ସବୁଜ ପରିବା ଏବଂ ଫଳମୁଳ ସ୍ବାସ୍ଥ୍ୟ ପାଇଁ ହିତକର। ଏହା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିଥାଏ। ସେଥିପାଇଁ ଡାକ୍ତରମାନେ ସବୁଜ ପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ସବୁଜ ରଙ୍ଗର ପରିବା ପରି ହଳଦିଆ ପରିବା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ହିତକର। ହଳଦିଆ ରଙ୍ଗର ପରିବା ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସାଙ୍ଗକୁ ଶରୀରରେ ଇମ୍ୟୁନିଟି ପାଓ୍ବାର ବୃଦ୍ଧି ହୋଇଥାଏ। ଜାଣିବା ଆମ ଡାଏଟ୍ ଚାଟ୍ରେ କେଉଁ ସବୁ ଫଳ/ପରିବା ସସାମିଲ କରିବା ଉଚିତ ଏବଂ ସେଥିରୁ କେଉଁ ସବୁ ପୋଷକତତ୍ତ୍ୱ ମିଳିଥାଏ।
ବାୟୋଫ୍ଲୋନଏଡ୍: ହଳଦିଆ ରଙ୍ଗର ପରିବା ବା ଫଳମୂଳରେ ଭିଟାମିନ ପି’ ଭରପୂର ମାତ୍ରାରେ ରହିଛି। ଏହା କୋଲେଜନ୍ ଉତ୍ପାଦନକୁ ବୃଦ୍ଧି କରିଥାଏ। ତେଣୁ ଏହି ରଙ୍ଗର ପରିବା ଖାଇବା ଦ୍ୱାରା ଶରୀରରେ ବୟସର ଛାପ ଦେଖାଯାଇ ନ ଥାଏ।
କ୍ଲୋରୋଟିନାଏଡ୍: ହଳଦିଆ ରଙ୍ଗର ପରିବାରେ କ୍ଲୋରୋଟିନାଏଡ୍ ଏବଂ ବାୟୋଫ୍ଲୋନାୟଡ୍ ଅଧିକ ମାତ୍ରାରେ ରହିଛି। ଏହା ଶରୀର ଫୁଲିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥିବାରୁ ଏହା ସମସ୍ତ ପ୍ରକାର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ।
ଭିଟାମିନ ସି: ହଳଦିଆ ରଙ୍ଗର ଶିମ୍ଲା ଲଙ୍କାରେ ପୋଟାସିୟମ ରହିଥିବା ବେଳେ ଲେମ୍ବୁ, ଆମ୍ବରେ ପ୍ରଚୁର ଭରପୂର ମାତ୍ରାରେ ଭିଟାମିନ ବି ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ତ୍ୱଚାରେ ଚମକ ଆଣିଥାଏ। ଏହା କୋଲେଷ୍ଟ୍ରରଲ ଏବଂ ରକ୍ତଚାପ ନିୟନ୍ତ୍ରଣରେ ରଖିଥାଏ। ଭିଟାମିନ ସି’ ହାଡ଼ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ।
. କଦଳୀ: ଓଜନ କମ୍ ପାଇଁ କଦଳୀ ସବୁଠାରୁ ଭଲ ଫଳ।
.ସପୁରୀ: ପାଟନତନ୍ତ୍ର ସୁସ୍ଥ ପାଇଁ ଏବଂ ଶରୀର ଫୁଲା କମ୍ କରିବା ପାଇଁ ସପୁରୀ ସବୁଠାରୁ ଭଲ।
.ଶିମଲା ଲଙ୍କା: ଏଥିରେ ପ୍ରଚୁର ମାତ୍ରାରେ ଫାଇବର, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି।
.ଲେମ୍ବୁ:ଏଥିରେ କ୍ଷାରିଆ ଗୁଣ ରହିଛି, ଯାହାକ କିଡ୍ନି ଷ୍ଟୋନରୁ ରକ୍ଷା କରିବାରେ ସହାୟକ ହୋଇଥାଏ।
ଆମ୍ବ: ଆଖି ରୋଗ ଯେପରି ମୋତିଆବିନ୍ଦୁରୁ ଏହା ରକ୍ଷା କରିଥାଏ।