ଭୁବନେଶ୍ୱର, ୧।୬(ବ୍ୟୁରୋ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆ। ୨୦୦୮ ବ୍ୟାଚ ଆଇଏଏସ୍ ଅଫିସର ପୁନିଆ ଅମରେନ୍ଦ୍ର ପଟ୍ଟନାୟକଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ମଧ୍ୟ ସେ ଶିକ୍ଷା ବିଭାଗ ସହ ଜଡିତ ଥିଲେ।
ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, କରୋନା ସମୟରେ ଯୁକ୍ତ ୨ ପରୀକ୍ଷା ଖାତାଦେଖା ଏବଂ ବାକି ରହିଥିବା ବିଷୟର ପରୀକ୍ଷା କରିବା ଆମପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆମର ମୁଖ୍ୟ ଲକ୍ଷ୍ୟ ପରୀକ୍ଷା ଫଳାଫଳ କିପରି ସୁରୁଖୁରୁରେ ବାହାରି ପାରିବ ବୋଲି ସେ କହିଛନ୍ତି।