ଇସଲମାବାଦ୍,୯।୮: ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଭାରତଠାରୁ ବ୍ୟାପାରିକ ଏବଂ କୁଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତ ସହ ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ସୁଯୋଗ ମିଳିଲେ ଦୃଢ ଜବାବ ଦେବୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧମକ ଦେଇ କହିଛନ୍ତି। ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡିଛନ୍ତି। କଶ୍ମୀରବାସୀଙ୍କ ଉପରେ ଭାରତ ସାମରିକ ବଳ ପ୍ରୟୋଗ କରୁଛି। ଅନ୍ତର୍ଜାତୀୟ ସମୁଦାୟର ନୈତିକ ସାହସ ଥିଲେ ଭାରତର ଏଭଳି ପଦକ୍ଷେପକୁ ବନ୍ଦ କରୁ ବୋଲି ସେ କହିଛନ୍ତି।