ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରକ୍ତ ସଂରକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିବା ବେଳେ ଏବେ ଏହା ଅକାମୀ ହୋଇପଡ଼ିଛି। ଏହି ରକ୍ତଭଣ୍ଡାର ବାସୁଦେବପୁର ଅଞ୍ଚଳର ରୋଗୀମାନଙ୍କ ଆବଶ୍ୟକତା ପୂରଣ ଦିଗରେ ଆଶା ସଞ୍ଚାର କରିଥିବା ବେଳେ ଏହା ବାସ୍ତବତାଠାରୁ ଦୂରେଇ ଯାଇଛି।
ବାସୁଦେବପୁର ଅଞ୍ଚଳର ରୋଗୀମାନଙ୍କର ଆବଶ୍ୟକତା ଓ ଗୁରୁତ୍ୱକୁ ଉପଲବ୍ଧି କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରକ୍ତଭଣ୍ଡାର ନିର୍ମାଣର ପରିକଳ୍ପନା କରାଯାଇଥିଲା। ତତ୍କାଳୀନ ରାଜ୍ୟ ସଭା ସଦସ୍ୟ ଡ. ମନ୍ମଥ ଦାସଙ୍କ ପାଣ୍ଠି ବିନିଯୋଗରେ ଏଠାରେ ରକ୍ତଭଣ୍ଡାର ନିର୍ମାଣ କରାଯାଇଛି। ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାକୁ ଉଦ୍‌ଘାଟନ କରାଯାଇଥିଲା। ମାତ୍ର ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରୁ ଆବଶ୍ୟକ ମୁତାବକ ରକ୍ତ ଅଣାଯାଇ ଏଠାରେ ଥିବା ସଂରକ୍ଷଣ କେନ୍ଦ୍ରରେ ମହଜୁଦ ରଖାଯାଇ ରୋଗୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ଥିବା ସତ୍ତ୍ବେ କାର୍ଯ୍ୟକାରୀ ହେଉ ନାହିଁ। ବିଦ୍ୟୁତ୍‌ ସମସ୍ୟା ଯୋଗୁ ରକ୍ତଷ୍ଟୋରେଜ ପାଇଁ ଥିବା ରେଫ୍ରିଜରେଟର୍‌ ପୂର୍ଣ୍ଣ ଭାବେ କାର୍ଯ୍ୟ କରୁ ନାହିଁ। ଫଳରେ ଗତ ଦୁଇମାସ ଧରି ଏହା ଅଚଳ ହୋଇରହିଛି ବୋଲି ଦାୟିତ୍ୱରେ ଥିବା ଟେକ୍ନିସିଆନ ଆଦିକନ୍ଦ ଦାଶ କହିଛନ୍ତି। ପ୍ରକାଶ ଯେ, ଏହି କେନ୍ଦ୍ରର କ୍ଷମତା ୫୦ରୁ ୬୦ ବୋତଲ ପର୍ଯ୍ୟନ୍ତ ରକ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ମାସରେ କେବଳ ୬/୭ ବୋତଲ ରକ୍ତ ନିୟମିତ ରୋଗୀଙ୍କୁ ଦିଆଯାଉଥିଲା ବୋଲି ଜଣାପଡ଼ିଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ଅଧିକ ପରିମାଣରେ ରକ୍ତ ଏହି ରେଫ୍ରିଜରେଟରରେ ସଂରକ୍ଷଣ କରାଯାଇପାରୁ ନାହିଁ। ରକ୍ତ ନଷ୍ଟ ହେବା ଆଶଙ୍କାରେ ଅଧିକ ରଖାଯାଉ ନାହିଁ। ବର୍ତ୍ତମାନ କେନ୍ଦ୍ର ଅଚଳ ହୋଇ ରହିଥିବାରୁ ବିଶେଷକରି ଦୁର୍ଘଟଣାଜନିତ ରୋଗୀ, ଗର୍ଭବତୀ ଓ ପ୍ରସୂତି ଆବଶ୍ୟକ ବେଳେ ରକ୍ତ ନ ପାଇ ମରଣମୁହଁରେ ପଡୁଥିବାବେଳେ ଜୀବନକୁ ବିପନ୍ନ କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଅନ୍ୟପକ୍ଷେ ବାସୁଦେବପୁରରେ ଚିହ୍ନଟ ହୋଇଥିବା ୪୬ଜଣ ଥାଲାସେମିଆ ରୋଗୀଙ୍କୁ ମାସିକ ରକ୍ତ ପରିବର୍ତ୍ତନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଉପରେ ନିର୍ଭର କରିବାକୁ ପଡୁଛି। ବାସୁଦେବପୁରରେ ରକ୍ତଭଣ୍ଡାର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହିତ ଆବଶ୍ୟକ ମୁତାବକ ରକ୍ତ ମହଜୁଦ ରଖାଗଲେ ରୋଗୀଙ୍କ ଆବଶ୍ୟକତା ମେଣ୍ଟିପାରନ୍ତା ଓ ଜୀବନ ରକ୍ଷା ହୋଇପାରନ୍ତା ବୋଲି ସାମାଜିକ କର୍ମୀ କିଶୋର କୁମାର ମହାପାତ୍ର ମତ ରଖିଛନ୍ତି। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବାସୁଦେବପୁର ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ସାମନ୍ତଙ୍କୁ ଯୋଗାଯୋଗ କରିବାରୁ ଏଭଳି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri