ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି ପରିସ୍ଥିତି ସହ ଲଢେଇ କରି ଚାଲିଛନ୍ତି। ହଦଗଡ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଏଥର ଯୁକ୍ତ ୨ ପାସ ପରେ ସେ ତରା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନରେ ୪ ବର୍ଷିଆ ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମରେ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ନାମ ଲେଖାଇବା ସକାଶେ ଆବଶ୍ୟକ ପଡୁଛି ୨୨ ହଜାର ୩୭୫ ଟଙ୍କା । ଏହି ଅର୍ଥ ସେ କିପରି ଯୋଗାଡ କରିବେ ସେ ନେଇ ଚିନ୍ତାରେ ଅଛନ୍ତି। ଠିକ ସମୟରେ ଅର୍ଥ ଯୋଗାଡ ହୋଇ ନ ପାରିଲେ ନାମ ଲେଖା ହୋଇ ପାରିବ ନାହିଁ ା
କୃଷ୍ଣଚନ୍ଦ୍ରଙ୍କ ଘର ଘଷିପୁରା ବ୍ଲକର ପଞ୍ଚୁଗୋଛିଆ ଗ୍ରାମରେ। ସେ ମାଟ୍ରିକ ପରୀକ୍ଷାରେ ୯୫.୫ ଓ ଯୁକ୍ତ ୨ ରେ ୯୫.୪ ପ୍ରତିଶତ ମାର୍କ ରଖିଥିଲେ। ଜଣେ ମେଧାବୀ ଛାତ୍ର ହୋଇ ମଧ୍ୟ ତାଙ୍କ ଉଚ୍ଚଶିକ୍ଷାରେ ଅର୍ଥ ବାଧକ ସାଜିବା ସଚେତନ ନାଗରିକଙ୍କୁ ଆଲୋଡିତ କରିଛି। ପାଠପଢି ଶିକ୍ଷକତା କଲେ ସେ ପରିବାର ପ୍ରତିପୋଷଣ କରି ପାରିବେ ବୋଲି ଆଶା ରଖିଛନ୍ତି। କୃଷ୍ଣଚନ୍ଦ୍ର କହିଛନ୍ତି, ତାଙ୍କର ଦୃଷ୍ଟି ଶକ୍ତି କମ୍‌। ୬୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ଏହା ସତ୍ତ୍ୱେ ସେ ପାଠପଢା ପ୍ରତି କେବେ ହେଳା କରି ନାହାନ୍ତି। ୨୦୧୪ରେ ଦୁର୍ଘଟଣାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଗଲା। ମା’ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କର ୪ ଭାଇ ା ସବୁଠାରୁ ବଡ ଭାଇଙ୍କର ଅକାଳ ବିୟୋଗ ଘଟିବାରୁ ତାଙ୍କ ପତ୍ନୀ ଓ ୩ ପିଲା ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ଭାଇମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ତୃତୀୟ। ତାଙ୍କର ଆଉ ଜଣେ ଉପର ଭାଇ ଏବଂ ସବା ସାନ ଭାଇ ମେଧାବୀ। ବଡ ଭାଇ ଟ୍ୟୁଶନ କରି ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢୁଛନ୍ତି। ସବା ସାନ ଭାଇ ମାଟ୍ରିକ ପରୀକ୍ଷାରେ ଏଥର ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ସରକାରୀ କଲେଜ ହୋଇଥିବାରୁ କମ୍‌ ଖର୍ଚ୍ଚରେ ସେ ନାମ ଲେଖାଇ ପାରିଛନ୍ତି। ତେବେ ବିଇଡିରେ ତାଙ୍କର ନାମ ଲେଖା ହୋଇଗଲେ ସେ ଟ୍ୟୁଶନ କରି ଅନ୍ୟ ଖର୍ଚ୍ଚ ତୁଲାଇ ପାରନ୍ତେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri