ପରି ଦେଖାଯାଉଥିବା ମିଠା ଖାଦ୍ୟ ମୋରବା ଇଦ୍‌ ଅବସରରେ ବଜାରରେ ବିକ୍ରି ହେଉଛି। ଏହା ପାଣି କଖାରୁରୁ ତିଆରି ହୋଇଛି। ମିଠା ଭାବେ ଏହାକୁ ମଧ୍ୟ ଇଦ୍‌ ଅବସରରେ ଖିଆଯାଏ।
– ରିପୋର୍ଟ: କୁମାରଶ୍ରୀ ସାହୁ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨୮ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା।...

ବିଧାନସଭା ଆଗରେ ଧାରଣାଦେଉଥିବାବେଳେ ଅସୁସ୍ଥ ହୋଇପଡିଲେ କଂଗ୍ରେସ ନେତା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୯।୩: କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଦଳୀୟ ବିଧାୟକ ଅଶୋକ ଦାସ ଶନିବାର ଦିନ ଓଡ଼ିଶା ବିଧାନସଭା ଆଗରେ ଧାରଣା ଦେଉଥିବା...

ମୃତ୍ୟୁରେ ସର୍ବାଙ୍ଗ ଶରୀର ଦାନ କରିବେ ମହିଳା ଚାଷୀ ରାମବାଇ , ଚୁକ୍ତିପତ୍ରରେ କଲେ ସ୍ବାକ୍ଷର

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ...

ରାଜ୍ୟରେ ବଢୁଛି ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା, ସାଂଘାତିକ ବୟାନ ଦେଲେ ପ୍ରଭାତୀ

ଭୁବନେଶ୍ୱର,୨୯।୩: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮...

ବଡ଼ ଖବର: ନଡ୍ଡା କରିବେ ସଭାପତି ଘୋଷଣା

ଭୁବନେଶ୍ୱର,୨୯।୩: ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ ୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ...

ସମ୍ବଲପୁରରେ ମଧ୍ୟାହ୍ନ ସୁଦ୍ଧା ୪୩ ପ୍ରତିଶତ ମତଦାନ

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଛି ମତଦାନ। ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ସକାଳ ସାଢ଼େ...

୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର...

ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ

କଟକ,୨୯।୩: ଆଜି ଆଇନଜୀବୀମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ବାର୍‌ରେ ଆଜି ନିର୍ବାଚନ ହେଉଛି। ୨୦୨୧ ମସିହା ଠାରୁ ପ୍ରତ୍ୟକ ବାର୍‌ରେ ଗୋଟିଏ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image