ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର କରାଯାଉଛି। ଇ କମର୍ସ ଷ୍ଟାଟସ ‘ଏକ ଗୁଡ କମ୍ପାନୀ’ ଓ ଡାଟା ଆନାଲିଟିକ୍ସ ଫର୍ମ ‘ହାଇପଅଡିଟର’ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଏଥିରେ ପ୍ରାୟ ୮୨ ଦେଶର ଏକ କୋଟି ୮୪ ଲକ୍ଷ ଆକାଉଣ୍ଟକୁ ନେଇ ଗବେଷଣା କରାଯାଇଥିଲା। ଏହାପରେ ଜଣାପଡିଥିଲା ସର୍ବାଧିକ ୪କୋଟି ୯୦ ଲକ୍ଷ ନକଲି ଆକାଉଣ୍ଟ ଆମେରିକାରେ ରହିଛି। ଏହା ପଛକୁ ବ୍ରାଜିଲ ଥିବା ବେଳେ ଏହାର ନକଲି ଆକାଉଣ୍ଟ ସଂଖ୍ୟା ପ୍ରାୟ ୨କୋଟି ୭୦ ଲକ୍ଷ ବୋଲି ଆକଳନ କରାଯାଇଛି। ସେହିପରି ଭାରତରେ ନକଲି ଆକାଉଣ୍ଟର ସଖ୍ୟା ରହିଛି ପାଖାପାଖି ୧ କୋଟି ୬୦ ଲକ୍ଷ।