Posted inଜାତୀୟ

ଇଭିଏମ୍‌ ସୁରକ୍ଷାରେ ଗୁରୁତର ତ୍ରୁଟି: ଷ୍ଟୋର ରୁମ୍‌ରୁ ଯନ୍ତ୍ରାଂଶ ଗାଏବ

ଭୋପାଳ,୨୪ା୬(ପି.ଟି.): ମଧ୍ୟପ୍ରଦେଶର କେତେକ ଜିଲାରେ ଥିବା ସୁରକ୍ଷିତ ପ୍ରକୋଷ୍ଠରୁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହୋଇଯାଇଥିବା ଅନୁଧ୍ୟାନରୁ ଜଣାପଡିଛି। ଇଭିଏମ୍‌ର ମୁଖ୍ୟ ଯନ୍ତ୍ରାଂଶ କୁହାଯାଉଥିବା ବାଲଟ ୟୁନିଟ (ବିୟୁ) ଏବଂ ଡିଟାଚେବଲ୍‌ ମେରୋରି ମଡ୍ୟୁଲ (ଡିଏମ୍‌ଏମ୍‌) ମିଳୁନାହିଁ। ଉକ୍ତ ଇଭିଏମ୍‌ଗୁଡିକ ଗତ ନିର୍ବାଚନରେ ବ୍ୟବହାର ହୋଇଥିଲା କି ନାହିଁ ତଥ୍ୟ ଜାଣିବା ଅଧିକାର (ଆରଟିଆଇ) ବଳରେ ଆବେଦନ ହୋଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ ଏପ୍ରିଲ୍‌ ଜୁନ୍‌ରେ ପ୍ରସ୍ତୁତ ହୋଇ ଆର୍‌ଟିଆଇ ଆବେଦନକାରୀ ଅଜୟ ଦୁବେଙ୍କୁ ପ୍ରଦାନ କରାଯାଇଛି। ମଧ୍ୟପ୍ରଦେଶରେ ଇଭିଏମ୍‌ ସୁରକ୍ଷା ଓ ପରିଚାଳନା ସମ୍ପର୍କିତ ସବିଶେଷ ତଥ୍ୟ ସେ ରାଜ୍ୟ ନିର୍ବାଚନ କମିଶନଙ୍କୁ ମାଗିଥିଲେ। ତାଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ ଉମାରିଆସ୍ଥିତ ଇଭିଏମ୍‌ ଷ୍ଟୋର ରୁମ୍‌ରୁ ୯ଟି ଡିଏମ୍‌ଏମ୍‌ ଗାଏବ ହୋଇଯାଇଛି। ତେବେ ଗାଏବ ହେବାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଡିଏମ୍‌ଏମ୍‌ ହେଉଛି ଇଭିଏମ୍‌ର ଏକ ଅତିରିକ୍ତ ମେମୋରି ଯାହାକୁ ମେଶିନ୍‌ଠାରୁ ଅଲଗା କରି ରଖାଯାଇଥାଏ। ଷ୍ଟକ୍‌ ରେଜିଷ୍ଟର ଅନୁଯାୟୀ ନରସିଂହପୁର ଜିଲାର ସରକାରୀ ପଲିଟେକ୍ନିକ୍‌ କଲେଜ ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୭୦୯ଟି ଡିଏମ୍‌ଏମ୍‌ ରଖାଯାଇଥିଲା। ଯାଞ୍ଚ ବେଳେ ୨୫୦୮ଟି ଡିଏମ୍‌ଏମ୍‌ ମିଳି ନ ଥିଲା ବୋଲି ଜିଲା ପ୍ରଶାସନ କହିଛି। ନିର୍ବାଚନରେ ବ୍ୟବହୃତ ହୋଇ ନ ଥିବା ୬୮୭ଟି ଡିଏମ୍‌ଏମ୍‌କୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିଲା ବୋଲି କୁହାଯାଇଛି। ଯେଉଁଗୁଡିକ ନିର୍ବାଚନରେ ବ୍ୟବହୃତ ହୋଇଥିଲା ସେଗୁଡିକୁ ହାଇଦ୍ରାବାଦର ଇସିଆଇଏଲ୍‌କୁ ପଠାଯାଇଥିଲା। ଷ୍ଟୋର ରୁମ୍‌ରେ ମାତ୍ର ୨୦୧ଟି ଡିଏମ୍‌ଏମ୍‌ ରହିଥିବାବେଳେ ଗାଏବ ଅନ୍ୟ ଡିଏମ୍‌ଏମ୍‌ ସମ୍ପର୍କରେ କିଛି କୁହାଯାଇନାହିଁ। ସେହିପରି ଭିନ୍ଦ୍‌ ଜିଲା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଯାଞ୍ଚ ବେଳେ ୯ଟି ବାଲଟ ୟୁନିଟ ମିଳିନାହିଁ। ୨୦୧୮ ମେ ମାସରେ ଇଭିଏମ୍‌ ଯାଞ୍ଚ ବେଳେ ୧୩ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୬ ବାଲଟ ୟୁନିଟ କାମ କରୁ ନ ଥିବା ଦେଖାଯାଇଥିଲା। କମିଶନ ଇଞ୍ଜିନିୟର ପଠାଇବା ସତ୍ତ୍ୱେ ସେଗୁଡିକୁ ଠିକ୍‌ କରାଯାଇ ନ ଥିଲା ବୋଲି ଜିଲା ପ୍ରଶାସନ ଦେଇଥିବା ରିପୋର୍ଟରୁ ଜଣାପଡିଛି। ମଣ୍ଡସୌର ଜିଲାରେ ୮ ବିୟୁ ଏବଂ ଶାଜପୁର ଜିଲାରେ ଗୋଟିଏ ଡିଏମ୍‌ଏମ ମିଳିନାହିଁ । ସେହିପରି ବାଲାଘାଟ ଜିଲା ପୁରୁଣା କଲେକ୍ଟର ଭବନ ଷ୍ଟ୍ରଙ୍ଗ୍‌ରୁମ୍‌ରୁ ୨୬ ଡିଏମ୍‌ଏମ୍‌ ମିଳୁ ନ ଥିବାବେଳେ ସାଗର ଓ ଗ୍ବାଲିୟର ଜିଲା ଷ୍ଟୋର ରୁମ୍‌ରୁ ଯଥାକ୍ରମେ ୧୧ଟି ଓ ୨୮ଟି ବିୟୁ ମିଳିନାହିଁ। ଇଭିଏମ୍‌ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହେବା ଘଟଣାର ତୁରନ୍ତ ତଦନ୍ତ ହେବା ଆବଶ୍ୟକ। ଇଭିଏମ୍‌ ସୁରକ୍ଷାରେ ଏହା ଗୁରୁତର ତ୍ରୁଟି ବୋଲି ଦୁବେ କହିଛନ୍ତି। ଭୋପାଳ ଓ ରଓ୍ବୋ ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ସେମାନଙ୍କ ରିପୋର୍ଟ ଦାଖଲ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri