କାକୁଡ଼ିରେ ରହିଛି ଫାଇବର ଓ ପୋଟାସିୟମ। ଏହାକୁ ନିୟମିତି ଖାଇଲେ ସବୁ ପ୍ରକାର କିଡ୍ନୀ ସମସ୍ୟା ଠିକ୍ ହୋଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଛନ୍ତି। ନିକଟରେ ଆମେରିକାର କାଲିଫର୍ନିଆଠାରେ ଥିବା ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମତ ଦେଇଛି କି କାକୁଡ଼ି କ୍ୟାନସର ଭଳି ମାରାତ୍ମକ ରୋଗକୁ ମଧ୍ୟ ଦୂରେଇ ଦେଇଥାଏ। ବିଶେଷଜ୍ଞଙ୍କ କହିବା କଥା ହେଲା..
– ପେଟ ସମ୍ପନ୍ଧୀୟ ସବୁ ପ୍ରକାର ସମସ୍ୟାକୁ ଠିକ୍ କରେ କାକୁଡ଼ି। ଏହାଦ୍ୱାରା କୋଷ୍ଠ କାଠିନ୍ୟ, ଏସିଡିଟି, ଗ୍ୟାସ, ଛାତିପୋଡା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ କାକୁଡ଼ି ପାଚନତନ୍ତ୍ରକୁ ମଜଭୁତ କରିଥାଏ।
– ନିୟମିତ କାକୁଡ଼ି ଖାଇଲେ ଶରୀରରେ ଜଳୀୟ ଅଂଶ କମ୍ ହୋଇ ନ ଥାଏ। ଏହାସହ ଶରୀରରେ ଥିବା ବିଷାକ୍ତ ପଦାର୍ଥ ସହଜରେ ବାହାରି ଯାଇଥାଏ।
– ସୁଗାର ସମସ୍ୟା ବା ଡାଇବେଟିସ୍ ଥିଲେ କାକୁଡ଼ି ଖାଇବା ଭଲ। ଏହା ଇନ୍ସୁଲିନ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ଶରୀରରେ ସୁଗାର ସ୍ତର ମଧ୍ୟ ଆପଣାଛାଏଁ ନିୟନ୍ତ୍ରିତ ହୋଇଥାଏ।