ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍ ମାତ୍ରା ଆଦୌ ନ ଥାଏ। ଡାଇବେଟିସ୍ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଉ ଜୁସ୍ ବେଶ ଉପକାରୀ । ଡାଇବେଟିସ୍ ରୋଗୀ ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। କୋଲେଷ୍ଟରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ ଲାଉ ଜୁସ ପିଅନ୍ତୁ। ନିୟମିତ ୨ ମାସ ଏପରି କରିବାପରେ କୋଲେଷ୍ଟରଲ ହ୍ରାସ ପାଇଥାଏ। ଲାଉ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ମଜଭୁତ୍ ହୋଇଥାଏ।