ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ ବ୍ରିଟେନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଦୀର୍ଘ ଅର୍ଦ୍ଧଶତାବ୍ଦୀର ସମ୍ପର୍କ ଛିନ୍ନ କରି ବ୍ରିଟେନ ଇୟୁରୁ ବିଦାୟ ନେଇ ଏକ ନୂଆ ତଥା ଅନିଶ୍ଚିତ ସକାଳ ଆଡ଼େ ମୁହାଁଇଛି। ୨୮ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘରୁ ଓହରିଯିବାରେ ବ୍ରିଟେନ ପ୍ରଥମ ଦେଶ। ୨୦୧୬ ଗଣଭୋଟଠାରୁ ବ୍ରେକ୍‌ଜିଟକୁ ସମର୍ଥନ କରିଆସୁଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ବ୍ରିଟେନ ପାଇଁ ସମୃଦ୍ଧିର ନୂଆ ଯୁଗ ନିମନ୍ତେ ସମସ୍ତଙ୍କୁ ଏକାଠି କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ଶେଷ ନୁହେଁ ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି। ୟୁରୋପୀୟ ସଂଘ ପାଇଁ ଏହା ଏକ ବଡ଼ ପରିବର୍ତ୍ତନ ବୋଲି ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ କହିଛନ୍ତି। ତେବେ ୧୧ ମାସ ପର୍ଯ୍ୟନ୍ତ ବିଶେଷ କିଛି ପରିବର୍ତ୍ତନ ଅନୁଭୂତ ହେବ ନାହିଁ। କାରଣ ଚୁକ୍ତି ଅନୁଯାୟୀ ବ୍ରିଟିଶମାନେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଇୟୁ ରାଷ୍ଟ୍ରଗୁଡ଼ିକ ସହ ଅବାଧରେ ବାଣିଜ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ। ଆମେ ବ୍ରିଟେନ ସହ ଯଥାସମ୍ଭବ ଭଲ ସମ୍ପର୍କ ରଖିବାକୁ ଚାହିଁବୁ। ତେବେ ଏହା କଦାପି ସଦସ୍ୟତା ଭଳି ଭଲ ହେବନାହିଁ ବୋଲି ୟୁରୋପୀୟ କମିଶନ୍‌ ଅଧ୍ୟକ୍ଷ ଉର୍‌ସୁଲା ଭନ୍‌ ଡେର୍‌ ଲେୟେନ କହିଛନ୍ତି। ଇୟୁରୁ ବ୍ରିଟେନ ଓହରିଯିବା ଆମ ସମସ୍ତଙ୍କ ପାଇଁ ଏକ କ୍ଷତ ବୋଲି ୟୁରୋପୀୟ ପାର୍ଲାମେଣ୍ଟର ଅଧ୍ୟକ୍ଷ ଡାଭିଡ ସାସୋଲି ଟୁଇଟ୍‌ କରିଛନ୍ତି। ଆସନ୍ତାକାଲିଠାରୁ ଆମେ ବ୍ରିଟେନ ସହ ନୂଆ ସମ୍ପର୍କ ଆରମ୍ଭ କରିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ରାଜନୀତି ପୁଣି ହେଲା ସରଗରମ

ଢାକା,୧୦।୧୧: ଶେଖ ହସିନା ଗାଦିଚ୍ୟୁତ ହେବା ପରେ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ବାଂଲାଦେଶରେ...

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ଗିରଫ, ପନ୍ନୁଙ୍କ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ/ଓଟାଓ୍ବା,୧୦।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ମନ୍ଦିରରେ ବିଶୃଙ୍ଖଳା ମାମଲାରେ କାନାଡା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଶନିବାର ଏକ ବିଜ୍ଞପ୍ତିରେ ପିଲ ଆଞ୍ଚଳିକ...

ଦୀପାବଳିରେ ପରସା ଗଲା ମଟନ, ଚିକେନ, ଖାଦ୍ୟର ମେନ୍ୟୁ ଦେଖି ରାଗିଗଲେ ବ୍ରିଟିଶ ହିନ୍ଦୁ

ଲଣ୍ଡନ,୧୦।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମଙ୍କ ଦ୍ୱାରା ଆୟୋଜିତ ଏକ ଦୀପାବଳି ପାର୍ଟିରେ ମାଂସ ଏବଂ ମଦ ପରିବେଷଣ କରାଯାଇଥିବାରୁ ବ୍ରିଟେନରେ ଥିବା ହିନ୍ଦୁମାନେ କ୍ଷୋଭ...

ନିର୍ବାଚନ ପରେ କାଙ୍ଗାଳ ହେଲେ କମଲା ହାରିସ୍‌, ଟ୍ରମ୍ପ ଆପଣାଉଛନ୍ତି ଏହି ଫର୍ମୂଲା

ଓ୍ବାଶିଂଟନ,୧୦ା୧୧: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ...

ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଇରାନ୍‌ର ଯୋଜନାକୁ ପଣ୍ଡ କଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ...

୪ର୍ଥ ଥର ଗ୍ରାମୀ ଆଓ୍ବାଡର୍‌ସ ପାଇଁ ରିକି କେଜ୍‌ ମନୋନୀତ

ଲସ୍‌ ଏଞ୍ଜେଲ୍ସ, ୧୦।୧୧: ୬୭ତମ ଗ୍ରାମୀ ଆଓ୍ବାଡର୍‌ସ ପାଇଁ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ରିକି କେଜ୍‌ ଓ ବ୍ରିଟିଶ ଭାରତୀୟ ସଙ୍ଗୀତଜ୍ଞ ଅନୁଷ୍କା ଶଙ୍କରଙ୍କୁ ମନୋନୀତ...

ପୁଣିଥରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା! ଜବାବ ଦେଲା ତେହେରାନ

ଓ୍ବାଶିଂଟନ,୯।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ପୁଣି ଏକ ଷଡଯନ୍ତ୍ର ରଚାଯାଇଛି। ଏଥର ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ରରେ ଇରାନର...

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri