ଉଦ୍‌ଘାଟନକୁ ବିତିଲାଣି ଅଢ଼େଇବର୍ଷ : କାମରେ ଲାଗୁନି ବିଜୁ ଯାତ୍ରୀ ନିବାସ

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପକୁ ବର୍ଷତମାମ ବହୁ ପର୍ଯ୍ୟଟକ, ଦେଶ ବିଦେଶର ବହୁ ଛାତ୍ରୀଛାତ୍ର ଓ ଅନ୍ୟ ଅତିଥିମାନେ ଆସୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ସେମାନଙ୍କ ରହଣୀ ପାଇଁ ସେଭଳି ବିଶେଷ ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ପାରାଦୀପ ପୌରପାଳିକା ପକ୍ଷରୁ ସମୁଦ୍ରକୂଳ ରାସ୍ତା ପାର୍ଶ୍ୱରେ ନିର୍ମାଣ କରାଯାଇଛି ଏକ ଯାତ୍ରୀ ନିବାସ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ୨୦୧୭ ମାର୍ଚ୍ଚ ୫ରେ ଉକ୍ତ ଯାତ୍ରୀ ନିବାସକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଯାତ୍ରୀ ନିବାସକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଛି। ତେବେ ୫୬ କକ୍ଷ ବିଶିଷ୍ଟ ଏହି ଯାତ୍ରୀ ନିବାସ ଏବେ ପୌରପାଳିକା ପାଇଁ ଅଡୁଆ ସୃଷ୍ଟି କରିଛି। କାରଣ ଏହି ଯାତ୍ରୀ ନିବାସ ପରିଚାଳନା ପାଇଁ ପୌର କର୍ତ୍ତୃପକ୍ଷଙ୍କ ପାଖରେ ମାନବସମ୍ବଳ ନାହିଁ। ଏହାର ଘରୋଇକରଣ ପାଇଁ ଗତ ଅଢ଼େଇ ବର୍ଷ ହେଲା ଉଦ୍ୟମ ଚାଲିଛି। କିନ୍ତୁ ଯେଉଁ ମୂଲ୍ୟ ଓ ନିୟମ ରଖାଯାଇଛି, ସେଥିରେ କୌଣସି ଭେଣ୍ଡର ଆଗ୍ରହ ପ୍ରକାଶ କରୁନାହାନ୍ତି। ଗତ ବର୍ଷ ପ୍ରଥମାର୍ଦ୍ଧରେ ଏକ ଠିକାସଂସ୍ଥା ଟେଣ୍ଡର ମାଧ୍ୟମରେ ଯାତ୍ରୀନିବାସ ପରିଚାଳନା ପାଇଁ ଅନୁମତି ପାଇଥିଲା। ପ୍ରାୟ ଦେଢ଼ବର୍ଷ କାଳ ଯାତ୍ରୀନିବାସ ଚଳାଇବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସମ୍ପୃକ୍ତ ସଂସ୍ଥା ଆଉ ପରିଚାଳନା କରିବ ନାହିଁ ବୋଲି ପୌରପାଳିକାକୁ ଲିଖିତ ଭାବେ ଜଣାଇଛି। ତେଣୁ ପୌରପାଳିକା ପୁଣି ଗତ ୬ ତାରିଖରେ ଯାତ୍ରୀନିବାସ ପରିଚାଳନା ପାଇଁ ଟେଣ୍ଡର ଆହ୍ବାନ କରିଛି। ବର୍ତ୍ତମାନ ଉକ୍ତ ଯାତ୍ରୀନିବାସ ଯେଭଳି ସ୍ଥିତିରେ ରହିଛି, ତାହାକୁ କୌଣସି ଠିକାସଂସ୍ଥା, ହୋଟେଲ ବ୍ୟବସାୟୀ କିମ୍ବା ସ୍ବେଚ୍ଛାସେବୀ ସଙ୍ଗଠନ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚ ମାସରେ ଉକ୍ତ ଯାତ୍ରୀ ନିବାସ ନିର୍ମାଣ କାମ ଶେଷ ହେବା ପରେ ତା’ର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପୌର କର୍ତ୍ତୃପକ୍ଷ ଆରଏଣ୍ଡବି ବିଭାଗର ସହାୟତା ନେଲେ। ସମ୍ପୃକ୍ତ ବିଭାଗ ଘରର ନିର୍ମାଣ ଶୈଳୀ, ୫୬ କକ୍ଷ, ୩ ସମ୍ମିଳନୀ କକ୍ଷ ଆଦି ଦେଖି ଏହାର ସରକାରୀ ମୂଲ୍ୟାୟନ କଲା ମାସିକ ୩ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ ଉକ୍ତ ଯାତ୍ରୀ ନିବାସ ବିଜୁବାବୁଙ୍କ ନାମରେ ନାମିତ ହେବା ଓ ଯାତ୍ରୀଙ୍କ ପାଇଁ ପୌର ପାଳିକା ସ୍ବଳ୍ପ ମୂଲ୍ୟ କଟକଣା କରିବା ଫଳରେ କୌଣସି ଠିକାସଂସ୍ଥା ୩ ଲକ୍ଷ ଟଙ୍କା ରୋଜଗାର କରିବା ସମ୍ଭବ ନୁହେଁ। ଯିଏ ବି ଟେଣ୍ଡର ନେବ ସେ ଯାତ୍ରୀନିବାସର ଆଭ୍ୟନ୍ତରୀଣ ସାଜସଜ୍ଜା ଓ କକ୍ଷରେ ରହିବା ଭଳି ବ୍ୟବସ୍ଥା କରିବା ପାଇଁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବ। କାରଣ ପୌରପାଳିକା କେବଳ ବିଲ୍ଡିଂ, ବିଦ୍ୟୁତ୍‌ ଓ ପାଣି ସଂଯୋଗ କରିଛି। ଏତେ ଟଙ୍କା ବ୍ୟୟ କରି ଜଣେ ଘର ସାଜସଜା କଲେ ମଧ୍ୟ ଅଧିକ ମୂଲ୍ୟରେ ଭଡ଼ା ଦେଇପାରିବ ନାହିଁ। ସେଠାରେ ବାର ଖୋଲାଯିବ ନାହିଁ। ଏମିତି ଅନେକ କଟକଣା ଥିବାରୁ କେହି ଟେଣ୍ଡରରେ ଭାଗ ନେଉନାହାନ୍ତି। ଅନ୍ୟପକ୍ଷରେ ଘରର ମୂଲ୍ୟ ମଧ୍ୟ ହ୍ରାସ କରାଯାଉନାହିଁ। ଏଥିଯୋଗୁ ଯାତ୍ରୀ ନିବାସ ୨ ବର୍ଷ ୬ ମାସ ହେଲା ବନ୍ଦ ରହିଛି। ଦୀର୍ଘଦିନ ବନ୍ଦ ରହିବା ଓ ସମୁଦ୍ରକୂଳିଆ ଲୁଣା ପବନ ପ୍ରଭାବରେ ଘରର କବାଟ ଝରକାରେ ଥିବା ଲୁହା କଳଙ୍କି ଲାଗି ଆଉ ଖୋଲୁନାହିଁ। ଘର ବନ୍ଦ ଥିଲେ ମଧ୍ୟ ପ୍ରତିମାସରେ ବିଦ୍ୟୁତ୍‌ ବିଲ ୧୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ପଡୁଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଲେ ଯେ, ଘରର ସାଜସଜ୍ଜା ପାଇଁ ଆବଶ୍ୟକ ୩ କୋଟି ଟଙ୍କା ଖର୍ଚ୍ଚ କଲେ, ଯେ କେହି ଆଗ୍ରହ ପ୍ରକାଶ କରିବ। କିନ୍ତୁ ସେତେବେଳକୁ ସରକାରୀ ନିୟମ ମୁତାବକ ଭଡ଼ା ୩ ଲକ୍ଷ ଟଙ୍କା ବ୍ୟତିରେକ ନିଶ୍ଚୟ ଅଧିକ ପଡ଼ିବ। ତଥାପି ଆଉ ଥରେ ଟେଣ୍ଡର କରିଛୁ। ଏଥର ଯଦି କେହି ଯାତ୍ରୀନିବାସ ନେବାକୁ ଅନିଚ୍ଛା ପ୍ରକାଶ କରନ୍ତି ତା’ହେଲେ ବିକଳ୍ପ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri