ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ବର୍ଷା ବିତ୍ପାତ ଦେଖାଦେଇଛି। ରାସ୍ତାଘାଟରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଘର ଗୁଡିକରେ ପାଣିପଶିଯାଇଛି। ଫଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମାଟି ଓ ଚାଳ ଘରଗୁଡ଼ିକ ବର୍ଷା ପାଣିରେ ସନ୍ତସନ୍ତିଆ ହୋଇଯାଇଥିବାରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଘରଗୁଡ଼ିକ ଭୁଶୁଡ଼ିପଡ଼ିବାରୁ ଏହା ତଳେ ଚାପି ହୋଇ ୫୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅବଧ ଅଞ୍ଚଳରେ ୧୫, ପ୍ରୟାଗରାଜରେ ୧୪, ପୂର୍ବାଞ୍ଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ସହାରନପୁର ଓ କାନପୁରରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପ୍ରୟାଗରାଜରେ ସବୁଠାରୁ ଅଧିକ ଆମେଠୀ ଜିଲା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଲଗାତର ବର୍ଷାକୁ ଦେଖି ଲକ୍ଷ୍ନୌ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି।