ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ଇନ୍ଦ୍ରଜାଲ’। ଆର.ଆର. ଇଭେଣ୍ଟ୍‌ସ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା କରିଛନ୍ତି ଓଲିଉଡ୍‌ର ଅନ୍ୟତମ ଆଗଧାଡିର ପ୍ରଯୋଜକ ରମେଶ ବାରିକ। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ପିନୁ ନାୟକ। ଅପରପକ୍ଷରେ ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର। ଏ ସମ୍ପର୍କରେ ପ୍ରଯୋଜକ ରମେଶ କହନ୍ତି, ‘ଇନ୍ଦ୍ରଜାଲର କାହାଣୀରେ ରହସ୍ୟ ଭରି ରହିଛି। ସବୁବେଳେ ମୁଁ ଭିନ୍ନ ଭିନ୍ନ କାହାଣୀକୁ ନେଇ ସିନେମା ନିର୍ମାଣ କରିଥାଏ। ଏହି ଫିଲ୍ମରେ ଦର୍ଶକ ଡିଫରେଣ୍ଟ ଚାର୍ମ ପାଇବେ ବୋଲି ଆଶା ରଖିଛି।’ ‘ଇନ୍ଦ୍ରଜାଲ’ର ମୁଖ୍ୟ ଭୂମିକାରେ ସମ୍ବିତ ଆଚାର୍ଯ୍ୟ ଅଭିନୟ କରୁଥିବା ବେଳେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଦେବଯାନୀ। ଅନ୍ୟପକ୍ଷରେ ପ୍ରଦ୍ୟୁମ୍ନ ଲେଙ୍କା, ଟୋପି ମିଶ୍ର, ସୁଜିତ ପାଇକରାୟ, ମୁନ୍‌ମୁନ୍‌, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଲ ଏବଂ ପୃଥ୍ବୀରାଜ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri