ଓ୍ବାଶିଂଟନ,୮।୧୦: ଚାଇନାରେ ଉଇଗର ମୁସଲମାନ୍ଙ୍କୁ ନିର୍ଯାତନା ଦିଆଯାଉଛି। ଶିନଜିୟାଙ୍ଗ୍ ପ୍ରଦେଶରେ ଥିବା ୨୮ଟି ଚାଇନା କମ୍ପାନୀ ଏହି ମୁସଲମାନ ସମ୍ପ୍ରଦାୟଙ୍କୁ ଶୋଷଣ କରୁଥିବାରୁ ସେସବୁ କମ୍ପାନୀକୁ ଆମେରିକା କଳା ତାଲିକାରେ ସ୍ଥାନୀତ କରିଛି। କମ୍ପାନୀଗୁଡ଼ିକ ଉଇଗର ସମ୍ପ୍ରଦାୟର ମାନବିକ ଅଧିକାରକୁ ଉଲ୍ଲଂଘନ କରିଥିବାରୁ ଆମେରିକା ଏପରି ପଦକ୍ଷେପ ନେଇଛି। ଏନେଇ ଆମେରିକା ବାଣିଜ୍ୟ ସଚିବ ଓ୍ବିଲବର ରୋସ୍ ସୂଚନା ଦେଇଛନ୍ତି। ଏସବୁ କମ୍ପାନୀର ଉତ୍ପାଦ ଏବେ ଆମେରିକା କିଣିବ ନାହିଁ ବୋଲି ରୋସ୍ କହିଛନ୍ତି। ଚାଇନାରେ ଜାରି ରହିଥିବା ଏଭଳି ନିର୍ଯାତନାକୁ ଆମେରିକା ସହ୍ୟ କରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।